ନୂଆଦିଲ୍ଲୀ: ଆଜି କେନ୍ଦ୍ରୀୟ ଟ୍ରେଡ ୟୁନିଅନ କରିବ ଦେଶବ୍ୟାପୀ ଧର୍ମଘଟ । ସର୍ବଭାରତ ବନ୍ଦ ଡାକରା ଦେଇଛନ୍ତି 10 ଟି ଟ୍ରେଡ ୟୁନିୟନ ସଂସ୍ଥା । ଏଥିରେ ସାମିଲ ହେବେ ସାରା ଦେଶରୁ ପ୍ରାୟ 25 କୋଟି ଶ୍ରମିକ ।
ଏକାଧିକ ସରକାରୀ କ୍ଷେତ୍ରର ଘରୋଇକରଣ ଓ ନୂଆ କୃଷି ଆଇନ ବିରୋଧରେ ଶ୍ରମିକ ସଂଗଠନ ପକ୍ଷରୁ ଏଭଳି ଭାରତ ବନ୍ଦ ଡାକରା ଦିଆଯାଇଛି । ସେହିପରି ନୂଆ କୃଷି ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ମଧ୍ୟ ଶ୍ରମିକ ସଂଗଠନ ନଭେମ୍ବର ୨୬ ଓ ୨୭ରେ ସମର୍ଥନ କରିବ ବୋଲି କହିଛନ୍ତି । ଭାରତ ବନ୍ଦରେ ସାମିଲ ହେବାକୁ ଥିବା 10 ଟି ଟ୍ରେଡ ୟୁନିଅନ ହେଲା ଇଣ୍ଡିଆନ ନ୍ୟାସନାଲ ଟ୍ରେଡ ୟୁନିଅନ କଂଗ୍ରେସ (INTUC), ଅଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ (AITUC), ହିନ୍ଦ ମଜଦୁର ସଭା (HMS), ସେଣ୍ଟର ଫର ଇଣ୍ଡିଆନ ଟ୍ରେଡ ୟୁନିଅନ (CITU), ଅଲ ଇଣ୍ଡିଆ ୟୁନାଇଟେଡ ଟ୍ରେଡ ୟୁନିଅନ କେନ୍ଦ୍ରରେ ଅଂଶଗ୍ରହଣ କରିବେ ।