ନୂଆଦିଲ୍ଲୀ:ଚଳିତ ବର୍ଷ ଶେଷ ସୁଦ୍ଧା ସ୍ଥଳସେନାକୁ ମିଳିବ ଅତ୍ୟାଧୁନିକ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ S-400। ଋଷର ଏୟାର ଆଣ୍ଡ ଡିଫେନ୍ସ କର୍ଣ୍ଣସର୍ନ କମ୍ପାନୀର ଏକ ଉଚ୍ଚପଦସ୍ଥ ଅଧିକାରୀ ଗତକାଲି(ସୋମବାର) ଏନେଇ ସୂଚନା ଦେଇଛନ୍ତି । ଭୂ-ପୃଷ୍ଠର ଆକାଶକୁ ନିକ୍ଷେପ ହୋଇପାରୁଥିବା ଏହି ବିଧ୍ବଂସୀ ରକ୍ଷା କବଚ ବର୍ଷ ଶେଷସୁଦ୍ଧା ସେନାକୁ ମିଳିବ । ମସ୍କୋ ସ୍ଥିତ ‘ଆନ୍ତର୍ଜାତୀୟ ମିଲିଟାରୀ ଟେକନିକାଲ ଫୋରମ-୨୦୨୧’ କାର୍ଯ୍ୟକ୍ରମରେ ଯୋଗଦେଇ କମ୍ପାନୀର ଡେପୁଟି ସିଇଓ ବ୍ୟାଚେସ୍ଲାବ ଡିଜିରକଲ୍ନ (Vyacheslav Dzirkaln) ଏହା କହିଛନ୍ତି ।
କମ୍ପାନୀର ଡେପୁଟି ସିଇଓ ବ୍ୟାଚେସ୍ଲାବ ଆହୁରି କହିଛନ୍ତି କି ଋଷ-ଭାରତ ସରକାର ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ମିସାଇଲ ଡେଲିଭରି ହୋଇଯିବ । ଏବେ ଭାରତୀୟ ସେନାର ଯବାନ ଅଧିକାରୀ ମାନେS-400ର ପରିଚାଳନା ବ୍ୟବାହର ମସ୍କୋରେ ତାମିଲ ନେଉଛନ୍ତି । ପ୍ରଥମ ବ୍ୟାଚ ଅଧିକାରୀ ଯବାନଙ୍କ ତାଲିମ ଶେଷ ହୋଇଥିବା ବେଳେ ଦ୍ବିତୀୟ ବ୍ୟାଚର ତାଲିମ ଜାରି ରହିଛି । ଚଳିତ ମାସ ଶେଷ ସୁଦ୍ଧା ତାଲିମ ପାଇଁ ଆହୁରି ୧୦୦ ଜଣ ସେନା ଅଧିକାରୀ ଓ ଯବାନ ଋଷିଆ ଯାତ୍ରା କରିବେ ।
ସେହିପରି ବ୍ୟାଚେସ୍ଲାବ କହିଛନ୍ତି S-400 ର ଯନ୍ତ୍ରାଶଂ ପରିଚାଳନା ଓ ବ୍ୟବହାର ପାଇଁ ଭାରତୀୟ ସେନା ପାଖରେ ଦକ୍ଷତା ରହିଛି । ଭାରତୀୟ ସେନାକୁ S-400 ଆହୁରି ଶକ୍ତିଶାଳୀ କରିବ । ସେନାକୁ ଶକ୍ତିଶାଳୀ କରିବା ପାଇଁ ଅକ୍ଟୋବର ୨୦୧୮ ରେ ଋଷ ଗସ୍ତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi) ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin)ଙ୍କ ଉପସ୍ଥିତିରେ ଏହି ଚୁକ୍ତି ହୋଇଥିଲା । ଚୁକ୍ତି ଅନୁସାରେ ୫ ଟି S-400 ପାଇଁ ୫.୪୩ ଆରବ ଡଲାରର ଚୁକ୍ତି ହୋଇଥିଲା ।
ଭାରତ ଏହି ମିସାଇଲ ସିଷ୍ଟମକୁ ଯଥାଶୀଘ୍ର ପାଇବା ପାଇଁ ୨୦୧୯ ରେ ୮୦ କୋଟି ଡଲାର ଅର୍ଥ ପ୍ରଦାନ କରିସାରିଛି । S-400 ଦୁନିଆର ସବୁଠାରୁ ଅତ୍ୟାଧୁନିକ ମିସାଇଲ ସିଷ୍ଟମ । ଏହା ଭୂ-ପୃଷ୍ଠରୁ ଆକାଶକୁ ଟାର୍ଗେଟ ହିଟ କରିପାରୁଥିବା ସବୁଠାରୁ ଲମ୍ବା ମିସାଇଲ ସିଷ୍ଟମ । ଭାରତ ନିଜର ଭୌଗୋଳିକ ସ୍ଥିତି ଦେଖି ଓ ସମ୍ପୂର୍ଣ୍ଣ ଦେଶର ସୁରକ୍ଷା ସୁ-ନିଶ୍ଚିତ କରିବା ପାଇଁ ୫ ଟି S-400 ଆଣିବା ପାଇଁ ଚୁକ୍ତି କରିଛି । ୨୦୨୨ ସୁଦ୍ଧା ସମସ୍ତ S-400 ଭାରତକୁ ମିଳିବ । ଫଳରେ ସେନା ଆହୁରି ଶକ୍ତିଶାଳୀ ହେବ ।
@ANI