ଓଡିଶା

odisha

ETV Bharat / bharat

ଟମାଟୋର ଡବଲ ସେଞ୍ଚୁରୀ, ଦର ଶୁଣି ଛାନିଆ ଗ୍ରାହକ - ଉତ୍ତରାଖଣ୍ଡରେ ଟମାଟୋ ଦରରେ ବୃଦ୍ଧି

ଉତ୍ତରାଖଣ୍ଡରେ ଟମାଟୋ ଦରରେ ବୃଦ୍ଧି। କିଲୋ ପିଛା 250 ଟଙ୍କା ଦରରେ ବିକ୍ରି ହେଉଛି ଟମାଟୋ। ଅଧିକ ପଢନ୍ତୁ

Tomatoes price hike in Gangotri Dha
Tomatoes price hike in Gangotri Dha

By

Published : Jul 7, 2023, 2:27 PM IST

ଡେରାଡୁନ:ପରିବା ବଜାରରେ ନିଆଁ । ବେଲଗାମ ଟମାଟୋ ଦର । ଟମାଟୋର ଅହେତୁକ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତାର କାରଣ ସାଜିଛି । କିଲୋ ପିଛା ଟମାଟୋ ଦର ଶୁଣି ଛାନିଆ ଗ୍ରାହକ । କିଲୋ ପିଛା 250 ଟଙ୍କା ଦରରେ ବିକ୍ରି ହେଉଛି ଟମାଟୋ । ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଧାମରେ ଏପରି ଚଢା ଦରରେ ବିକ୍ରି ହେଉଛି । ସେହିପରି ଉତ୍ତରକାଶୀ ଜିଲ୍ଲାରେ ଟମାଟୋ ଦର 180ରୁ 200 ଟଙ୍କା ରହିଛି । ଫଳରେ ଟମାଟୋ କିଣିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି ଗ୍ରାହକ । 20 ଟଙ୍କାରେ ମିଳୁଥିବା ଟମାର ଦର ଏବେ ଦିଶତକ ପାର କରିଛି ।

ଜଣେ ପରିବା ବ୍ୟବସାୟୀ କହିଛନ୍ତି ଯେ, ଉତ୍ତରକାଶୀରେ ଟମାଟୋ ଦର ବୃଦ୍ଧି ହେଉୁ ଗ୍ରାହକମାନେ କିଣିବାକୁ ମନ ବଳାଉ ନାହାନ୍ତି । ଗଙ୍ଗୋତ୍ରୀ, ଯମୁନୋତ୍ରୀରେ ଟମାଟୋ ଦର 200ରୁ 250 ଟଙ୍କା ରହିଛି । ପ୍ରବଳ ଗ୍ରୀଷ୍ମ ଓ ଏବେ ବର୍ଷା ଯୋଗୁଁ ଟମାଟୋ ଦର ବୃଦ୍ଧି ହୋଇଥିବା କିଛି ଗ୍ରାହକ କହୁଛନ୍ତି। ଚେନ୍ନାଇରେ ଟମାଟୋ କିଲୋପ୍ରତି ବର୍ତ୍ତମାନ 100ରୁ 130 ଟଙ୍କା ଦାମରେ ବିକ୍ରି ହେଉଛି । ସେହିପରି କର୍ଣ୍ଣାଟକରେ ଟମାଟୋ କିଲୋ ପ୍ରତି 101ରୁ 121 ଟଙ୍କାରେ ବିକ୍ରି ହେଉଛି । ମାର୍ଚ୍ଚ ଏବଂ ଏପ୍ରିଲରେ ହଠାତ୍ ତାପମାତ୍ରା ବୃଦ୍ଧି ହେତୁ ଟମାଟୋ ଚାଷ ଉପରେ ପ୍ରଭାବ ପଡିଥିଲା । ଅନେକ ଟମାଟୋ ଚାଷୀ କ୍ଷତି ସହିଥିଲେ । ଉତ୍ପାଦନ କମ୍‌ ହୋଇଥିବାରୁ ଏବେ ବଜାର ଏହାର ଦର ଅଧିକ ରହିଛି ।

ଏହା ମଧ୍ୟ ପଢନ୍ତୁ-ଚୋରି ହୋଇଗଲା ଅଢେଇ ଲକ୍ଷର ଟମାଟୋ, ଥାନାର ଦ୍ବାରସ୍ତ ହେଲେ ଚାଷୀ

ଟମାଟୋ ବର୍ତ୍ତମାନ ସବୁଠାରୁ ମହଙ୍ଗା ପରିବା ହୋଇଥିବା ବେଳେ ଜଣେ ଚାଷୀଙ୍କ ଜମିରୁ ଟମାଟୋ ଚୋରି ହୋଇଯାଇଥିବା ଖବର ଗୁରୁବାର ସାମ୍ନାକୁ ଆସିଥିଲା। କର୍ଣ୍ଣାଟକରେ ଜଣେ ମହିଳା ଚାଷୀଙ୍କ ଜମିରୁ ଅଢେଇ ଲକ୍ଷ ଟଙ୍କାର ଟମାଟୋ ଚୋରି ହୋଇଥିବା ସେ ଥାନାରେ ଅଭିଯୋଗ କରିଥିଲେ। ଗତ ମଙ୍ଗଳବାର ରାତିରେ 50ରୁ 60 ବ୍ୟାଗ ଟମାଟୋ ଚୋରି ହୋଇଥିବା ହାଲେବେଡୁ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ମହିଳା ଚାଷୀ।

ଏହା ମଧ୍ୟ ପଢନ୍ତୁ-ଦୋକାନୀଙ୍କ ନିଆରା ଅଫର: ମୋବାଇଲ କିଣନ୍ତୁ, ମାଗଣାରେ କେଜିଏ ଟମାଟୋ ପାଆନ୍ତୁ

ଦେଶରେ ବିଭିନ୍ନ ରାଜ୍ୟରେ ଏବେ ଟମାଟୋ ଦର 100 ପାର କରିଛି । କିଛି ସ୍ଥାନରେ 200 ଟଙ୍କା ମଧ୍ୟ ରହିଛି। ଯାହା ଖାଉଟିଙ୍କ ଚିନ୍ତାର କାରଣ ସାଜିଛି । ଟମାଟୋ ଖାଇବା ଯେମିତି ଭୁଲି ଗଲେଣି ଖାଉଟି । ଏକ କେଜି ବଦଳରେ କିଏ ଅଧ କେଜିତ ପୁଣି କିଏ 100 ନହେଲେ 200 ଗ୍ରାମ ବାଧ୍ୟରେ କିଣୁଛନ୍ତି ।

ABOUT THE AUTHOR

...view details