ଓଡିଶା

odisha

By ETV Bharat Odisha Team

Published : Oct 13, 2023, 8:20 AM IST

ETV Bharat / bharat

ଦେବଭୂମିରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଭୟକୁ ପଛରେ ପକାଇଛି ଆଜିର ନୂଆ ଭାରତ

ଦିନିକିଆ ଉତ୍ତରାଖଣ୍ଡ ଗସ୍ତ କରି ରାଜ୍ୟବାସୀଙ୍କୁ 4200 କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବା ସହ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

pm modi Uttarakhand visit
pm modi Uttarakhand visit

ଡେରାଡୁନ:ଦିନିକିଆ ଦେବଭୂମି ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟବାସୀଙ୍କୁ 4200 କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବା ସହିତ ପିଥୋରଗାଡରେ ଏକ ଜନସଭାକୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଧ୍ୟାତ୍ମିକ ଓ ଅପ୍ରତିମ ସୌର୍ଯ୍ୟ, ରାଷ୍ଟ୍ରରକ୍ଷା ଓ ତୀର୍ଥଭୂମିର ଏହି ପବିତ୍ର ମାଟିକୁ ମୁଁ ଯେବେ ଆସିଛି ଧନ୍ୟ ହୋଇଯାଏ । ଉତ୍ତରାଖଣ୍ଡର ସାମର୍ଥ୍ୟ ଅଦ୍ଭୂତ ଅତୁଳନୀୟ । ଉତ୍ତରାଖଣ୍ଡ ବିକାଶର ଶିଖର ଛୁଇଁବ । ଆଜିର ନୂଆ ବିକଶିତ ଭାରତ ଭୟଠୁ ବହୁ ଦୂରରେ । ଭୟକୁ ପଛରେ ପକାଇ ଦେଇଛି ଆଜିର ଭାରତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପୂର୍ବ ସରକାର ସୀମାକୁ ଆସିବାକୁ ଡରୁଥିଲେ:ପିଥୋରାଗଡରେ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଦେଶର ସୀମାବର୍ତ୍ତୀ ଗାଁରେ ବିକାଶ କରିଛୁ । ଏହା ପୂର୍ବ ସରକାରଙ୍କ ସମୟରେ ହୋଇନଥିଲା । ଭୟ କାରଣରୁ ପୂର୍ବ ସରକାର ସୀମବର୍ତ୍ତୀ ଅଞ୍ଚଳର ବିକାଶ କରିନାହିଁ । ଆଜିର ନୂଆ ଭାରତ ପୂର୍ବ ସରକାରର ଭୟକୁ ପଛରେ ପକାଇ ଆଗକୁ ବଢିଛି । ପୂର୍ବ ସରକାର ଦେଶର ସମୀକୁ ଆସିବାକୁ ଭୟ କରୁଥିଲେ । ତେଣୁ ସେ ସୀମା ବର୍ତ୍ତୀ ଗାଁକୁ ଦୃଷ୍ଟି ଦେଇନଥିଲେ । ସରକାର ଭାବୁଥିଲେ ଏହି ଅଞ୍ଚଳର ବିକାଶ ହେଲେ ଶତ୍ରୁ ପକ୍ଷ ଏହାର ଫାଇଦା ନେଇ ଭିତରକୁ ପ୍ରବେଶ କରିବେ । ନା ଆମେ ଭୟ କରୁ ନା ଭୟଭୀତ କରାଉ । ଆଜିର ନୂଆ ଭାରତ ପୂର୍ବ ସରକାରର ଏହି ଭୟାତୁର ଚିନ୍ତାଧାରାକୁ ପଛରେ ପକାଇ ଆଗକୁ ବଢିଛି । ଦୁର୍ଗମ ଓ ପାହାଡିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ବିକାଶକୁ ଆମ ସରକାର ପ୍ରାଥମିକତା ଦେଇଛନ୍ତି । ଗତ 9 ବର୍ଷରେ ସୀମାବର୍ତ୍ତୀ ଆଞ୍ଚଳରେ 4200 କିମି ଲମ୍ବା ସଡ଼କ କରାଯାଇଛି । ଆମେ ସୀମାବର୍ତ୍ତୀ ଗାଁକୁ ଅନ୍ତିମ ନୁହେଁ ପ୍ରଥମ ଗାଁ ଭାବେ ବିକଶିତ କରିବା ଆରମ୍ଭ କରିଛୁ ।

