ଓଡିଶା

odisha

ETV Bharat / bharat

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS 9AM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Oct 21, 2022, 9:05 AM IST

1.ଅର୍ଚ୍ଚନାଙ୍କ କଥା ପଚାରିବାରୁ ମୁହଁ ବୁଲାଇ ଦେଲେ ପୋଲିସ କମିଶନର

ରହସ୍ୟମୟୀ ଅର୍ଚ୍ଚନା ନାଗଙ୍କୁ ନେଇ ଥମୁନି ଚର୍ଚ୍ଚା । ବଡବଡିଆ ବାବୁ, ରାଜନେତା ଓ ବ୍ୟବସାୟୀଙ୍କୁ ହନିଟ୍ରିପରେ ଫସାଇ କୋଟି କୋଟି ଟଙ୍କା ହଡପ କରିଥିବା ଅର୍ଚ୍ଚନା ଏବେ ଜେଲ୍‌ରେ

2.ଦୁଇ ବାଇକ ମୁହାଁମୁହିଁ ଧକ୍କା, ଲିଭିଗଲା 3 ଜୀବନ ଦୀପ

ଗଞ୍ଜାମ ଜିଲ୍ଲା ସୋରଡା ଥାନା ଘଷିପଡା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ।

3.ଭୂସ୍ବର୍ଗରେ ବର୍ଷର ପ୍ରଥମ ତୁଷାରପାତ, ହିମ ଚାଦରରେ ଢାଙ୍କି ହେଲା କାଶ୍ମୀର

ଉତ୍ତର କାଶ୍ମୀରର ଗୁଲମର୍ଗ ଧଳା ଚାଦରରେ ଢାଙ୍କି ହୋଇଛି । ଏଠାରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଥିବା ବେଳେ କାଶ୍ମୀର ଶୋଭା ଦ୍ବିଗୁଣିତ ହୋଇଛି । କାଶ୍ମୀରର ଅନେକ ଜିଲ୍ଲାରେ ଋତୁର ପ୍ରଥମ ତୁଷାରପାତ ହୋଇଛି ।

4.CM Yogi Meets Bhagwat: ଜନସଂଖ୍ୟା ପ୍ରସଙ୍ଗ ଆଲୋଚନା ହୋଇଥିବା ଚର୍ଚ୍ଚା

ସଂଘ ପ୍ରମୁଖ ମୋହନ ଭାଗବତଙ୍କୁ ଭେଟିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂତ୍ରରୁ ସୂଚନା (Uttar Pradesh Chief Minister Yogi Adityanath )। କିଛି ଦିନ ତଳେ ଜନସଂଖ୍ୟା ପ୍ରସଙ୍ଗ ଉଠାଇଥିଲେ ସଂଘ ମୁଖ୍ୟ ମୋହନ ଭାଗବତ ।

5.ISIକୁ ଗୁପ୍ତ ତଥ୍ୟ ଦେଉଥିଲେ ଯବାନ, ମାମଲା ରୁଜୁ

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଭାରତର ଗୁପ୍ତ ସୂଚନା ଦେଉଥିଲେ ଆର୍ମି ଯବାନ । ଅଭିଯୁକ୍ତ ଯବାନଙ୍କ ବିରୁଦ୍ଧରେ ମାମଲା ରୁଜୁ ।

6.NASA's James Webb Telescope ପଠାଇଲା ପିଲରସ୍ ଅଫ୍ କ୍ରିଏସନ୍‌ର ମନଲୋଭା ଫଟୋ

'ପିଲରସ୍ ଅଫ୍ କ୍ରିଏସନ୍'ର ସର୍ବୋତ୍ତମ ଚିତ୍ର ପଠାଇଲା ନାସାର ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍(NASA James Webb takes star filled portrait of Pillars of Creation) ।

7.Governor meets to president: ରାଷ୍ଟ୍ରପତିଙ୍କୁ ଭେଟିଲେ ରାଜ୍ୟପାଳ

ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ (Governor paid a courtesy call to President Droupadi Murmu) । ରାଷ୍ଟ୍ରପତି ଭବନରେ ଉଭୟଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ହୋଇଥିବା ସୂଚନା ।

8.ରାଜଧାନୀରୁ ୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ

ରାଜଧାନୀରୁ ୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ । ରାଜଧାନୀରେ ଚାଲିଥିଲା ବେଆଇନ ବାଣ ବିକ୍ରି । ଖବର ପାଇ ଚଢ଼ାଉ କଲା କ୍ୟାପିଟାଲ ଥାନା ପୋଲିସ । ବିପୁଳ ପରିମାଣର ବେଆଇନ ବାଣ ଜବତ ।

9.ଭାରତୀୟ ଦଳର ପାକ୍ ଗସ୍ତ ନେଇ ନିଷ୍ପତ୍ତି ନେବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ: କେନ୍ଦ୍ର କ୍ରୀଡାମନ୍ତ୍ରୀ

ପାକିସ୍ତାନରେ ହେବାକୁ ଥିବା 2023 ଏସିଆ କପକୁ ନେଇ ଭାରତୀୟ ଦଳର ପାକ ଗସ୍ତକୁ ନେଇ ବିବାଦ ଦେଖିବାକୁ ମିଳିଛି । ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ କି ନାହିଁ ସେ ନିଷ୍ପତ୍ତି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନେବ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ।

10.DDLJକୁ ପୂରିଲା 27 ବର୍ଷ, ଫ୍ୟାନ୍ସ ଆଜି ବି ଭୁଲି ନାହାନ୍ତି ଶାହାରୁଖ-କାଜଲଙ୍କ ରୋମାନ୍ସ

ଶାହରୁଖ ଖାନ ଏବଂ କାଜଲଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ‘ଦିଲୱାଲେ ଦୁଲହନୀୟା ଲେ ଜାଏଙ୍ଗେ’ 20 ଅକ୍ଟୋବରରେ 27 ବର୍ଷ ପୂରଣ କରିଛି । ଏହି ଚଳଚ୍ଚିତ୍ରଟି 20 ଅକ୍ଟୋବର 1995 ରେ ମୁକ୍ତିଲାଭ କରିଥିଲା ।

ABOUT THE AUTHOR

...view details