ଓଡିଶା

odisha

By

Published : Dec 28, 2020, 12:32 PM IST

Updated : Dec 28, 2020, 7:01 PM IST

ETV Bharat / bharat

ଷ୍ଟାଡିୟମରେ ସ୍ଥାପନା ହେଲା ଅରୁଣ ଜେଟଲୀଙ୍କ 6 ଫୁଟର ପ୍ରତିମୂର୍ତ୍ତି

ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗୀୟ ଅରୁଣ ଜେଟଲୀଙ୍କ 68 ତମ ଜନ୍ମ ଜୟନ୍ତୀ ଅବସରରେ ଟ୍ବିଟ କରି ଶ୍ରଦ୍ଧାଞ୍ଜଳୀ ଦେଲେ ପିଏମ । ଅଧିକ ପଢନ୍ତୁ...

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଜୟନ୍ତୀ, ଅରୁଣ ଜେଟଲୀ ଷ୍ଟାଡିୟମରେ ସ୍ଥାପନ ହେବ 6 ଫୁଟର ଷ୍ଟାଚ୍ୟୁ
ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଜୟନ୍ତୀ, ଅରୁଣ ଜେଟଲୀ ଷ୍ଟାଡିୟମରେ ସ୍ଥାପନ ହେବ 6 ଫୁଟର ଷ୍ଟାଚ୍ୟୁ

ନୂଆଦିଲ୍ଲୀ: ଆଜି ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗୀୟ ଅରୁଣ ଜେଟଲୀଙ୍କ 68 ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ଅନେକ ବରିଷ୍ଠ ନେତା ଜେଟଲୀଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ଏନେଇ ମୋଦି ଟ୍ବିଟ କରି ଲେଖିଛନ୍ତିଯେ, ମୋ ବନ୍ଧୁ ଅରୁଣ ଜେଟଲୀଙ୍କୁ ତାଙ୍କ ଜୟନ୍ତି ଅବସରରେ ଶୁଭେଚ୍ଛା। ତାଙ୍କର ବ୍ୟକ୍ତିତ୍ବ, ଜ୍ଞାନ ଓ ଆଇନକୁ ବୁଝିବାର ଶକ୍ତିକୁ ସମସ୍ତ ଦେଶବାସୀ ମନେପକାଉଛନ୍ତି। ସେ ଦେଶର ବିକାଶ ପାଇଁ ଅନେକ କାମ କରିଛନ୍ତି।

@narendramodi

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ କରି ଜେଟଲୀଙ୍କୁ ଜନ୍ମ ଜୟନ୍ତୀ ଅବସରରେ ଶୁଭେଚ୍ଛା। ସେ ଆହୁରି ଲେଖିଛନ୍ତିଯେ, ସେ ଜଣେ ଉତ୍ତମ ସାଂସଦ ଥିଲେ। ଦେଶର ବିକାଶରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଏହା ବ୍ୟତୀତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ ନେତା ମନ୍ତ୍ରୀ ମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।

@AmitShah

ତେବେ ଜେଟଲୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଦିଲ୍ଲୀ ସ୍ଥିତ ଫିରୋଜ ଶାହ କୋଟଲା ଷ୍ଟାଡିୟମ ତଥା ଅରୁଣ ଜେଟଲୀ ଷ୍ଟାଡିୟମରେ ଡିସେମ୍ବର 28 ତାରିଖ ଆଜି(ସୋମବାର) 6 ଫୁଟ ଉଚ୍ଚତା ବିଶିଷ୍ଟ ଷ୍ଟାଚ୍ୟୁ ସ୍ଥାପନା କରାଯାଇଛି। ଯାହାର ଓଜନ ପ୍ରାୟ 800 କେଜି ରହିଛି। ଏଥିପାଇଁ ପ୍ରାୟ 15 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଜୟନ୍ତୀ, ଅରୁଣ ଜେଟଲୀ ଷ୍ଟାଡିୟମରେ ସ୍ଥାପନ ହେବ 6 ଫୁଟର ଷ୍ଟାଚ୍ୟୁ

ସୂଚନାନୁସାରେ, 1952 ମସିହା ଡିସେମ୍ବର 28 ତାରିଖ ଆଜିର ଦିନରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। 24 ଅଗଷ୍ଟ 2019 ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ଏକାଧାରାରେ ଜଣେ ଉତ୍ତମ ଆଇନଜୀବି, ବିଚକ୍ଷଣ ନେତା ଓ ଭଲ ବ୍ୟକ୍ତିତ୍ବର ଅଧିକାରୀ ଥିଲେ। ଆଜି ତାଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସମଗ୍ର ଦେଶ ମନେପକାଉଛି।

Last Updated : Dec 28, 2020, 7:01 PM IST

ABOUT THE AUTHOR

...view details