ଓଡିଶା

odisha

ETV Bharat / bharat

ମମତା ଆଗରେ ତୁଚ୍ଛ ସମ୍ପତ୍ତି: ଝିଅ ଲାଗି ସ୍ବାମୀ ହାତରେ ବ୍ୟବସାୟ ଟେକି ଦେଲେ ମହିଳା

ମମତା ଆଗରେ ତୁଚ୍ଛ ହେଲା ସମ୍ପତ୍ତି । ଝିଅ ସହ ରହିବାକୁ ପୂର୍ବ ସ୍ବାମୀଙ୍କ ହାତରେ ନିଜର ବ୍ୟବସାୟ ଟେକି ଦେଲେ ମହିଳା । ଅଧିକ ପଢନ୍ତୁ

ଝିଅ ଲାଗି ସ୍ବାମୀ ହାତରେ ବ୍ୟବସାୟ ଟେକି ଦେଲେ ମହିଳା
ଝିଅ ଲାଗି ସ୍ବାମୀ ହାତରେ ବ୍ୟବସାୟ ଟେକି ଦେଲେ ମହିଳା

By

Published : Jul 19, 2022, 10:49 AM IST

ଭୋପାଳ: ମାଆର ମମତା ସବୁଠୁ ଅମୂଲ୍ୟ । ମାଆ ପାଇଁ ନିଜ ସନ୍ତାନ ଆଗରେ ସବୁକିଛି ତୁଚ୍ଛ । ସନ୍ତାନ ପାଇଁ ମାଆ ସାରା ଦୁନିଆ ସହ ଲଢିପାରେ, ନିଜ ଜୀବନ ବି ଦେଇପାରେ । ଭୋପାଳରେ ରହୁଥିବା ନିଜ ଝିଅ ସହ ରହିବାକୁ ଜଣେ ମାଆ ସେପରି କିଛି କରିଛନ୍ତି । ଝିଅକୁ ପାଖରେ ରଖିବାକୁ ମହିଳା ନିଜର ସମସ୍ତ ବ୍ୟବସାୟ ପୂର୍ବ ସ୍ବାମୀ ନାଁରେ କରି ଦେଇଛନ୍ତି, ଯାହାକି ସେ ନିଜ ବଳରେ ଛିଡା କରିଥିଲେ । ଝିଅ ପାଇଁ ମାଆର ଏହି ମମତା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ମହିଳା ଜଣକ ଲଣ୍ଡନରେ ରୁହନ୍ତି । ସେ ଭୋପାଳ ଇଦଗାହ ହିଲ୍ସ ନିବାସୀ ଜଣେ ଯୁବକଙ୍କ ସହ ବିବାହ କରିଥିଲେ ।

ମହିଳା ଜଣକ ଲଣ୍ଡନରେ ବ୍ୟବସାୟ କରୁଥିଲେ । ବିବାହ ପରେ ସେ ଭୋପାଳରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । କ୍ରମଶଃ ବ୍ୟବସାୟ ବଢିବାକୁ ଲାଗିଲା । କିଛି ଦିନରେ ଉଭୟ ପତିପତ୍ନୀ ଲଣ୍ଡନରେ ରହିବାକୁ ଲାଗିଲେ । ବିବାହର ଦୁଇ ବର୍ଷ ପରେ ସେମାନଙ୍କର ଗୋଟିଏ କନ୍ୟାସନ୍ତାନ ଜନ୍ମ ହେଲା । ଚାରି ବର୍ଷ ପୂର୍ବରୁ ସେମାନେ ଝିଅକୁ ଭାରତୀୟ ସଂସ୍କାର ଦେବାକୁ ଭୋପାଳରେ ରହୁଥିବା ନିଜ ଜେଜେବାପା-ଜେଜେମାଆ ପାଖରେ ଛାଡି ଥିଲେ । ଦମ୍ପତି ଚିନ୍ତା କରିଥିଲେ କି, ଗୋଟିଏ ଦୁଇବର୍ଷ ପରେ ସେମାନେ ପୁଣି ଝିଅକୁ ଲଣ୍ଡନ ଫେରାଇ ଆଣିବେ ।

