ଚେନ୍ନାଇ:ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତାମିଲନାଡୁ ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନ । ତାଙ୍କ ସହ ମନ୍ତ୍ରୀମଣ୍ଡଳରେ 34 ଜଣ ସଦସ୍ୟ ମଧ୍ୟ ରହିବେ । ସେଥିମଧ୍ୟରୁ 19 ଜଣ ପୂର୍ବତନ ମନ୍ତ୍ରୀ ଏବଂ 15 ଜଣ ନୂଆ ଚେହେରା ଅଛନ୍ତି । ଏଥି ମଧ୍ୟରେ ଦୁଇଜଣ ମହିଳା ମଧ୍ୟ ଅଛନ୍ତି ।
ଆଜିଠୁ ତାମିଲନାଡୁରେ ଷ୍ଟାଲିନ ରାଜ୍, ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ - ତାମିଲନାଡୁ ମୁଖ୍ୟମନ୍ତ୍ରୀ
34 ଜଣ ସଦସ୍ୟ ବିଶିଷ୍ଠ ମନ୍ତ୍ରୀମଣ୍ଡଳକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତାମିଲନାଡୁ ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନ । ଅଧିକ ପଢନ୍ତୁ...
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏମ.କେ ଷ୍ଟାଲିନ
ଏନେଇ ରାଜଭବନ ତରଫରୁ କୁହାଯାଇଛି ଯେ ଷ୍ଟାଲିନଙ୍କ ଦ୍ବାରା ଦିଆଯାଇଥିବା 34 ଜଣିଆ ମନ୍ତ୍ରୀମାନଙ୍କର ତାଲିକା ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କ ଦ୍ବାରା ଅନୁମୋଦନ କରାଯାଇଛି । ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଷ୍ଟାଲିନ ଗୃହ ଏବଂ ଅନ୍ୟାନ୍ୟ ବିଭାଗର ମଧ୍ୟ ଦାୟିତ୍ବ ଗ୍ରହଣ କରିବେ । ଆଜି ରାଜଭବନରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଚଳିତ ବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନରେ ଡିଏମକେ 133ଟି ଆସନରେ ବିଜୟୀ ହୋଇଛି ।
Last Updated : May 7, 2021, 8:02 AM IST