ଓଡିଶା

odisha

ETV Bharat / bharat

Budget Session 2022: ବଜେଟ ଅଧିବେଶନ ପୂର୍ବରୁ କଂଗ୍ରେସର ବୈଠକ

ଫେବୃଆରୀ ୧ରେ ଉପସ୍ଥାପନ ହେବ ୨୦୨୨ ବର୍ଷର ଆର୍ଥିକ ବଜେଟ । ରଣନୀତି ନେଇ ଆଜି କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ

Budget Session  2022:  ବଜେଟ ଅଧିବେଶନ ପୂର୍ବରୁ କଂଗ୍ରେସର ବୈଠକ
Budget Session 2022: ବଜେଟ ଅଧିବେଶନ ପୂର୍ବରୁ କଂଗ୍ରେସର ବୈଠକ

By

Published : Jan 28, 2022, 2:37 PM IST

ନୂଆଦିଲ୍ଲୀ:ଫେବୃଆରୀ ୧ରେ ଉପସ୍ଥାପନ ହେବ ୨୦୨୨ ବର୍ଷର ଆର୍ଥିକ ବଜେଟ । ଏହା ପୂର୍ବରୁ ଦଳର ରଣନୀତି ନେଇ ଆଜି କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭର୍ଚ୍ଚୁଆଲ ମୋଡରେ ବୈଠକ କରିବେ । ଏଥିରେ କଂଗ୍ରେସର ବଡ ନେତା ମଧ୍ୟ ସାମିଲ ହେବେ । ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନରେ କଂଗ୍ରେସର ରଣନୀତି କଣ ରହିବ ସେନେଇ ଆଲୋଚନା ହେବ ।

ଦଳର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ମଲ୍ଲିକାର୍ଜୁନ ଖଡଗେ ଏବଂ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ, ବରିଷ୍ଠ ନେତା ଏ.କେ ଆଣ୍ଟୋନି, କେସି ଭେନୁଗୋପାଲ, ଆନନ୍ଦ ଶର୍ମା, ଗୌରବ ଗୋଗୋଇ, କେ ସୁରେଶ, ଜୟରାମ ରମେଶ ଏବଂ ରାବନିତ ବିଟୁ ସାମିଲ ହେବେ ।

ଦଳର ରଣନୀତି ପ୍ରସ୍ତୁତ ପାଇଁ ପ୍ରତ୍ୟେକ ସଂସଦ ଅଧିବେଶନ ପୂର୍ବରୁ ଏହି ବୈଠକ ଡକାଯାଇଥାଏ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାନୁଆରୀ ୩୧ ରେ ଉଭୟ ଗୃହକୁ ସମ୍ବୋଧିତ କରିବେ । ଫେବୃୟାରୀ ୧ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ ।

@ANI

ABOUT THE AUTHOR

...view details