କିନ୍ତୁ କୋରୋନା ପ୍ରକୋପ ଯୋଗୁଁ ସେମାନେ ଭାରତ ଆସିପାରିନଥିଲେ । ସ୍ବାମୀ ଭାରତରେ ରହିବାକୁ ପତ୍ନୀଙ୍କ କହିଥିଲେ ହେଁ ସେ ଏଥିରେ ରାଜି ହୋଇନଥିଲେ । ଏହାକୁ ନେଇ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ବଢିଲା । ସ୍ବାମୀ ଭାରତ ଫେରିଆସି ଛାଡପତ୍ର ପାଇଁ ଆବେଦନ କଲେ । ଗୋଟିଏ ବର୍ଷ ପରେ ବିବାହ ବିଚ୍ଛେଦ ହୋଇଗଲା ମଧ୍ୟ । କୋର୍ଟ ଛୋଟ ଝିଅଟିର ହିତ ଦୃଷ୍ଟିରୁ ତା'ର ଲାଳନପାଳନ ଦାୟିତ୍ବ ବାପା ଓ ଜେଜେବାପା-ଜେଜେମାଆଙ୍କ ହାତରେ ଦେଲେ । ଏହାସହିତ ଝିଅକୁ ୧୨ ବର୍ଷ ହେବା ପରେ ସେ ନିଜ ଇଚ୍ଛାରେ କାହା ସହ ରହିବାକୁ ନିଷ୍ପତ୍ତି ନେଇପାରିବ ବୋଲି ନିର୍ଦ୍ଦେଶ ଦେଲେ ।

କିନ୍ତୁ ମହିଳା ଜଣକ ନିଜ ଝିଅ ଠାରୁ ଦୂରରେ ରହିବାକୁ ଚାହୁଁନଥିଲେ । ତେଣୁ ସେ ନିଜ ସ୍ବାମୀଙ୍କୁ ଝିଅ ସହ ଲଣ୍ଡନ ରହିବାକୁ ନଚେତ୍ ଝିଅର ଦାୟିତ୍ବ ତାଙ୍କୁ ହସ୍ତାନ୍ତର କରିବାକୁ କହିଥିଲେ । ଏହାର ପ୍ରତିବଦଳରେ ସେ ନିଜ ଭୋପାଳ ବ୍ୟବସାୟ ତାଙ୍କ ନାଁରେ କରିଦେବା ବୋଲି କହିଲେ । ସ୍ବାମୀ ନିଜର ପତ୍ନୀଙ୍କ ଏପରି ସର୍ତ୍ତରେ ହଁ ଭରିଛନ୍ତି । ତାଙ୍କର କହିବା କଥା ଝିଅକୁ ନିଜ ମାଆର ଆବଶ୍ୟକତା ରହିଛି । ଏହାମଧ୍ୟ କହିଛନ୍ତି ଯେ, ''ଯଦି ତାଙ୍କୁ ଲାଗେ ଝିଅକୁ ତାଙ୍କ ଠାରୁ ଦୂର କରାଯାଉଛି ତେବେ ସେ ନିଜର ନିଷ୍ପତ୍ତି ବଦଳାଇ ପାରିବେ ।''

ବର୍ତ୍ତମାନ ମହିଳା ବିଦେଶରେ ରହୁଥିବା ବେଳେ ସେ ସମୟ ସମୟରେ ନିଜ ଝିଅକୁ ତା'ର ବାପା ସହ ସାକ୍ଷାତ କରିବାକୁ ଦେବେ । ଏଥିସହ ପ୍ରତିଦିନ ଭିଡିଓ କଲିଂରେ କଥା କରାଇବେ । ଦୁହିଁଙ୍କ ମଧ୍ୟରେ ଏହି ବୁଝାମଣା ଉପରେ ଫ୍ୟାମିଲ କୋର୍ଟ ମଧ୍ୟ ମୋହର ଲଗାଇଛନ୍ତି ।

ABOUT THE AUTHOR

...view details