ଓଡିଶା

odisha

By

Published : Feb 20, 2021, 1:27 PM IST

ETV Bharat / bharat

ଦିଶା ରବିଙ୍କ ଗିରଫଦାରି ଉପରେ ଏପରି କହିଲେ ଗ୍ରେଟା

ଚାଷୀ ଆନ୍ଦୋଳନ ସହ ଜଡିତ ଟୁଲକିଟ ମାମଲାରେ ଦିଲ୍ଲୀ ପୋଲିସ ଦିଶା ରବିଙ୍କୁ 3 ଦିନିଆ ହେପାଜତରେ ନେଇଛି । ତାଙ୍କ ଗିରଫଦାରି ଉପରେ ଏପରି କହିଲେ ଗ୍ରେଟା । ଅଧିକ ପଢନ୍ତୁ...

ଦିଶା ରବିଙ୍କ ଗିରଫଦାରି ଉପରେ ଏପରି କହିଲେ ଗ୍ରେଟା
ଦିଶା ରବିଙ୍କ ଗିରଫଦାରି ଉପରେ ଏପରି କହିଲେ ଗ୍ରେଟା

ନୂଆଦିଲ୍ଲୀ: ଟୁଲକିଟ ମାମଲାରେ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିକୁ ଗିରଫଦାରି ଉପରେ ପ୍ରତିକ୍ରିୟା ଦେଇଛନ୍ତି ଗ୍ରେଟା ଟୁନବେରିଙ୍କ ପ୍ରତିକ୍ରିୟା । ବାକ ସ୍ବାଧୀନତା, ଶାନ୍ତିପୂର୍ଣ୍ଣ ପ୍ରତିବାଦ ଏବଂ ସମାବେଶ ହେଉଛି ଅଣ-ବୁଝାମଣାଯୁକ୍ତ ମାନବିକ ଅଧିକାର । କୌଣସି ଗଣତନ୍ତ୍ରର ରାଷ୍ଟ୍ରର ଏହା ମୌଳିକ ଅଧିକାରର ଏକ ଅଂଶବିଶେଷ ହେବା ଆବଶ୍ୟକ ବୋଲି ଗ୍ରେଟା ଟ୍ବିଟ କରି କହିଛନ୍ତି ।

ଗ୍ରେଟା ଶୁକ୍ରବାର ଟ୍ବିଟ ଯୋଗେ ଏହି ପ୍ରତିକ୍ରିୟା ଦେଇଛନ୍ତି । ଏଥିରେ ସେ ହ୍ୟାସ ଟ୍ୟାଗ ବ୍ୟବହାର କରି ଷ୍ଟାଣ୍ଡ ୱିଥ୍‌ ଦିଶା ରବି ଲେଖିଥିଲେ ।

ଶୁକ୍ରବାର ଚାଷୀ ଆନ୍ଦୋଳନ ସହ ଜଡିତ ଟୁଲକିଟ ମାମଲାରେ ଦିଲ୍ଲୀ ପୋଲିସ ଦିଶା ରବିଙ୍କୁ 3 ଦିନିଆ ହେପାଜତରେ ନେଇଛି । ଶୁକ୍ରବାର 5 ଦିନିଆ ରିମାଣ୍ଡ ସରିବା ପରେ ଦିଲ୍ଲୀରେ ସ୍ପେଶାଲ ସେଲ ଦିଶାକୁ ପଟିଆଲା ହାଉସରେ ହାଜର କରାଯାଇଥିଲା । ଫେବୃୟାରୀ 13ରେ ବେଙ୍ଗାଲୁରୁରୁ ଦିଶାକୁ ଗିରଫ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details