ଏହି ବି ପଢନ୍ତୁ...ପାର୍ବତୀ କୁଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା, ଶଙ୍ଖ ଫୁଙ୍କିଲେ ଡମ୍ବୁରୁ ବଜାଇଲେ

ଉତ୍ତରାଖଣ୍ଡର ପ୍ରତି ଗାଁରେ ଦେଶର ରକ୍ଷକ ଅଛନ୍ତି:ଉତ୍ତରାଖଣ୍ଡର ପ୍ରତି ଗାଁରେ ଦେଶର ରକ୍ଷକ ଅଛନ୍ତି । ଏଠାକାର ମାତା ବୀର ପୁତ୍ରଙ୍କୁ ଜନ୍ମ ଦେଇଛନ୍ତି ଯିଏ ଆମ ଦେଶର ରକ୍ଷା କରୁଛନ୍ତି । ୱାନ୍‌ ରାଙ୍କ ୱାନ ପେନସନର ଦାବିକୁ ଆମ ସରକାର ପୂରଣ କରିଛନ୍ତି । ଆମର ତ୍ରିରଙ୍ଗା ଉଚ୍ଚ ଆକାଶରେ ଉଡ଼ୁଛି । ଆମ ଚନ୍ଦ୍ରଯାନ ସେଠି ପହଞ୍ଚିଛି ଯେଉଁଠି କୌଣସି ଦେଶ ପହଞ୍ଚି ନାହିଁ । ଚନ୍ଦ୍ରଯାନ ପହଞ୍ଚିଥିବା ସ୍ଥାନକୁ ଶିବଶକ୍ତି ନାମ ଦିଆଯାଇଛି । ଭାରତ ସବୁ ରେକର୍ଡ ଭାଙ୍ଗିଛି । ଆଜି ବିଶ୍ବ ଭାରତର ଶକ୍ତି ସାମର୍ଥ୍ୟ ଦେଖୁଛି କେବଳ ସ୍ପେସ ନୁହେଁ ସ୍ପୋର୍ଟ୍ସରେ ମଧ୍ୟ ଭାରତର ସାମର୍ଥ୍ୟ ଦେଖିଛି । ଦୂର ପାହାଡ଼ରେ ଦେଶର କୋଣ କୋଣରେ ଯେଉଁ ଲୋକ ରହୁଛନ୍ତି ତାଙ୍କ ପାଇଁ ଆମେ ଚିନ୍ତା କରୁଛି । 5 ବର୍ଷରେ 13.5 କୋଟି ଲୋକ ଗରିବୀରୁ ମୁକୁଳିଛନ୍ତି । ଆଜି ଭାରତ ବିକାଶର ନୂଆ ଦିଗରେ ଅଗ୍ରସର ହେଉଛି । ସମଗ୍ର ବିଶ୍ବରେ ଭାରତର ଗୌରବ ଗାନ ହେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଉତ୍ତରାଖଣ୍ଡ ଗସ୍ତ କରି ପ୍ରଥମେ ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କରିବା ପରେ ଆଦି କୈଳାଶ ଦର୍ଶନ ସହ ଯାଗେଶ୍ବର ଧାମରେ ଆଳତୀ କରିଥିଲେ । ଏହାପରେ 14 ହଜାର ଫୁଟ ଉଚ୍ଚରେ ଥିବା ସୀମାବର୍ତ୍ତୀ ଗୁଞ୍ଜି ଗାଁ ବୁଲିଥିଲେ । ଏହା ପରେ ଆଇଟିବିପି, ବିଆରଓ ଓ ସେନା ଅଧିକାରୀଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ 4200 କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ଏହା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଉପସ୍ଥିତ ଥିଲେ ।

ABOUT THE AUTHOR

...view details