ଓଡିଶା

odisha

ETV Bharat / bharat

Coimbatore car blast: NIA ସୁପାରିଶ କଲା ତାମିଲନାଡୁ ସରକାର - ଜାତୀୟ ତଦନ୍ତକାରୀ ସଂସ୍ଥା

କୋଇମ୍ବାଟୁର ବିସ୍ଫୋରଣ ଘଟଣାର NIA ତଦନ୍ତ ସୁପାରିଶ କଲା ତାମିଲନାଡୁ ସରକାର । କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ପୂର୍ବରୁ ବିରୋଧୀ ବିଜେପି ମଧ୍ୟ କରିଥିଲା ସାମାନ ଦାବି (cylinder blast case coimbatore)। ଅଧିକ ପଢନ୍ତୁ

Coimbatore car blast: NIA ସୁପାରିଶ କଲା ତାମିଲନାଡୁ ସରକାର
Coimbatore car blast: NIA ସୁପାରିଶ କଲା ତାମିଲନାଡୁ ସରକାର

By

Published : Oct 26, 2022, 10:56 PM IST

ଚେନ୍ନାଇ:23 ତାରିଖରେ ତାମିଲନାଡୁର କୋଇମ୍ବାଟୁରରେ ଏକ କାରରେ ସିଲିଣ୍ଡର ବିସ୍ଫୋରଣ ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା NIA ଦ୍ବାରା କରାଯାଉ ବୋଲି ସୁପାରିଶ କରିଛନ୍ତି ତାମିଲନାଡୁ ସରକାର(cylinder blast case coimbatore) । ଏହି ବିସ୍ଫୋରଣରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏହି ବିସ୍ଫୋରଣର ତଦନ୍ତ କରୁ ବୋଲି ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି । ଏନେଇ ସେ କେନ୍ଦ୍ରକୁ ଚିଠି ମଧ୍ୟ ଲେଖିଛନ୍ତି ।

ବର୍ତ୍ତମାନ ଏହି ମାମଲାର ତଦନ୍ତ ରାଜ୍ୟ ପୋଲିସ ଜାରି ରଖିଛି । ତେବେ ଏହାର ତଦନ୍ତ ଭାର ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଦ୍ବାରା କରାଇବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରନ୍ତୁ ବୋଲି କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । 23 ତାରିଖରେ ତାମିଲନାଡୁର ଅକ୍ରମ ଏରିଆରେ ଏକ କାର ଭିତରେ ରଖାଯାଇଥିବା ଏକ ଏଲପିଜି ସିଲିଣ୍ଡରରେ ବିସ୍ପୋରଣ ଘଟିଥିଲା । ତେବେ ଏହି ମାମଲାରେ ରାଜ୍ୟ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏହି ଘଟଣାର ତଦନ୍ତର ଅଗ୍ରଗତି ନେଇ ସେ ସମୀକ୍ଷା ମଧ୍ୟ କରିଥିଲେ ।

ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା 5 ଅଭିଯୁକ୍ତଙ୍କୁ ଗିରଫ କରି ସାରିଲାଣି ପୋଲିସ । ରାଜ୍ୟ ରାଜନୀତି ମଧ୍ୟ ଏହି ଘଟଣାକୁ ନେଇ ଉଷ୍ମ ହେବାରେ ଲାଗିଛି । ପୂର୍ବରୁ ବିଜେପି ମଧ୍ୟ ଏହି ଘଟଣାର ତଦନ୍ତ ପ୍ରଦେଶ ପୋଲିସ ପରିବର୍ତ୍ତେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା କରାଇବା ପାଇଁ ଦାବି କରିଥିଲା । ପୋଲିସର ତଦନ୍ତ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମଧ୍ୟ କେନ୍ଦ୍ରକୁ ଚିଠି ଲେଖି ଜାତୀୟ ତଦନ୍ତକାରୀ ସଂସ୍ଥା NIA ଦ୍ବାରା କରିବା ପାଇଁ ଚିଠି ଲେଖି ସୁପାରିଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details