ଓଡିଶା

odisha

ETV Bharat / bharat

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS 9AM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9AM
TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Oct 22, 2022, 9:01 AM IST

1. ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ-ବସ ଧକ୍କାରେ 14 ଶ୍ରମିକ ମୃତ, 40 ଆହତ

ଟ୍ରକ୍ ସହ ବସ୍ ଧକ୍କା ହେବା ଯୋଗୁଁ ୧୪ ଜଣ ଶ୍ରମିକଙ୍କ ମୃତ୍ୟୁ । ଏଥିରେ ୪୦ ଆହତ ହୋଇଥିବା ସୂଚନା

2. ସୁବର୍ଣ୍ଣପୁରରେ ଟ୍ରକରେ ପିଟି ହୋଇ ଦୁଇ ଯୁବକଙ୍କ ମୃତ୍ୟୁ

ସୁବର୍ଣ୍ଣପୁର ପାଣିସିଆଲି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ସହ ଧକ୍କା ହୋଇ ୨ ଯୁବକଙ୍କ ମୃତ୍ୟୁ ।

3. ଜମି ଫେରି ପାଇବେ କାଳିପଲ୍ଲୀ ଚାଷୀ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଗ୍ରାମବାସୀ

ଟାଟା ଷ୍ଟିଲ ଦ୍ବାରା ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ ଅନ୍ତର୍ଗତ କାଳିପଲ୍ଲୀ ମୌଜାର ଜମି ଅଧିଗ୍ରହଣକୁ ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି । ଉତ୍ତରାଧିକାରୀଙ୍କୁ ଜମି ଫେରସ୍ତ କରାଯିବା ଘୋଷଣା ପରେ ମୁୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଲେ ଦଳୀୟ କର୍ମୀ ଏବଂ ଗ୍ରାମବାସୀ ।

4. Renovation Of Suka Paika River: ଖର୍ଚ୍ଚ ହେବ ୪୯.୬୭ କୋଟି

ଜଳସେଚନ ଏବଂ ପ୍ରାକୃତିକ ଜୈବ-ପରିବେଶ ବିକାଶ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ । ପୁନରୁଦ୍ଧାର ହେବ ମହାନଦୀ ଡେଲ୍ଟାର ଶୁକ-ପାଇକା ନଦୀ । ସ୍ଥାନୀୟ ଭାବେ ମୃତ-ନଦୀ ବୋଲି ଜଣାଶୁଣା ଏହି ନଦୀ ଖୁବଶିଘ୍ର ପୁଣି ଜୀବନ୍ତ ଓ ଚଳଚଞ୍ଚଳ ହେବ । ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହେବ ୪୯.୬୭ କୋଟି ଟଙ୍କା । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସମ୍ବନ୍ଧିତ ଏକ ପ୍ରକଳ୍ପ ଅନୁମୋଦିତ ହୋଇଛି ।

5. ଜିଲ୍ଲାପାଳଙ୍କୁ ଜାତୀୟ ଜନଜାତି କମିସନଙ୍କ ସମନ, ୩ଥର ଅନୁପସ୍ଥିତ ନେଇ ଜାରି ହୋଇପାରେ ଓ୍ବାରେଣ୍ଟ

ଜିଲ୍ଲାପାଳଙ୍କୁ ଜାତୀୟ ଜନଜାତି କମିଶନଙ୍କ ସମନ । ରାୟଗଡ଼ା ଜିଲ୍ଲାପାଳଙ୍କୁ ଏକ ପିଟିସନର ଶୁଣାଣି ଲାଗି ଜାତୀୟ ଜନଜାତି କମିଶନ ବାରମ୍ବାର ନୋଟିସ ସତ୍ତ୍ବେ ସେ ହାଜର ହୋଇନଥିବା ଅଭିଯୋଗ ହୋଇଛି । ଏଥିଯୋଗୁଁ ତାଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

6. ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଲେ ଉପରାଷ୍ଟ୍ରପତି ଧନଖର

ଉପରାଷ୍ଟ୍ରପତି ଜଗଦୀପ ଧନଖର ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ସହ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି (Jagdeep Dhankhar diwali wish to Droupadi Murmu)।

7. Minor Raped Alwar: ପିଶାଚ ବାପା, ୯ ବର୍ଷର ଝିଅ ସହ ଦୁଷ୍କର୍ମ କରି ଫେରାର

ପିଶାଚ ବାପା । ୯ ବର୍ଷର ଝିଅ ସହ ଦୁଷ୍କର୍ମ କରି ଫେରାର । ନିଜ ଔରସରୁ ଜନ୍ମିତ ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାଜସ୍ଥାନର ଅଲ୍‌ବର ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି ।

8. ସରକାରୀ ବଙ୍ଗଳା ଖାଲି କରିବେ ମୁଫ୍‌ତି, ନୋଟିସ ପଠାଇଲେ ଉପରାଜ୍ୟପାଳ

ପିପୁଲ ଡେମୋକ୍ରାଟିକ ପାର୍ଟି ଅଧ୍ୟକ୍ଷା ତଥା ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ।

9. କୋଣାର୍କ ଇଣ୍ଟରନ୍ୟାସନାଲ କଳା ପ୍ରଦର୍ଶନୀ ଉଦଘାଟିତ, ପ୍ରଦର୍ଶିତ ହେଉଛି 9 ଦେଶର କଳାକୃତି

ଲଳିତ କଳା ଆର୍ଟ ଗ୍ୟାଲେରୀ‌ ପରିସରରେ କୋଣାର୍କ ଇଣ୍ଟରନ୍ୟାସନାଲ କଳା ପ୍ରଦର୍ଶନୀ ୨୦୨୨ ଉଦଘାଟିତ । ୯ଟି ଦେଶର କଳାକାର ଏଥିରେ ସାମିଲ ହୋଇଛନ୍ତି ।

10. କେନ୍ଦ୍ରାପଡାରେ ରାଜ୍ୟର ଦ୍ଵିତୀୟ ବ୍ୟୟବହୁଳ ସଂସ୍କୃତି ଭବନ ଲୋକାର୍ପିତ

୪କୋଟି ଟଙ୍କା ବ୍ୟୟରେ କେନ୍ଦ୍ରାପଡାରେ ରାଜ୍ୟର ଦ୍ଵିତୀୟ ବ୍ୟୟବହୁଳ ସଂସ୍କୃତି ଭବନ ଲୋକାର୍ପିତ ।

ABOUT THE AUTHOR

...view details