ଓଡିଶା

odisha

ETV Bharat / bharat

ଆଜି ବିଶ୍ବ ପରିବେଶ ଦିବସ, ଗୋଟିଏ ବୃକ୍ଷ କୋଟିଏ ଜୀବନ

ଆଜି ବିଶ୍ବ ପରିବେଶ ଦିବସ ବା ୱାର୍ଲ୍ଡ ଏନଭାୟରମେଣ୍ଟ ଡେ । ପରିବେଶ ସୁରକ୍ଷା ପ୍ରତି ଦାୟିତ୍ବବାନ ହେବା ଏହି ଦିବସର ମୂଳ ଲକ୍ଷ୍ୟ । ଅଧିକ ପଢନ୍ତୁ...

By

Published : Jun 5, 2021, 7:16 AM IST

ଆଜି ବିଶ୍ବ ପରିବେଶ ଦିବସ
ଆଜି ବିଶ୍ବ ପରିବେଶ ଦିବସ

ନୂଆଦିଲ୍ଲୀ: ଆଜି ବିଶ୍ବ ପରିବେଶ ଦିବସ ବା ୱାର୍ଲ୍ଡ ଏନଭାୟରମେଣ୍ଟ ଡେ । ମାନବ ସମାଜ ତିଷ୍ଟି ରହିବା ପାଇଁ ପରିବେଶ ସୁରକ୍ଷିତ ରହିବା ଏକାନ୍ତ ଆବଶ୍ୟକ । ତେଣୁ ପ୍ରତିଟି ବ୍ୟକ୍ତିକୁ ନିଜେ ନିରୋଗରେ ରହିବା ପାଇଁ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ଏହି ଦିବସର ମୁଖ୍ୟ ଲକ୍ଷ୍ୟ ।

ତେଣୁ ଜାତିସଙ୍ଘ ଅନୁମୋଦନ କ୍ରମେ ପ୍ରତିବର୍ଷ ଜୁନ୍ 5 ତାରିଖକୁ ବିଶ୍ବ ପରିବେଶ ଦିବସ ଭାବେ ପାଳନ କରାଯାଉଛି । ଯଦି ମାନବ ସମାଜ ପରିବେଶ ସୁରକ୍ଷା ପ୍ରତି ଆଜିଠୁ ଯତ୍ନ ନ ହୁଏ ତେବେ ଦିନେ ପରିବେଶ ତା'ର ସନ୍ତୁଳନ ହରାଇ ବସିବ । ଫଳରେ ବିଭିନ୍ନ ରୋଗ, ବ୍ୟାଧି ମାଡିବସିବା ସାଙ୍ଗକୁ ଖରା ଏବଂ ବର୍ଷାର କୌଣସି ତାରତମ୍ୟ ରହିବନି । ଏକ ସୁସ୍ଥ ପରିବେଶ ପାଇଁ ବୃକ୍ଷର ଭୂମିକା ଗୁରୁତ୍ବପୂର୍ଣ୍ଣ । ତେଣୁ ପ୍ରତିଟି ବ୍ୟକ୍ତିଙ୍କୁ ଜୀବନରେ ଚାରାରୋପଣ କରିବା ନିହାତି ଜରୁରୀ ।

ତେବେ ତଥ୍ୟ ଅନୁଯାୟୀ ଆମେରିକା ହେଉଛି ବିଶ୍ବର ପ୍ରଥମ ପରିବେଶ ପ୍ରଦୂଷଣକାରୀ ରାଷ୍ଟ୍ର । ଆମେରିକାବାସୀ ବର୍ଷକୁ 3 ହଜାର 800 କୋଟି ପଲିଥିନ ମୁଣା ବ୍ୟବହାର କରନ୍ତି । କେବଳ ଟଏଲେଟ୍ ପେପର ପ୍ରସ୍ତୁତ ପାଇଁ ଆମେରିକାରେ ଦୈନିକ 25 ହଜାର ବୃକ୍ଷ କଟାଯାଉଛି । ସେହିପରି ପରିବେଶ ପ୍ରଦୂଷଣ ପାଇଁ 80 ପ୍ରତିଶତ କଳ-କାରଖାନା ମଧ୍ୟ ଦାୟୀ । ପରିବେଶ ସୁରକ୍ଷା ପ୍ରତି ସଚେତନ ରହିବା ପାଇଁ ବିଶ୍ବର 143 ଟି ରାଷ୍ଟ୍ର ଏହି ଦିବସକୁ ପାଳନ କରୁଛି । କେବଳ ପାଳନ କଲେ ପିରବେଶ ସୁରକ୍ଷିତ ରହିବନି ଏଥିପ୍ରତି ପ୍ରତିଟି ବ୍ୟକ୍ତିଙ୍କୁ ଦାୟିତ୍ବବାନ ହୋଇ କାମ କରିବା ଉଚିତ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details