ହାଇଦ୍ରାବାଦ:କଥାରେ ଅଛି ଗୋଟିଏ ଛବି ଅନେକ କଥା କହିଥାଏ । ପ୍ରକୃତରେ ଏହା ସତ୍ୟ । ଗୋଟିଏ ଫଟୋ ଭିତରେ ଅନେକ କଥା ଲୁଚି ରହିଥାଏ । କ୍ୟାମେରା ବିନା ଦୁନିଆକୁ କଳ୍ପନା କରିବା କଷ୍ଟକର ଅଟେ । ପୁରୁଣା ଦିନଗୁ଼ଡିକର ସ୍ମୃତି ଫଟୋ ମାଧ୍ୟମରେ ତାଜା ହୋଇଥାଏ । ଆଉ ଏହି ସ୍ମୃତିକୁ କଏଦ କରିବା ପାଇଁ ଦରକରା ପଡେ କ୍ୟାମେରା । ତେଣୁ ପ୍ରତିବର୍ଷ ଜୁନ 29 ତାରିଖକୁ ଜାତୀୟ କ୍ୟାମେରା ଦିବସ ଭାବରେ ପାଳନ କରାଯାଏ ।
କ୍ୟାମେରା ଖାଲି ଫଟୋ ଉତ୍ତୋଳନ କରେ ନାହିଁ ବିଶ୍ବ ସ୍ତରରେ ଗୋଟିଏ ସେକେଣ୍ଡରେ ଲୋକମାନଙ୍କୁ ସଂଯୋଗ କରିଥାଏ କ୍ୟାମେରା । ବୈଷୟିକ ଉଦ୍ଭାବନ ଓ ଟେକ୍ନୋଲୋଜି ମାଧ୍ୟମରେ ବର୍ତ୍ତମାନ ସମସ୍ତେ କ୍ୟାମେରାକୁ ନିଜ ପକେଟରେ ରଖିଛନ୍ତି । ହେଲେ ଏବେ ବି କିଛି ଲୋକ ଅଛନ୍ତି ଯିଏକି ଫଟୋ ପାଇଁ କ୍ୟାମେରା ବ୍ୟବହାର କରୁଛନ୍ତି । କୌଣିସ ଜିନିଷର ପ୍ରମାଣ ପାଇଁ ଫଟୋ ଦରକାର ଆଉ ସେହି ଫଟୋ ପାଇଁ ଦରକାର ପଡେ କ୍ୟାମେରା ।