ଓଡିଶା

odisha

ETV Bharat / bharat

ଜାତିଭିତ୍ତିକ ଜନଗଣନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ୧୦ ରାଜନୈତିକ ଦଳ - cast based census

ଆଜି ଜାତିଭିତ୍ତିକ ଜନଗଣନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ୧୦ ରାଜନୈତିକ ଦଳ। ଅଧିକ ପଢନ୍ତୁ...

ଜାତିଭିତ୍ତିକ ଜନଗଣନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ୧୦ ରାଜନୈତିକ ଦଳ
ଜାତିଭିତ୍ତିକ ଜନଗଣନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ୧୦ ରାଜନୈତିକ ଦଳ

By

Published : Aug 22, 2021, 10:54 PM IST

Updated : Aug 23, 2021, 6:20 AM IST

ନୂଆଦିଲ୍ଲୀ: ଆଜି (ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ୧୦ ରାଜନୈତିକ ଦଳ । ପ୍ରଧାନମନ୍ତ୍ରୀଙ୍କୁ ଭେଟି ଜାତିଭିତ୍ତିକ ଜନଗଣନା ପାଇଁ ଆଲୋଚନା କରିବେ । ଏହାକୁ ନେଇ ରବିବାର ସଂନ୍ଧ୍ୟାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦିଲ୍ଲୀରେ ପହଞ୍ଚିଥିଲେ ।

ଜାତିଭିତ୍ତିକ ଜନଗଣନାକୁ ନେଇ ଆଜି ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଭାରତର ୧୦ ଟି ରାଜନୈତିକ ଦଳ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ଦେଶରେ ଜାତିଭିତ୍ତିକ ଜନଗଣନା ପାଇଁ ପିଏମ ମୋଦିଙ୍କ ସହ ରାଜନୈତିକ ଦଳ ଆଲୋଚନା କରିବେ। ନୀତିଶ କୁମାରଙ୍କ ସହିତ ବିହାର ବିରୋଧୀଦଳ ନେତା ତେଜସ୍ବୀ ଯାଦବ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିବେ ।

ସୂଚନାଥାଉକି ବିହାର ବିଧାନସଭା ଓ ବିଧାନପରିଷଦେର ୨୦୧୯ରେ ଜାତିଭିତ୍ତିକ ଜନଗଣନା ପାଇଁ ସର୍ବସମ୍ମତି କ୍ରମେ ଘୋଷଣା କରାଯାଇଛି । ଜନତା ଦଳ ୟୁନାଇଟେଡ(ଜେଡିୟୁ) ସାରା ଭାରତରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ଦାବି କରିଛି । ସେପଟେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ଆରଜେଡି ନେତା ତଥା ବିହାର ବିଧାନସଭାର ବିରୋଧୀଦଳ ନେତା ତେଜସ୍ବୀ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ସୂଚନାଥାଉକି ବିହାରରେ ବିଜେପି ଓ ଜେଡିୟୁ ମଧ୍ୟରେ ଏନଡିଏ ମେଣ୍ଟ ସରକାର ଚାଲିଛି । ଏନଡିଏ ମେଣ୍ଟରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନୀତିଶ କୁମାର।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ ବିିସ୍ତାର ପରେ ବହୁ ସଂଖ୍ୟାରେ ଅନ୍ୟାନ୍ୟ ପଛୁଆ ବର୍ଗକୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ଏହା ପରେ ଦେଶରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି ତେଜିବାରେ ଲାଗିଛି । ଦେଶର ଜେଡିୟୁ ସମେତ ଆରଜେଡି ଓ ଅନ୍ୟ ରାଜନୈତିକ ଦଳ ଗୁଡିକ ଜାତିଭିତ୍ତିକ ଜନଗଣନା ସପକ୍ଷରେ ମତ ପ୍ରକାଶ କରିଛନ୍ତି ।

@ANI

Last Updated : Aug 23, 2021, 6:20 AM IST

ABOUT THE AUTHOR

...view details