ଓଡିଶା

odisha

By

Published : Dec 17, 2021, 10:54 AM IST

ETV Bharat / bharat

ଖେଳୁ ଖେଳୁ ବୋରୱେଲକୁ ଖସିପଡିଲା ଶିଶୁ, 10 ଘଣ୍ଟା ପରେ ଉଦ୍ଧାର କଲା SDRF

ଅସାବଧାନତା ହେତୁ ବୋରଓ୍ବେଲରେ ଖସିପଡିଲା ଦେଢବର୍ଷର ଶିଶୁକନ୍ୟା । ଦୀର୍ଘ ୧୦ ଘଣ୍ଟାପରେ ଉଦ୍ଧାର କଲା ଉଦ୍ଧାରକାରୀ ଟିମ୍ । ଅଧିକ ପଢନ୍ତୁ

ବୋରଓ୍ବେଲରେ ଖସିପଡିଲା ଦେଢବର୍ଷର ଶିଶୁକନ୍ୟା, ୧୦ ଘଣ୍ଟାପରେ ଉଦ୍ଧାର କଲା SDRF
ବୋରଓ୍ବେଲରେ ଖସିପଡିଲା ଦେଢବର୍ଷର ଶିଶୁକନ୍ୟା, ୧୦ ଘଣ୍ଟାପରେ ଉଦ୍ଧାର କଲା SDRF

ଭୋପାଳ: ମଧ୍ୟପ୍ରଦେଶରେ ଛତ୍ରପୁରରେ ଅଭାବନୀୟ ଘଟଣା । ଅସାବଧାନତା ହେତୁ ବୋରଓ୍ବେଲରେ ଖସିପଡିଲା ଦେଢବର୍ଷର ଶିଶୁକନ୍ୟା । ଦୀର୍ଘ ୧୦ ଘଣ୍ଟାପରେ ଉଦ୍ଧାର କଲା ଉଦ୍ଧାରକାରୀ ଟିମ୍ (18 months old divyanshi successfully rescued) । ବୋରଓ୍ବେଲର ଗଭୀରତା ୮୦ ଫୁଟ ହୋଇଥିବା ବେଳେ ଗତକାଲି ଦିନ ୩ଟା୩୦ ମିନିଟ ସମୟରେ ଶିଶୁ କନ୍ୟା ଜଣଙ୍କ ବୋରଓ୍ବେଲ ମଧ୍ୟରେ ପଡିଯାଇଥିଲେ । ଏହାପରେ ରାତି ୧ଟାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଛତ୍ରପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ଗତକାଲି ଦେଢ ବର୍ଷର ଦିବ୍ୟାଂଶି ଘର ବାହାରେ ଖେଳୁଥିବା ସମୟରେ ହଠାତ ନିକଟ କ୍ଷେତରେ ଥିବା ବୋରଓ୍ବେଲରେ ଖସିପଡିଥିଲେ । ଏହାପରେ ଶିଶୁକନ୍ୟାଟିର କାନ୍ଦିବା ସ୍ବର ଶୁଣି ଘର ଲୋକେ ତାଙ୍କୁ ଖୋଜା ଖୋଜି କରିବାପରେ ବୋରଓ୍ବେଲରେ ପଡିଯାଇଥିବା ଜାଣିବାକୁ ପାଇଥିଲେ । ଏନେଇ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ଓ SDRF ଟିମ୍ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details