ଓଡିଶା

odisha

ETV Bharat / bharat

ସ୍ବାଧୀନରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଶ୍ରୀପଦ ନାଏକ - କ୍ୟାବିନେଟ ସମ୍ପ୍ରସାରଣ

ଆଜି(ମଙ୍ଗଳବାର) ସ୍ବାଧୀନ ରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ । ଅଧିକ ପଢନ୍ତୁ...

ସ୍ବାଧୀନ ରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଶ୍ରୀପଦ ନାଏକ
ସ୍ବାଧୀନ ରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଶ୍ରୀପଦ ନାଏକ

By

Published : Jul 20, 2021, 12:54 PM IST

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକଙ୍କୁ ମିଳିଛି ସ୍ବାଧୀନ ରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ପଦ । ତେବେ ସେ ଆଜି(ମଙ୍ଗଳବାର) ଦାୟିତ୍ବ ଗ୍ରହଣ କରିଛନ୍ତି । ଗତ ୭ ବର୍ଷ ପାଇଁ ସେ ସ୍ବାଧୀନ ଆୟୁଷ ମନ୍ତ୍ରଣାଳୟର ଦାୟିତ୍ବ ତୁଲାଉଥିଲେ ।

ମୋଦି ସରକାରଙ୍କ ଏହି କ୍ୟାବିନେଟ ସମ୍ପ୍ରସାରଣରେ ତାଙ୍କୁ ନୂଆ ପୋର୍ଟଫୋଲିଓ ମିଳିଛି । ତାଙ୍କୁ ପର୍ଯ୍ୟଟନ ମନ୍ତ୍ରଣାଳୟ ଦାୟିତ୍ବ ମିଳିବା ସହ ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟର ଦାୟିତ୍ବ ମଧ୍ୟ ମିଳିଛି । ସେ ଗତ ୭ ବର୍ଷ ଧରି ସ୍ବାଧୀନ ଆୟୁଷ ମନ୍ତ୍ରଣାଳୟର ଦାୟିତ୍ବ ତୁଲାଉଥିଲେ । ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ସରକାରରେ ସେ ପ୍ରଥମ ଆୟୁଷ ମନ୍ତ୍ରୀ ହୋଇଥିଲେ । ୨୦୧୯ ମସିହାରେ ତାଙ୍କୁ ସ୍ବାଧୀନ ରାଷ୍ଟ୍ର ପ୍ରତିରକ୍ଷା ମନ୍ତ୍ରଣାଳୟର ମଧ୍ୟ ଦାୟିତ୍ବ ମିଳିଥିଲା ।

ଗତ ଜୁଲାଇ ୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କ୍ୟାବିନେଟରେ ବଡ ଧରଣର ସମ୍ପ୍ରସାରଣ କରିଥିଲେ । ଏହି ସମ୍ପ୍ରସାରଣରେ ମନସୁଖ ମାଣ୍ଡଭିୟଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ, କିରନ ରିଜ୍ଜୁଙ୍କୁ ଆଇନ ମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷାମନ୍ତ୍ରୀ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ଭାବେ ଦାୟିତ୍ବ ମିଳିଛି । ଦେଶରେ କୋରୋନା ମହାମାରୀ ବିରୋଧରେ ଲଢେଇ ଚାଲିଥିବା ବେଳେ ଏହି ସମ୍ପ୍ରସାରଣ ହୋଇଛି । ରାଷ୍ଟ୍ର ମନ୍ତ୍ରୀ ଥିବା ୭ ଜଣଙ୍କୁ ପଦନ୍ନୋତି ଦେଇ କ୍ୟାବିନେଟରେ ସାମିଲ କରିଛନ୍ତି ମୋଦି ସରକାର ।

@ANI

ABOUT THE AUTHOR

...view details