ଓଡିଶା

odisha

ETV Bharat / bharat

Deepawali in forward post: ସୀମାରେ ଦୀପାବଳି, ଆଗୁଆ ଘାଟିରେ ପ୍ରଧାନମନ୍ତ୍ରୀଙ୍କଠୁ CDS ହେଲେ ସାମିଲ - ସିଡିଏସ ଅନିଲ ଚୌହାନ

ସୀମାର ଫରଓ୍ବାର୍ଡ ପୋଷ୍ଟରେ ପାଳନ ହେଲା ଦୀପାବଳି । ବିଭିନ୍ନ ଫରଓ୍ବାର୍ଡ ପୋଷ୍ଟରେ ସିଡିଏସ, ସ୍ଥଳସେନା ଓ ବାୟୁସେନା ମୁଖ୍ୟ ହେଲେ ସାମିଲ । କାର୍ଗିଲରେ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ (Deepawali with troops in forward locations) । ଦେଶସେବାକୁ ପ୍ରଂଶସା କଲେ, ମିଠା ଖୁଆଇଲେ, ବନ୍ଦେ ମାତାରଂରେ ଝୁମିଲେ । ଅଧିକ ପଢନ୍ତୁ

Deepawali in forward post: ସୀମାରେ ଦୀପାବଳି, ଫରଓ୍ବାର୍ଡ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଠାରୁ CDSଙ୍କ ପର୍ଯ୍ୟନ୍ତ ହେଲେ ସାମିଲ
Deepawali in forward post: ସୀମାରେ ଦୀପାବଳି, ଫରଓ୍ବାର୍ଡ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଠାରୁ CDSଙ୍କ ପର୍ଯ୍ୟନ୍ତ ହେଲେ ସାମିଲ

By

Published : Oct 24, 2022, 5:16 PM IST

ନୂଆଦିଲ୍ଲୀ: ଆଜି ସାରା ଦେଶ ଆନନ୍ଦ ଉଲ୍ଲାସ ସହ ଆଲୋକର ପର୍ବ ଦୀପାବଳି ପାଳନ କରୁଛି । ଏଥିରୁ ମଧ୍ୟ ବାଦ ପଡିନାହାନ୍ତି ସୀମା ସୁରକ୍ଷାରେ ଥିବା ଭାରତୀୟ ସେନା (Deepawali with troops in forward locations) । ଅନ୍ତର୍ଜାତୀୟ ସୀମାରେ ଥିବା ସେନାର ଫରଓ୍ବାର୍ଡ ପୋଷ୍ଟରେ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ସିଡିଏସ ଅନିଲ ଚୌହନ, ସ୍ଥଳସେନା ଓ ବାୟୁସେନା ମୁଖ୍ୟ । ଏକାଧିକ ଫରଓ୍ବାର୍ଡ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ସମେତ ଏହି ତ୍ରୀସେବା ସର୍ବୋଚ୍ଚ ଅଧିକାରୀ ଯବାନଙ୍କ ସହ ଦୀପାବଳି ପାଳନ କରିବା ସହ ସେମାନଙ୍କ ମନୋବଳକୁ ବୃଦ୍ଧି କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପୂର୍ବ ବର୍ଷଗୁଡିକ ପରି ଚଳିତ ଥର ମଧ୍ୟ ସେନା କ୍ୟାମ୍ପରେ ଦୀପାବଳି ପାଳନ କରିଛନ୍ତି । ୧୯୯୯ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ସୁରକ୍ଷା ବଳର ସାମର୍ଥ୍ୟର ସାକ୍ଷୀ ଥିବା ଜମ୍ମୁ କାଶ୍ମୀର କାର୍ଗିଲ ଫରଓ୍ବାର୍ଡ ପୋଷ୍ଟରେ ସେନା ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯବାନଙ୍କୁ ମିଠା ଖୁଆଇବା ସହିତ ଦେଶର ଅଖଣ୍ଡତା ପ୍ରତି ସେମାନଙ୍କ ସର୍ବୋଚ୍ଚ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହା ସହିତ ଯବାନଙ୍କୁ ମିଠା ଖୁଆଇ ଦୀପାବଳିର ଶୁଭେଚ୍ଛା ଦେବା ସହ ବନ୍ଦେ ମାତରମ ଗୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝୁମିଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ପ୍ରତିରକ୍ଷା ପ୍ରମୁଖ (CDS) ଅନିଲ ଚୌହାନ ଓ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବି.ଆର ଚୌଧୁରୀ ଜମ୍ମୁ କାଶ୍ମୀରରେ ଭାରତ-ପାକ ନିୟନ୍ତ୍ରଣ ରେଖା ନିକଟରେ ଥିବା ସେନାର ଫରଓ୍ବାର୍ଡ ପୋଷ୍ଟରେ ଦିପାବଳୀ ପାଳନ କରିଛନ୍ତି । ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ପୂର୍ବ ସୀମାନ୍ତ ସିକିମରେ ଅନ୍ତର୍ଜାତୀୟ ସୀମାରେ ଥିବା ସେନା ପୋଷ୍ଟରେ ଦୀପାବଳି ପାଳନ କରିଛନ୍ତି । ଏହି ସର୍ବୋଚ୍ଚ ସେନାଧିକାରୀମାନେ ଯବାନଙ୍କୁ ଦୀବାବଳିର ଶୁଭେଚ୍ଛା ଜଣାଇବା ସହ ମିଠା ଖୁଆଇଥିଲେ । ପରେ ସେଠାରେ ସୁରକ୍ଷା ସ୍ଥିତି ନେଇ ସମୀକ୍ଷା ମଧ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details