ଓଡିଶା

odisha

ଲୋକଙ୍କ ରାଷ୍ଟ୍ରପତି ଥିଲେ ଏପିଜେ ଅବଦୁଲ କଲାମ, ଆଜି ଷଷ୍ଠ ଶ୍ରାଦ୍ଧବାର୍ଷିକୀ

By

Published : Jul 27, 2021, 11:48 AM IST

ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ଡ଼ ଏପିଜେ ଅବଦୁଲ କଲାମଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ । ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ । ଅଧିକ ପଢନ୍ତୁ...

ଲୋକଙ୍କ ରାଷ୍ଟ୍ରପତି ଥିଲେ ଏପିଜେ ଅବଦୁଲ କଲାମ, ଆଜି ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ
ଲୋକଙ୍କ ରାଷ୍ଟ୍ରପତି ଥିଲେ ଏପିଜେ ଅବଦୁଲ କଲାମ, ଆଜି ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ

ନୂଆଦିଲ୍ଲୀ: ୨୦୧୫ ମସିହା ଜୁଲାଇ ୨୭ ତାରିଖ । ଆଜିର ଦିନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଦେଶର ମିସାଇଲ ମ୍ୟାନ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ଼ ଏପିଜେ ଅବଦୁଲ କଲାମ । ମେଘାଳୟର ସିଲଂରେ ଆଇଆଇଏମ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଉଥିବା ସମୟରେ ହୃଦଘାତରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଅବଦୁଲ କଲାମ । ଆଉ ମିସାଇଲ ମ୍ୟାନଙ୍କ ଦେହାନ୍ତରେ ସ୍ତବ୍ଧ ହୋଇଯାଇଥିଲା ପୁରା ଦେଶ । ଆଜି ସେହି ମହାନ ଆତ୍ମାଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ । ସେ ଭାରତର ପ୍ରଥମ ରାଷ୍ଟ୍ରପତି ଥିଲେ ଯିଏ ଅବିବାହିତ ଓ ଶାକାହାରୀ ଥିଲେ । ଶିକ୍ଷାପ୍ରତି ଥିଲା ତାଙ୍କ ଅହେତୁକ ଦୁର୍ବଳତା । ଦାରିଦ୍ରତାରେ ଜୀବନ ବିତାଇଥିବା କଲାମଙ୍କ ଶିଖିବାର ମନବୃତ୍ତି ଓ ନିଶ୍ଠା ପାଇଁ ରାମେଶ୍ବରମରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ ।

ବିଦ୍ୟାର୍ଥୀଙ୍କ ପ୍ରତି କଲାମଙ୍କ ମନରେ ଥିଲା ସ୍ବତନ୍ତ୍ର ସ୍ଥାନ । ଏଥିପାଇଁ ସଂଯୁକ୍ତ ରାଷ୍ଟ୍ର ତାଙ୍କ ଜନ୍ମ ଦିବସକୁ ବିଦ୍ୟାର୍ଥୀ ଦିବସ ରୂପେ ପାଳନ କରୁଛି । କଲାମଙ୍କୁ ଦେଶର ସମସ୍ତ ସର୍ବୋଚ୍ଚ ପୁରସ୍କାର ଦ୍ବାରା ସମ୍ମାନିତ କରାଯାଇଥିଲେ । ତାଙ୍କୁ 1981ରେ ପଦ୍ମ ଭୂଷଣ, ୧୯୯୦ରେ ପଦ୍ମ ବିଭୂଷଣ ଓ ୧୯୯୭ ରେ ଭାରତ ରତ୍ନରେ ସମ୍ମାନିତ ହୋଇଥିଲେ ।

ଆଜି କଲାମଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ଅବସରରେ ସମଗ୍ର ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେହିପରି ଭାରତର ଉପ-ରାଷ୍ଟ୍ରପତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏନେଇ ସେ ଟ୍ବିଟ କରି କହିଛନ୍ତି ଯେ ତାଙ୍କର ସରଳତା, ଅଖଣ୍ଡତା ଏବଂ ଅନ୍ୟମାନଙ୍କ ପ୍ରତି ଦୟା ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ । ସେ ଜଣେ ବିଶିଷ୍ଟ ବୈଜ୍ଞାନିକ, ଏବଂ ସର୍ବୋପରି ଜଣେ ମହାନ ମଣିଷ ଥିଲେ । ତାଙ୍କର ଅବଦାନ ଯୋଗୁଁ ଆମର ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ରରେ ଆଜି ଭାରତ ବିଶ୍ବର ବିକଶିତ ଦେଶଙ୍କ ସହିତ ସକ୍ଷମ ହୋଇପାରିଛି ।

ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ଭାରତର ଆଣବିକ ଶକ୍ତି ସୃଷ୍ଟି କରିବାରେ କଲାମଙ୍କ ଥିଲା ମୁଖ୍ୟ ଭୂମିକା । ସେ ଭାରତର ମହାନ ବୈଜ୍ଞାନିକ ଓ ମିସାଇନ ମ୍ୟାନ ଭାବେ ପରିଚିତ । ଯୁବଗୋଷ୍ଠୀଙ୍କ ପାଇଁ ସେ ହେଉଛନ୍ତି ପ୍ରେରଣା । ମିସାଇଲ୍ ମ୍ୟାନ୍ ଅଫ୍ ଇଣ୍ଡିଆ ଭାବରେ ଜଣାଶୁଣା ଡ ଏପିଜେ ଅବଦୁଲ କଲାମ କେବଳ ବିଜ୍ଞାନରେ ତାଙ୍କ ଅବଦାନ ସୀମିତ ନାହିଁ ବରଂ ଭାରତର ଏକାଦଶ ରାଷ୍ଟ୍ରପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ତାଙ୍କୁ ଭାରତର 'ପିପୁଲ୍ସ ରାଷ୍ଟ୍ରପତି' କୁହାଯାଏ । ସେ ବୈଜ୍ଞାନିକ ଭାବେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏବଂ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO)ରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ। ବିଜ୍ଞାନ, ପ୍ରତିରକ୍ଷା, ଶିକ୍ଷା ଓ ରାଜନୀତି କ୍ଷେତ୍ରରେ ତାଙ୍କର ଶ୍ରେଶ୍ଠ ଅବଦାନ ପାଇଁ ତାଙ୍କୁ ଭାରତ ସରକାର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତ ରତ୍ନ' ପ୍ରଦାନ କରାଯାଇଥିଲା।

@ANI

ABOUT THE AUTHOR

...view details