ଓଡିଶା

odisha

ETV Bharat / bharat

୧୬ମାସର ଛୁଆ ମୁହଁରେ ୩୦ ରାଜନେତାଙ୍କ ନାଁ, ସପ୍ତାହରେ ମନେରଖୁଛି ୧୦୦ କଥା - ତାମିଲନାଡୁର ବୁଦ୍ଧିଆ ଶିଶୁ

ତାମିଲନାଡୁର ୧୬ ମାସର ଶିଶୁ ସଗାୟା କ୍ୟାଷ୍ଟ୍ରୋ । ଏହି ବୟସରେ ଅନ୍ୟ ଶିଶୁ ପରିବାର ବର୍ଗଙ୍କୁ ମନେ ରଖିବା କଷ୍ଟକର ହୋଇପଡୁଥିବା ବେଳେ ସେ ଚୁଟକିରେ ୩୦ ରାଜନେତାଙ୍କୁ ଚିହ୍ନି ସମସ୍ତଙ୍କୁ କରିଦେଇଛନ୍ତି ଆଶ୍ଚର୍ଯ୍ୟଚକିତ । ଅଧିକ ପଢନ୍ତୁ...

୩୦ ରାଜନେତାଙ୍କୁ ମନେ ରଖି ଚର୍ଚ୍ଚାରେ ତାମିଲନାଡୁ ଶିଶୁ Castro
୩୦ ରାଜନେତାଙ୍କୁ ମନେ ରଖି ଚର୍ଚ୍ଚାରେ ତାମିଲନାଡୁ ଶିଶୁ Castro

By

Published : Sep 12, 2021, 1:03 PM IST

ଚେନ୍ନାଇ: ତାମିଲନାଡୁର ୧୬ ମାସର ଶିଶୁ ସଗାୟା କ୍ୟାଷ୍ଟ୍ରୋ । ଯିଏକି ଖୁବ କମ ବୟସରେ ନିଜ ବୁଦ୍ଧି ବଳରେ ଲୋକଙ୍କୁ କରିଦେଇଛି ଆଶ୍ଚର୍ଯ୍ୟଚକିତ । ଏହି ବୟସରେ ଅନ୍ୟ ଶିଶୁମାନେ ନିଜ ପରିବାର ବର୍ଗଙ୍କୁ ଭଲରେ ଚିହ୍ନି ନଥିବା ବେଳେ ଏହି ଶିଶୁ ଜଣକ ୩୦ ରାଜନେତାଙ୍କୁ ଚୁଟକିରେ ଚିହ୍ନି ଦେଉଥିବା ଦେଖିବାକୁ ମିଳିଛି । ଏଥିଲାଗି କ୍ୟାଷ୍ଟ୍ରୋ ବିଭିନ୍ନ ପୁରସ୍କାରର ବିଜେତା ମଧ୍ୟ ହୋଇଛନ୍ତି । କ୍ୟାଷ୍ଟ୍ରୋଙ୍କ ଏଭଳି ସ୍ମୃତିଶକ୍ତି ଦେଖି ପିତାମାତା ତାଙ୍କୁ ଅନ୍ୟ ବିଷୟରେ ଶିକ୍ଷା ପ୍ରଦାନ କରିବା ଆରମ୍ଭ କରିଛନ୍ତି ।

