ଓଡିଶା

odisha

ETV Bharat / bharat

ଟୁଲକିଟ ମାମଲା: ବିଜେପି ନେତାଙ୍କ ଟ୍ବିଟର ଆକାଉଣ୍ଟ ବାତିଲ ପାଇଁ କଂଗ୍ରେସର ଦାବି - ଟ୍ବିଟର ଆକାଉଣ୍ଟ ବାତିଲ

କୋଭିଡ ଟୁଲକିଟ ମାମଲାରେ ବିଜେପି ନେତାଙ୍କ ଟ୍ବିଟର ଆକାଉଣ୍ଟ ବାତିଲ ପାଇଁ କଂଗ୍ରେସ ଦାବି କରିଛି । ଅଧିକ ପଢନ୍ତୁ..

ଟୁଲକିଟ ମାମଲା: ବିଜେପି ନେତାଙ୍କ ଟ୍ବିଟର ଆକାଉଣ୍ଟ ବାତିଲ ପାଇଁ କଂଗ୍ରେସର ଦାବି
ଟୁଲକିଟ ମାମଲା: ବିଜେପି ନେତାଙ୍କ ଟ୍ବିଟର ଆକାଉଣ୍ଟ ବାତିଲ ପାଇଁ କଂଗ୍ରେସର ଦାବି

By

Published : May 21, 2021, 3:22 PM IST

ନୂଆଦିଲ୍ଲୀ: କୋଭିଡ -19 ଟୁଲକିଟ ମାମଲାରେ ପୋଲିସ ଅଭିଯୋଗ ଦାଖଲ କରିବାର ଦୁଇ ଦିନ ପରେ କଂଗ୍ରେସ ପ୍ରତିକ୍ରିୟା ରଖିଛି । ଭୁଲ ତଥ୍ୟ ଏବଂ ଅଶାନ୍ତି ବ୍ୟାପିଥିବା ଅଭିଯୋଗରେ ଦଳର ମୁଖ୍ୟ ଜେପି ନଡ୍ଡା ଏବଂ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ବିଜେପି ନେତାଙ୍କ ଆକାଉଣ୍ଟକୁ ସ୍ଥାୟୀଭାବେ ସ୍ଥଗିତ ରଖିବାକୁ କଂଗ୍ରେସ ଟ୍ବିଟରକୁ କହିଥିବା ଜଣାପଡିଛି ।

କଂଗ୍ରେସ ବୁଧବାର ନଡ୍ଡା ଏବଂ ଇରାନୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଥାନାରେ ଅଭିଯୋଗ ଦାଖଲ କରିଛି । ଏହା ବ୍ୟତୀତ ବିଜେପି ସାଧାରଣ ସମ୍ପାଦକ ବି ଏଲ ସନ୍ତୋଷ ଏବଂ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଦସ୍ତାବିଜ ଜାଲିଆତି ବୋଲି ଅଭିଯୋଗରେ ଦର୍ଶାଯାଇଛି। ସାମାଜିକ ଗଣମାଧ୍ୟମରେ ଭୁଲ ଦସ୍ତାବିଜ ସେୟାର କରି ଲୋକମାନଙ୍କୁ ଭୁଲ ତଥ୍ୟ ଦେଇଥିବାରୁ ତାଙ୍କ ଟ୍ବିଟର ଆକାଉଣ୍ଟକୁ ସ୍ଥାୟୀ ଭାବରେ ବାତିଲ କରିବା ପାଇଁ କଂଗ୍ରେସର ସାମାଜିକ ଗଣମାଧ୍ୟମ ବିଭାଗର ମୁଖ୍ୟ ରୋହନ ଗୁପ୍ତା କହିଛନ୍ତି ।

ଏହି ଘଟଣାରେ ଟ୍ବିଟର ନୀତି ମଧ୍ୟ କ୍ଷୁର୍ଣ୍ଣ ରହିଛି । ଏଣୁ ଟ୍ବିଟର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଉକ୍ତ ଟ୍ବିଟକୁ ହଟାଇବା ସହିତ ସେମାନଙ୍କ ଟ୍ବିଟର ଆକାଉଣ୍ଟକୁ ମଧ୍ୟ ବାତିଲ କରିବା ପାଇଁ କଂଗ୍ରେସ ପକ୍ଷରୁ କୁହାଯାଇଛି ।

@PTI

ABOUT THE AUTHOR

...view details