ଓଡିଶା

odisha

ETV Bharat / bharat

ତାମିଲନାଡୁରେ ଏକ ସପ୍ତାହ ବୃଦ୍ଧି ହେଲା ଲକଡାଉନ, ମେ 24ରୁ ସମ୍ପୂର୍ଣ୍ଣ ଲକଡାଉନ - ତାମିଲନାଡୁ ଲକଡାଉନ ଖବର

ତାମିଲନାଡୁରେ ବୃଦ୍ଧି ହେଲା ଲକଡାଉନ । ଆସନ୍ତା 30 ତାରିଖ ପର୍ଯ୍ୟନ୍ତି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସଂକ୍ରମଣ ରୋକିବା ପାଇଁ ସରକାର କଡାକଡି ଭାବରେ ଲକଡାଉନ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲକଡାଉନ ସମୟରେ କେବଳ ଜରୁରୀ ସାମଗ୍ରୀକୁ ଅନୁମତି । ଅଧିକ ପଢନ୍ତୁ...

TN government extends total lockdown till May end
ତାମିଲନାଡୁରେ ଏକ ସପ୍ତାହ ବୃଦ୍ଧି ହେଲା ଲକଡାଉନ,ମେ 24ରୁ ସମ୍ପୂର୍ଣ୍ଣ ଲକଡାଉନ

By

Published : May 22, 2021, 4:41 PM IST

ଚେନ୍ନାଇ: ତାମିଲନାଡୁରେ ଏକ ସପ୍ତାହ ବୃଦ୍ଧି ହେଲା ଲକଡାଉନ । ଆସନ୍ତା 30 ତାରିଖ ପର୍ଯ୍ୟନ୍ତି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ରାଜ୍ୟରେ କଡାକଡି କଟକଣା ଜାରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡୁ ସରକାର । ଆଜି ସର୍ବଦଳୀୟ ବୈଠକ ପରେ ଏନେଇ ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ. କେ. ଷ୍ଟାଲିନ । ମେ 24ରୁ ରାଜ୍ୟରେ ଲାଗୁ ହେବ ସମ୍ପୂର୍ଣ୍ଣ ଲକଡାଉନ ।

ତାମିଲନାଡୁରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ଗୋଟିଏ ଦିନ ରାଜ୍ୟରେ 35 ହଜାର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କୋରୋନା ପରିସ୍ଥିତିକୁ ନେଇି ଆଜି ସର୍ବଦଳୀୟ ଦଳୀୟ ବୈଠକ ହୋଇଥିଲା । ରାଜ୍ୟରେ କୋରୋନା ସଂକ୍ରମଣ ରୋକିବା ପାଇଁ ଅଧିକ ପ୍ରଭାବୀ ଭାବରେ ଲକଡାଉନ କାର୍ଯ୍ୟକାରୀ କରିବା ପାଇଁ ମେଡିକାଲ ବିଶେଷଜ୍ଞ ପରାମର୍ଶ ଦେଇଥିଲେ । ଏହାପରେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଅବଧିକୁ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ । ଲକଡାଉନ ସମୟରେ ରାଜ୍ୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଅନୁମତି ଦେଇଛନ୍ତି । କେବଳ ମେଡିକାଲ ସେବା, କ୍ଷୀର,ପିଇବା ପାଣି ବ୍ୟତିତ ଅନ୍ୟ ସମସ୍ତ ସେବା ବନ୍ଦ କରାଯିବ । ଏହା ସହ ଫଳ ଓ ପନିପରିବା ପାଇଁ ସ୍ବତନ୍ତ୍ର ଗାଡିରେ ଯୋଗାଇବା ପାଇଁ ସରକାର ନିଷ୍ପତି ନେଇଛନ୍ତି ।

ମେ 24ରୁ ରାଜ୍ୟରେ ଲାଗୁ ହେବ ସମ୍ପୂର୍ଣ୍ଣ ଲକଡାଉନ । କଟକଣା ସମୟରେ ଲୋକଙ୍କୁ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଆଜି କେବଳ ଗୋଟିଏ ଦିନରେ 36,184 କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ଯାହିକି ରାଜ୍ୟରେ କୋରୋନା ସ୍ଥିତି ନେଇ ଲୋକଙ୍କ ଭାୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ବର୍ତ୍ତମାନ 2,74, 629 ଆକ୍ଟିଭ ମାଲଲା ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details