ଏହି ବୟସରେ ସାଧାରଣତଃ ଶିଶୁମାନେ ଖନେଇ ଖନେଇ କଥା କହୁଥିବା ବେଳେ ନର୍ସରୀ କବିତାଗୁଡିକ ପଢିବା ଆରମ୍ଭ କରିଥାନ୍ତି । କିନ୍ତୁ କ୍ୟାଷ୍ଟ୍ରୋ ନିଜ ସ୍ମରଣ ଶକ୍ତି ଯୋଗୁଁ ସାଜିଛନ୍ତି ଭିନ୍ନ । ଏହି ବୟସରେ ସେ ମହାତ୍ମା ଗାନ୍ଧୀ, ମଦର ଟେରେସା, ନରେନ୍ଦ୍ର ମୋଦି, ଡୋନାଲ୍ଡ ଟ୍ରମ୍ପ, ଏମ.କେ ଷ୍ଟାଲିନ, ଟିଟିଭି ଧିନାକରଣଙ୍କ ଭଳି ରାଜନେତାଙ୍କ ଫଟୋ ଦେଖି ଚୁଟକିରେ ତାଙ୍କୁ ଚିହ୍ନି ପାରୁଛନ୍ତି । ତେବେ ତାଙ୍କ ପିତା ଟେରେନ୍ସଙ୍କ କହିବା ଅନୁସାରେ ସେ ୬ ମାସର ହୋଇଥିବା ବେଳେ ତାଙ୍କର ଉତ୍ତମ ସ୍ମୃତି ଶକ୍ତି ସମ୍ପର୍କରେ ଏମାନେ ଜାଣିବାକୁ ପାଇଥିଲେ । ସେ କିଛି କହିବା ପରେ ଶିଶୁ କ୍ୟାଷ୍ଟ୍ରୋ ଏହାକୁ ବାରମ୍ବାର କହିବା ସହିତ ମନେ ରଖିପାରୁଥିଲା । ଏହାପରେ ସେମାନେ ତାଙ୍କୁ ବିଭିନ୍ନ ଜିନିଷ ଦେଖାଇ ତା ସମ୍ପର୍କରେ କହିବା ଆରମ୍ଭ କରିଥିଲେ ।

ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୧୦୦ଟି ଜିନିଷକୁ ମନେ ରଖିପାରୁଥିଲା ଏହି କୁନି ଶିଶୁ । ତାଙ୍କୁ କୌଣସି ବିଷୟ ସମ୍ପର୍କରେ ଶିକ୍ଷା ଦେବା ପାଇଁ ପିତାମାତା କେବେ ବାଧ୍ୟ କରିନାହାନ୍ତି । ସେ ନିଜେ ନିଜେ ସମସ୍ତ ଜିନିଷ ସମ୍ପର୍କରେ ଜାଣିବା ପାଇଁ ଆଗ୍ରହୀ ରହିବା ସହିତ ସବୁ ଜିନିଷ ମନେ ରଖିପାରୁଥିଲା ବୋଲି କହିଛନ୍ତି କ୍ୟାଷ୍ଟ୍ରୋଙ୍କ ମାଆ ରେବିକା । ସେ ଖୁବ ସହଜରେ ସମସ୍ତ ଜ୍ଞାନ ଆହରଣ କରିପାରୁଥିବାରୁ ଆଗକୁ ଶିଶୁର ସ୍ବପ୍ନ ପୂରଣ କରିବାରେ ପିତାମାତା ଯଥାସମ୍ଭବ ଚେଷ୍ଟା କରିବେ ବୋଲି କହିଛନ୍ତି ।

ଖୁବ କମ ବୟସରେ କ୍ୟାଷ୍ଟ୍ରୋ ଇଣ୍ଡିଆନ ବୁକ ଅଫ ୱାଲ୍ଡ ରେକର୍ଡ ସହିତ ଇଣ୍ଟରନେସନାଲ ବୁକ ଅଫ ୱାଲ୍ଡ ରେକର୍ଡ, କାଲାମ ବୁକ ଅଫ ୱାଲ୍ଡ ରେକର୍ଡ ଭଳି ଅନେକ ସମ୍ମାନପୂର୍ଣ୍ଣ ପୁରସ୍କାରର ବିଜେତା ହୋଇଛନ୍ତି । ଇଣ୍ଡିଆ ବୁକ ଅଫ ୱାଲ୍ଡ ରେକର୍ଡ କ୍ୟାଷ୍ଟ୍ରୋଙ୍କୁ 'ଇଣ୍ଡିଆନ କିଡ ଅଫ ଦି ଇଅର ୨୦୨୧' ବୋଲି ଘୋଷଣା କରିଛି । କାରଣ ଖୁବ କମ ବୟସରେ ସେ ୭ଟି ପୁରସ୍କାର ଜିତିଥିବାରୁ ତାଙ୍କୁ ଏହି ସମ୍ମାନ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details