ଓଡିଶା

odisha

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Aug 29, 2022, 1:02 PM IST

ନଜର ପକାନ୍ତୁ 1pmର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1-Asha Worker Gang Rape Case, ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଗିରଫ

ଜଗତସିଂହପୁର ପାରାଦ୍ବୀପ ବନ୍ଦରାଞ୍ଚଳରେ ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା । ଏହି ଗଣଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

2-PMGSY ରାସ୍ତା କାମ ନିମ୍ନମାନର ଅଭିଯୋଗ, ବର୍ଷେ ନପୂରୁଣୁ ଉଠୁଛି ପିଚୁ

ମାଲକାନଗିରି ଜିଲ୍ଲା ସିନ୍ଧିଗୁଡାରୁ ମୁରୁକିଗୁଡା ଯାଏ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ (PMGSY) ଶୋଚନୀୟ ହୋଇଛି । 69.71 ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ରାସ୍ତାକୁ ବର୍ଷେ ନପୂରୁଣୁ ରାସ୍ତାରୁ ଫାଳଫାଳ ହୋଇ ପିଚୁ ଉଠିବାକୁ ଲାଗୁଛି ।

3-OTET ପରୀକ୍ଷା ପୂର୍ବରୁ ଉତ୍ତର ପେପର ଭାଇରାଲ୍

ଆଜି ରାଜ୍ୟରେ OTET ପରୀକ୍ଷା ହେଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଭାଇରାଲ ହେଲା ଉତ୍ତର ସିଟ୍‌ ।

4-Odisha Corona Cases, ଦିନକରେ 221 ସଂକ୍ରମିତ

24 ଘଣ୍ଟାରେ ରାଜ୍ୟରେ ଆଉ 221ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

5-ସାଇକ୍ଲିଙ୍ଗ୍ ଟୁରିଜମ ପାଇଁ ପ୍ରମୋସନ, ଲଦାଖରେ ଭୁବନେଶ୍ବର ସାଇକ୍ଲିଙ୍ଗ ଆଡଭେଞ୍ଚର କ୍ଲବ

ସାଇକ୍ଲିଙ୍ଗ ପ୍ରତି ଆଗ୍ରହ ବଢାଇବାକୁ ପ୍ରୟାସ । ଭୁବନେଶ୍ବର ସାଇକ୍ଲିଙ୍ଗ ଆଡଭେଞ୍ଚର କ୍ଲବର କମାଲ । ସାଇକେଲରେ ମୋନାଲିରୁ ଲେ (Manali to Leh ) ପର୍ଯ୍ୟନ୍ତ ଅତିକ୍ରାନ୍ତ କରି ସୁନାମ ଆଣିଛନ୍ତି ଭୁବନେଶ୍ବର ସାଇକେଲ କ୍ଲବର ମେମ୍ବର ।୨୦ ଜଣିଆ ସାଇକେଲ ଆରୋହୀ ସାଇକେଲରେ ଲଦାଖର ୧୮ ହଜାର ଫୁଟ ପାହାଡର ଶିଖର ଚଢି ୬ଟି ପାହାଡ ଅତିକ୍ରମ କରି ସଫଳତା ଅର୍ଜନ କରିଛନ୍ତି ।

6-Landslide In Kerala, କେରଳରେ ଭୂସ୍ଖଳନ, 5 ମୃତ

ପ୍ରବଳ ବର୍ଷା କାରଣରୁ କେରଳ ଇଡୁକି ଜିଲ୍ଲା କୁଦାୟାଥୁର ଥୋଡୁପୁଜାହ ଅଞ୍ଚଳରେ ଭୂସ୍ଖଳନ ହୋଇଛି ।

7-NASA Moon Rocket, ବଜ୍ରପାତ ସତ୍ତ୍ବେ ଆଜି ଉଡାଣ ଭରିବ ନାସାର ମୁନ୍ ରକେଟ

ପରୀକ୍ଷଣ କେନ୍ଦ୍ରରେ ବଜ୍ରପାତ ସତ୍ତ୍ବେ ଆଜି ଉଡାଣ ଭରିବ ଆମେରିକା ସ୍ପେସ୍ ଏଜେନ୍ସି ନାସାର ମୁନ୍ ରକେଟ(NASA New Moon Rocket) । 322 ଫୁଟର ଏହି ସ୍ପେସ ଲଞ୍ଚ ସିଷ୍ଟମ ରକେଟ ହେଉଛି NASAର ସବୁଠାରୁ ଶକ୍ତିଶାଳୀ ରକେଟ୍ ।

8-ଜାତୀୟ କ୍ରୀଡା ଦିବସରେ ମୋଦିଙ୍କ ଫିଟନେସ ମନ୍ତ୍ର, ବଡି ଫିଟ୍‌ ଅଛି ତ ମାଇଣ୍ଡ ହିଟ୍‌ ରହିବ

ଜାତୀୟ କ୍ରୀଡା ଦିବସରେ ମେଜର ଧ୍ୟାନଚାନ୍ଦଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ ଜାରି କରି କ୍ରୀଡା ଦିବସର ଶୁଭେଚ୍ଛା ଜଣାଇବା ସହ ଭାରତୀୟ ଖେଳାଳିଙ୍କ ଉଲ୍ଲେଖନୀୟ ଅବଦାନକୁ ମନେପକାଇଲେ ।

9-ଚାଞ୍ଚଲ୍ୟ, କାରରୁ ମିଳିଲା ଗୁଜୁରାଟ କଣ୍ଠଶିଳ୍ପୀ ବୈଶାଲୀଙ୍କ ସନ୍ଦେହଜନକ ମୃତଦେହ

ବଲସାଦର ଜଣାଶୁଣା କଣ୍ଠଶିଳ୍ପୀ ବୈଶାଲୀ ବଲସାରା (singer Vaishali Balsara)ଙ୍କ ମୃତଦେହ ଜିଲ୍ଲାର ପାରଦିନି ପାର୍‌ ନଦୀ ନିକଟରୁ ମିଳିଛି । ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନି ।

10-Asia Cup 2022, ଆଜି ମୁହାଁମୁହିଁ ହେବେ ଆଫଗାନିସ୍ତାନ ବାଂଲାଦେଶ

ଏସିଆ କପ୍ 2022ରେ ଆଜି ତୃତୀୟ ମ୍ୟାଚ ଖେଳାଯିବ । ଏଥିରେ ଆଫଗାନିସ୍ତାନ ଓ ବାଂଲାଦେଶ ପରସ୍ପରକୁ ଭେଟିବେ ।

ABOUT THE AUTHOR

...view details