ଓଡିଶା

odisha

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Aug 27, 2022, 1:04 PM IST

ନଜର ପକାନ୍ତୁ 1pmର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1-ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲା, ଭଏସ ଟେଷ୍ଟ ପାଇଁ ଆଜି କୋର୍ଟରେ ଶୁଣାଣି

ଆଜି ସିବିଆଇ କୋର୍ଟରେ ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ଅଡିଓ କଲର ଭଏସ ଟେଷ୍ଟ ପାଇଁ ଆବେଦନ ଉପରେ ଶୁଣାଣି ।

2-Odisha Corona Cases, ଦିନକରେ 289 ସଂକ୍ରମିତ

24 ଘଣ୍ଟାରେ ରାଜ୍ୟରେ ଆଉ 289ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

3-ଧାରଣାରେ ସିଆରପି ଛକ ବ୍ଯବସାୟୀ, ଥଇଥାନ ଦାବି

ବିଏମସିର ମନ ଇଛା କାର୍ଯ୍ୟକୁ ଉଠା ଦୋକାନୀଙ୍କ ବିରୋଧ । ଧାରଣାରେ ବସିଲେ ସିଆରପି ଛକର ବ୍ୟବସାୟୀ ।

4-ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ୟୁୟୁ ଲଳିତ

ସୁପ୍ରିମକୋର୍ଟର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ୟୁୟୁ ଲଳିତ । ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

5-ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ପ୍ରଧାନମନ୍ତ୍ରୀ ଖଦି ମହୋତ୍ସବକୁ ସମ୍ବୋଧିତ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ।

6-ପ୍ଲାଷ୍ଟିକ ନିଷିଦ୍ଧ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନକୁ କଡ଼ାକଡ଼ି ଭାବେ ସାରା ରାଜ୍ୟରେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟସ୍ତରୀୟ ଟାକ୍ସ ଫୋର୍ସ କମିଟି ବୈଠକରେ ଅଧ୍ୟକ୍ଷତା କରି ଆଜି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି ।

7-ଗ୍ରହରେ ଅଛି କାର୍ବନ ଡାଇଅକ୍ସାଇଡ, NASA ଟେଲିସ୍କୋପ ପଠାଇଲା ପ୍ରଥମ ଚିତ୍ର

ଗ୍ରହରେ କାର୍ବନ ଡାଇଅକ୍ସାଇଡ ଥିବା ସ୍ପଷ୍ଟ କଲା ନାସା ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍(NASA James Webb Space Telescope) ।

8-ଆଉ ରହିବନି ନେଟୱାର୍କ ସମସ୍ୟା, Starlink Internet ସହ ଯୋଡିହେବ ମୋବାଇଲ୍ ଫୋନ୍

ଆସନ୍ତା ବର୍ଷଠୁ ଆଉ ରହିବନି ନେଟୱାର୍କ ସମସ୍ୟା । ମୋବାଇଲ୍ ଫୋନ୍ ଆସନ୍ତା ବର୍ଷ ସୁଦ୍ଧା ସ୍ପେସ୍ ଏକ୍ସର ନୂତନ ଷ୍ଟାରଲିଙ୍କ ଉପଗ୍ରହ ସହିତ ସଂଯୋଗ ହେବ(Mobile phones will connect to SpaceX new Starlink satellites) ।

9-ହଲିଉଡ ଫିଲ୍ମକୁ ନେଇ ଆଲିଆଙ୍କ ଖୁଲାସା, Heart Of Stone ପାଇଁ ଜୁମ୍‌କୁ ଦେଲେ ଧନ୍ୟବାଦ

ନିକଟରେ ଆଲିଆ ଭଟ୍ଟ ତାଙ୍କ ହଲିଉଡ ଡେବ୍ୟୁ ଫିଲ୍ମ ହାର୍ଟ ଅଫ୍ ଷ୍ଟୋନ (Heart Of Stone)ର ସୁଟିଂ ଶେଷ କରିଛନ୍ତି । ଏହି ସମୟରେ, ଆଲିଆ କିପରି ହଲିଉଡ ଫିଲ୍ମ ପାଇଲେ ତାହାର ଖୁଲାସା କରିଛନ୍ତି ।

10-ଫିଲ୍ମ ଫ୍ରାଇଡରେ ପରଦାକୁ ଆସିଲା ମାୟାବୀ

ଫିଲ୍ମ ଫ୍ରାଇଡରେ ରିଲିଜ ହେଲା ଓଡିଆ ଚଳଚ୍ଚିତ୍ର ମାୟାବୀ । ଅନୀଶା ଏଣ୍ଟରଟେନମେଣ୍ଟର ଦ୍ବିତୀୟ ଅବଦାନ ଚଳଚ୍ଚିତ୍ର ମାୟାବୀର ଭୁବନେଶ୍ବର ଆଇନକ୍ସ ଭବାନୀ ମଲରେ ପ୍ରିମିୟର ହୋଇଯାଇଛି ।

ABOUT THE AUTHOR

...view details