ଓଡିଶା

odisha

ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Oct 2, 2022, 11:06 AM IST

1.ସ୍ମୃତିରେ ମହାପୁରୁଷ, ଦେଶ ପାଳୁଛି ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ

ଅକ୍ଟୋବର 2 ଅର୍ଥାତ ଆଜିର ଦିନରେ ଭାରତ ମାଟିର ଜନ୍ମ ନେଇଥିଲେ ଦୁଇ ମହାପୁରୁଷ । ଜଣେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟ ଜଣେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ

2.ORHDC Scam: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ମୋକିମ

ହାଇକୋର୍ଟଙ୍କ ଗଲେ ମହମ୍ମଦ ମୋକିମ । ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ଋଣ ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି

3.ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା: ଶୁଭାରମ୍ଭ କରିବେ ନବୀନ

ଆଜିଠୁ ମାସେ ବ୍ୟାପୀ ବିଜେଡିର ଜନସମ୍ପର୍କ ପଦଯାତ୍ରା । ଗାଁରୁ ସହର ଗଳି କନ୍ଦି ବୁଲି ବୁଲି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବ ବିଜେଡି ।

4.ରାଜଧାନୀରେ ନାବାଳକକୁ ଗଣଦୁଷ୍କର୍ମ, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୀଡିତ

ଜଣେ ୧୨ ବର୍ଷୀୟ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ପରେ ଗୁପ୍ତାଙ୍ଗରେ ରଡ୍ ପୁରାଇଲେ ୪ ନାବାଳକ । ହସ୍ପିଟାଲରେ ଆଖି ବୁଜିଲେ ପୀଡିତ

5.ବିଦ୍ୟାଳୟକୁ ବୋମାରେ ଉଡ଼ାଇଥିଲେ ଶ୍ବଶୁର, ଶିକ୍ଷାଦାନ କଲା ବୋହୂ

ବିହାରର ଜମୁଇରେ ଏକ ପ୍ରେରଣାଦାୟୀ ଘଟଣା ଦେଖିବାକୁ ମିଳିଛି । ବିଦ୍ୟାଳୟକୁ ବୋମାରେ ଉଡ଼ାଇଥିବା ନକ୍ସଲର ବୋହୂ ଉକ୍ତ ବିଦ୍ୟାଳୟରେ କରୁଛନ୍ତି ଶିକ୍ଷାଦାନ ।

6.ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଅକ୍ଷୟ ପରିଜା

କାଷ୍ଟିଂ କାଉଚ ମାମଲାରେ ଛନ୍ଦି ହୋଇଥିବା ଓଡିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଗିରଫ ଭୟ । ହାଇକୋର୍ଟରେ କଲେ ଆଗୁଆ ଜାମିନ ଆବେଦନ ।

7.OAS ପାହ୍ୟାକୁ ପଦୋନ୍ନତି ହେଲେ 143 ORS

ଓଡ଼ିଶା ରାଜସ୍ୱ ସେବା(ORS)ର 143 ଜଣ ଅଫିସରଙ୍କୁ ଓଏଏସ ପାହ୍ୟାକୁ ପଦୋନ୍ନତି

8.ଫୁଟବଲ ମ୍ୟାଚ୍‌ ପରେ ଷ୍ଟାଡିୟମରେ ଦଳାଚକଟା, 129 ମୃତ

ଫୁଲବଲ ମ୍ୟାଚ ସମୟରେ ଦୁଇ ଦଳ ମଧ୍ୟରେ ଭୟଙ୍କର ସଂଘର୍ଷ । 129ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ 180ରୁ ଅଧିକ ଆହତ ହୋଇଛନ୍ତି

9.Ind Vs SA 2nd T20: ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି, ସିରିଜ ସିଲ ଲକ୍ଷ୍ୟରେ ଭାରତ

ଗୌହାଟୀରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ଜିତି ଭାରତ 1-0ରେ ଆଗୁଆ ରହିଛି । ଦ୍ବିତୀୟ ଟି-ଟ୍ବେଣ୍ଟି ଜିତି ସିରିଜ କବଜା କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ

10.Anubhav Varsha Marital Discord: ଅନୁଭବଙ୍କ ପୈତୃକ ଘର ଛାଡିଲେ ବର୍ଷା

ଅନୁଭବଙ୍କ ପୈତୃକ ଘର ଛାଡ଼ିଲେ ବର୍ଷା ପ୍ରିୟଦର୍ଶିନୀ । ଘର ଛାଡିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ABOUT THE AUTHOR

...view details