ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ବଡ଼ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 24, 2022, 6:59 PM IST

1. ରାଇ ଭାଇ ଏମିତି କରିଛନ୍ତି ମୁଁ ବିଶ୍ବାସ କରିପାରୁନାହିଁ: ସିଦ୍ଧାନ୍ତ ମହାପାତ୍ର

ରାଇ ଭାଇ ଏମିତି କରିଛନ୍ତି ବିଶ୍ବାସ କରିପାରୁନାହିଁ । ଜଣେ ଉଚ୍ଚକୋଟୀର କଳାକାର ଥିଲେ । ଆମେ ଏକାଠି ଅନେକ କାମ କରିଛୁ ।

2. ଅଫେରା ରାଇଜରେ ରାଇମୋହନ, ଶୋକରେ ବୁଡିଲା ସିନେଜଗତ

ରାଇମୋହନ ପରିଡା ଆତ୍ମହତ୍ୟାକୁ ନେଇ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି । ଏପରି ଜଣେ ବିଶିଷ୍ଟ କଳାକାରଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିବା ସହ ବିଭିନ୍ନ ମହଲରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

3. ତାଙ୍କ କାମ ପାଇଁ ମତେ ଆସି ଛିଡା ହେବାକୁ ପଡିବ ଭାବିନଥିଲି: ଶ୍ରୀତମ ଦାସ

ରାଇମୋହନଙ୍କ ଆତ୍ମହତ୍ୟାକୁ ନେଇ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି ବରିଷ୍ଠ ଅଭିନେତା ଶ୍ରୀତମ ଦାସ ।

4. ବାସ୍ତବ ଜୀବନରେ ସମ୍ପୂର୍ଣ୍ଣ ଭିନ୍ନ ମଣିଷ ଥିଲେ ରାଇମୋହନ

ବାସ୍ତବ ଜୀବନରେ ସମ୍ପୂର୍ଣ୍ଣ ଭିନ୍ନ ମଣିଷ ଥିଲେ ରାଇମୋହନ । ଯେତିକି ମେଳାପୀ ଥିଲେ ସେତିକି ଖୁସ୍‌ ମିଜାଜ୍‌ର ବ୍ୟକ୍ତି ଥିଲେ ।

5. ବାଣୀବିହାରରେ ବୁଲିଲା ଖଣ୍ଡା, ପ୍ରେମ ବ୍ୟାପାରରୁ ଆକ୍ରମଣ

ରାଜଧାନୀରେ ଅଶାନ୍ତ ହେଲା ବାଣୀବିହାର କ୍ୟାମ୍ପସ । ପ୍ରେମ ନିବେଦନକୁ ନେଇ ଯୁବକଙ୍କ ଉପରେ ଆକ୍ରମଣ ।

6. Presidential Election: ବିରୋଧୀଙ୍କ ସମର୍ଥନ ମାଗିଲେ ଦ୍ରୌପଦୀ ମୁର୍ମୁ

ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଆଜି ନାମାଙ୍କନ ଦାଖଲ କରିବା ପୂର୍ବରୁ ବିରୋଧୀ ନେତା ମାନଙ୍କୁ ଫୋନ କରି ସମର୍ଥନ ଲୋଡିଥିଲେ ।

7. ନୃଶଂସ ସ୍ବାମୀ, ନିଶାସକ୍ତ ଅବସ୍ଥାରେ ପତ୍ନୀ ଓ ପିଲାଙ୍କୁ ଜାଳିଦେଲା

ମଦ ନିଶାରେ ଚୁର୍‌ ଜଣେ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ଡ । ଘରେ ପତ୍ନୀ ସହ ଦୁଇ ପିଲା ଶୋଇଥିବା ବେଳେ ଲଗାଇଦେଲା ନିଆଁ ।

8. ଅଗ୍ନିବୀରଙ୍କ ପାଇଁ ମୁଁ ପେନ୍‌ସନ୍‌ ଛାଡ଼ିବାକୁ ପ୍ରସ୍ତୁତ: ବରୁଣ ଗାନ୍ଧୀ

ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିକ୍ଷୋଭ ଓ ଅସନ୍ତୋଷ ଜାରି ରହିଛି । ଏହାରି ମଧ୍ୟରେ ବିଜେପି ସାଂସଦ ବରୁଣ ଗାନ୍ଧୀ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ।

9. ଚାରିଧାମ ଯାତ୍ରାରେ ଯାଇଛି ୧୭୫ ଘୋଡାଙ୍କ ଜୀବନ

ଚାରିଧାମ ଯାତ୍ରାରେ ବୃଦ୍ଧି ହେଉଛି ଘୋଡା ଖଚରଙ୍କ ମୃତ୍ୟୁ ସଂଖ୍ୟା । ୮ ହଜାର ୫୧୬ ଘୋଡା ଖଚର ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୫ଙ୍କ ମୃତ୍ୟୁ ହୋଇଛି ।

10. ତପନ କୁମାର ଡେକା ହେଲେ IB ନିର୍ଦ୍ଦେଶକ, ପରମେଶ୍ବରନ ଆୟର ନୀତି ଆୟୋଗ ମୁଖ୍ୟ

ବରିଷ୍ଠ IPS ଅଧିକାରୀ ତପନ କୁମାର ଡେକା ଇଣ୍ଟେଲିଜେନ୍ସ ବ୍ୟୁରୋ ନିର୍ଦ୍ଦେଶକ (Intelligence Bureau) ଦାୟିତ୍ବ ନେବେ । RAW ମୁଖ୍ୟ ସାମନ୍ତ ଗୋୟଲଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ବୃଦ୍ଧି ।

ABOUT THE AUTHOR

...view details