ଓଡିଶା

odisha

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 21, 2022, 1:01 PM IST

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଜୀବନ ଯୁଦ୍ଧରେ ହାରିଗଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଛି । 58 ବର୍ଷ ବୟସରେ ସମସ୍ତଙ୍କୁ କନ୍ଦାଇ ଆରପାରିକୁ ଚାଲି ଯାଇଛନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ।

2.ଫୋକସ୍‌ ଓଡିଶା, ଆସନ୍ତା 29ରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

୨୦୨୪ ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି । ଆସନ୍ତା 29 ତାରିଖରେ ଓଡିଶା ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

3.ଯୁଦ୍ଧ ବନ୍ଦ ପାଇଁ ମୋଦିଙ୍କ ମନ୍ତବ୍ୟକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପ୍ରଶଂସା

ଯୁଦ୍ଧ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟକୁ ଜାତିସଂଘରେ ପ୍ରଶଂସା କଲେ ଫ୍ରାନ୍ସ ରାଷ୍ଟ୍ରପତି । ଏହା ଯୁଦ୍ଧର ସମୟ ନୁହେଁ ବୋଲି ପୁଟିନଙ୍କୁ କହିଥିଲେ ମୋଦି ।

4.ସତ୍ୟ ଉପସ୍ଥାପିତ କରେ, ସମସ୍ତ ପକ୍ଷକୁ ସୁଯୋଗ ଦିଏ ପ୍ରକୃତ ସାମ୍ବାଦିକତା: ଅନୁରାଗ ଠାକୁର

ପ୍ରକୃତ ସାମ୍ବାଦିକତା କଣ ଅଭିଭାଷଣରେ ମତ ରଖିଲେ ଅନୁରାଗ ଠାକୁର । କହିଲେ ସତ୍ୟ ଉପସ୍ଥାପିତ କରେ, ସମସ୍ତ ପକ୍ଷକୁ ସୁଯୋଗ ଦିଏ ପ୍ରକୃତ ସାମ୍ବାଦିକତା (Anurag Thakur on journalism)।

5.କାଗଜ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୩ ଜୀବନ୍ତ ଦଗ୍ଧ

ଚିତ୍ତୋର ସହରର ରାଙ୍ଗାଚାରି ନିକଟରେ ଥିବା ଏକ କାଗଜ ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ । କମ୍ପାନୀ ମାଲିକଙ୍କ ସହ ୨ ଜୀବନ୍ତ ଦଗ୍ଧ ।

6.World Peace Day 2022: ଶାନ୍ତି ଦିଏ ଶକ୍ତି

ଆଜି ହେଉଛି ଏହି ମହଙ୍ଗା ଜିନିଷର ଦିନ । ଅର୍ଥାତ୍ ଅନ୍ତର୍ଜାତୀୟ ଶାନ୍ତି ଦିବସ । ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୧ ତାରିଖକୁ ବିଶ୍ବ ଶାନ୍ତି ଦିବସ ରୂପେ ପାଳନ କରାଯାଏ (international peace day) ।

7.ରାସ୍ତାକଡରେ ଶୋଇଥିବା ବେଳେ ମାଡିଗଲା ଟ୍ରକ, ୪ ମୃତ

ଦିଲ୍ଲୀରେ ମର୍ମନ୍ତୁଦ ଦୁର୍ଘଟଣା । ରାତିରେ ରାସ୍ତାକଡରେ ଶୋଇଥିବା ସମୟରେ ୬ ଜଣଙ୍କ ଉପରେ ମାଡିଗଲା ଟ୍ରକ ।

8.ବଲାଙ୍ଗୀର ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି: ବିଧାୟକ ନରସିଂହ ମିଶ୍ର

ବଲାଙ୍ଗୀର ଜିଲ୍ଲା ପ୍ରତି ରାଜ୍ୟ ସରକାର ଘୋର ବୈମାତୃକ ମନୋଭାବ ପୋଷଣ କରୁଥିବାର ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ।

9.ଭୁବନେଶ୍ବର ଏମ୍ସରେ ପ୍ରଥମ ସଫଳ କିଡନୀ ପ୍ରତିରୋପଣ, ପୁଅକୁ ଅଙ୍ଗ ଦେଲେ ବାପା

ଭୁବନେଶ୍ବର ଏମ୍ସରେ କିଡ୍‌ନୀ ପ୍ରତିରୋପଣ ସଫଳ ହୋଇଛି । ପୁଅକୁ କିଡନୀ ଦେଇଛନ୍ତି ବାପା । ପ୍ରତିରୋପଣ ପରେ ଉଭୟ ବାପା ପୁଅ ସୁସ୍ଥ ଅଛନ୍ତି ।

10.Oscar Nominations 2023: ଗୁଜୁରାଟୀ ଫିଲ୍ମ Chhello Showକୁ ଓସ୍କାର ଏଣ୍ଟ୍ରୀ

ଚଳିତ ବର୍ଷର ସୁପରହିଟ୍‌ ପିଲ୍ମ ଦ କାଶ୍ମୀର ଫାଇଲ୍ସ ଏବଂ ଆର୍‌ଆର୍‌ଆର୍‌କୁ ପଛରେ ପକାଇ Chhello Show ଓସ୍କାର ୨୦୨୩ରେ ଭାରତକୁ ପ୍ରତିନିଧିତ୍ବ କରିବ ।

ABOUT THE AUTHOR

...view details