ଓଡିଶା

odisha

ETV Bharat / bharat

ରାଜ୍ୟପାଳ ନୁହେଁ ସରକାର ନିଯୁକ୍ତ କରିବେ କୂଳପତି, ତାମିଲନାଡୁରେ ନୂଆ ବିଲ ଆସିଲା - ନୂଆ ବିଲ ଆଣିଲେ ଷ୍ଟାଲିନ ସରକାର

ତାମିଲନାଡୁରେ କୁଳପତି ନିଯୁକ୍ତି କ୍ଷେତ୍ରରେ ସଙ୍କୁଚିତ ହେଲା ରାଜ୍ୟପାଳଙ୍କ କ୍ଷମତା । ଏଣିକି କୂଳପତି ନିଯୁକ୍ତି ସରକାରଙ୍କ ବିଚାରାଧୀନ କ୍ଷମତା । ବିଧାନସଭାରେ ବିଲ ଆଣିଲା ଷ୍ଟାଲିନ ସରକାର । ଅଧିକ ପଢନ୍ତୁ

ରାଜ୍ୟପାଳ ନୁହେଁ ସରକାର ନିଯୁକ୍ତ କରିପାରିବେ କୂଳପତି, ବିଲ ଆଣିଲେ ତାମିଲନାଡୁ ସରକାର
ରାଜ୍ୟପାଳ ନୁହେଁ ସରକାର ନିଯୁକ୍ତ କରିପାରିବେ କୂଳପତି, ବିଲ ଆଣିଲେ ତାମିଲନାଡୁ ସରକାର

By

Published : Apr 25, 2022, 9:20 PM IST

ଚେନ୍ନାଇ:ବିଶ୍ବବିଦ୍ୟାଳୟରେ କୂଳପତି ନିଯୁକ୍ତି ପ୍ରକ୍ରିୟା ପାଇଁ ବିଧାନସଭାରେ ବିଲ ଆଣିଛନ୍ତି ତାମିଲନାଡୁ ସରକାର । ନୂଆ ବିଲ୍‌ର ପ୍ରାବଧାନ ଅନୁସାରେ ଏଣିକି ରାଜ୍ୟପାଳଙ୍କର ଥିବା ପୂର୍ବ କ୍ଷମତା ସଙ୍କୁଚିତ ହେବା ସହ ରାଜ୍ୟ ସରକାର କୂଳପତି ନିଯୁକ୍ତ କରିପାରିବେ ।

ଆଜି ଅଧିବେଶନରେ ରାଜ୍ୟ ଶିକ୍ଷାମନ୍ତ୍ରୀ କେ.ପୋନମୁଦି ଗୃହରେ ବିଲ ଆଗତ କରିଥିଲେ । ବଜେପି ଓ ମୁଖ୍ୟ ବରୋଧୀ ଦଳ AIADMK ଏହାକୁୁ ବିରୋଧ ମଧ୍ୟ କରିଥିଲା । ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସରକାର ଆଣିଥିବା ବିଲର ଆଭିମୁଖ୍ୟ ସମ୍ପର୍କରେ ଗୃହକୁ ଅବଗତ କରିବା ସହ ଏହାକୁ ସମର୍ଥନ ଦେବା ପାଇଁ ମଧ୍ୟ ବିରୋଧୀଙ୍କୁ ଅନୁରୋଧ କରିଥିବା ଦେଖିବାକୁ ମିଳିଥିଲା ।

ଗୁଜୁରାଟରେ ମଧ୍ୟ କୂଳପତି ନିଯୁକ୍ତି ପ୍ରକ୍ରିୟା ରାଜ୍ୟପାଳ ନୁହେଁ ବରଂ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ହେଉଥିବା ଉଦାହରଣ ଦେଇଥିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ସେହିପରି ପଡୋଶୀ କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ମଧ୍ୟ ସାମାନ ପ୍ରକ୍ରିୟା ଆପଣାଇଥିବା ମଧ୍ୟ ