ଓଡିଶା

odisha

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Oct 20, 2022, 1:08 PM IST

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.Cyclone Alert: ଓଡିଶା ଉପକୂଳ ଛୁଇଁ ଚାଲିଯିବ ବାତ୍ୟା

ପଶ୍ଚିମବଙ୍ଗ-ବାଲାଂଦେଶ ମୁହାଁ ହେବ ସମ୍ଭାବ୍ୟ ବାତ୍ୟା । ପୂର୍ବାନୁମାନ କଲା ଭାରତୀୟ ପାଣିପାଗ ବିଭାଗ ।

2.ମହାରାଷ୍ଟ୍ରରୁ ୪ ପିଏଫଆଇ କାର୍ଯ୍ୟକର୍ତ୍ତା ଗିରଫ

ମହାରାଷ୍ଟ୍ର ପାନଭେଲରୁ ୪ ଜଣ ପିଏଫଆଇ କାର୍ଯ୍ୟକର୍ତ୍ତା ଗିରଫ ।

3.ଚୀନର ଆତଙ୍କବାଦ ପ୍ରେମ: ଲସ୍କର ଆତଙ୍କୀକୁ କଳା ତାଲିକାଭୁକ୍ତ ପ୍ରସ୍ତାବ ଉପରେ ରୋକ୍

ଲସ୍କର-ଇ-ତୋଇବା ଆତଙ୍କୀ ହାଫିଜ ତଲହା ସୟିଦକୁ କଳା ତାଲିକାଭୁକ୍ତ କରିବା ପ୍ରସ୍ତାବ ଉପରେ ରୋକ୍ ଲଗାଇଲା ଚୀନ ।

4.ବଢିଲା ବାତ୍ୟା ଆଶଙ୍କା, ମୁକାବିଲା ପାଇଁ ପ୍ରସ୍ତୁତ ସିଏମସି

ସମ୍ଭାବ୍ୟ ବାତ୍ୟା ସିତ୍ରଙ୍ଗ ନେଇ ବିପଦ ବଢୁଛି । ବାତ୍ୟା ମୁକାବିଲା ପାଇଁ ସିଏମସି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ମେୟର ସୁବାସ ସିଂ ।

5.ଲକ୍ଷ୍ମୀପୂଜା ଭସାଣିରେ ନାଚିଲେ ଅଘୋରୀ, ଉଡିଲା ଭସ୍ମ

ଖୁବ୍ ଜାକଜମକରେ ଢେଙ୍କାନାଳରେ ମା' ଗଜଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ ସମ୍ପନ୍ନ ହୋଇଛି । ଭସାଣିରେ ଶିବ ତାଣ୍ଡବ କରିଛନ୍ତି ଅଘୋରୀ ବାବା ।

6.ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କ ଇସ୍ତଫା

ଭାରତୀୟ ବଂଶୋଦ୍ଭୋବ ତଥା ବ୍ରିଟେନ ସ୍ବରାଷ୍ଟ ମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କ ଇସ୍ତଫା । ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସଙ୍କ କ୍ୟାବିନେଟରୁ ଗୃହମନ୍ତ୍ରୀ ସୁଏଲା ବ୍ରାବରମନ ଇସ୍ତଫା ଦେଇଛନ୍ତି ।

7.ସର୍ବକାଳୀନ ରେକର୍ଡ ହ୍ରାସ, ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୩

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟରେ ସର୍ବକାଳୀନ ରେକର୍ଡ ହ୍ରାସ । ଗୋଟିଏ ଡଲାର ମୂଲ୍ୟ ୮୩.୦୧ ଟଙ୍କା ।

8.ଓଡିଶା PMAY ଅର୍ବାନ ପୁରସ୍କାରରେ ସମ୍ମାନିତ

ଓଡିଶା ମର୍ଯ୍ୟାଦାଜନକ ପିଏମଏୱାଇ ଅର୍ବାନ ପୁରସ୍କାରରେ ସମ୍ମାନିତ । ଶ୍ରେଷ୍ଠ ନୀତିଗତ ପଦକ୍ଷେପ ପାଇଁ ଓଡିଶାକୁ ମିଳିଛି ଏହି ସମ୍ମାନ ।

9.T20 World cup: ଭାରତର ପ୍ରଦର୍ଶନକୁ ନେଇ କପିଳ ଦେବଙ୍କ ଭବିଷ୍ୟବାଣୀ

କିମ୍ବଦନ୍ତୀ କ୍ରିକେଟର କପିଳ ଦେବଙ୍କ ପୂର୍ବାନୁମାନ, ଚଳିତ ଟି୨୦ ବିଶ୍ବକପରେ ଶୀର୍ଷ ୪ ଟିମ ମଧ୍ୟରେ ରହି ଟିମ ଇଣ୍ଡିଆ ସେମିଫାଇନାଲ ଖେଳିବାର ଆଶା ୩୦ ପ୍ରତିଶତ ରହିଛି ।

10.ଆତ୍ମହତ୍ୟା ପରେ ବୈଶାଳୀଙ୍କ ପୁରୁଣା ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ବୈଶାଳୀ ଠକ୍କରଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ଭିଡିଓ ହସ୍ପିଟାଲରୁ ଆସିଛି, ଯେଉଁଥିରେ ଅଭିନେତ୍ରୀ ଜଣାଇଛନ୍ତି ଯେ ମଣିଷ ଜୀବନ କେତେ ମୂଲ୍ୟବାନ ।

ABOUT THE AUTHOR

...view details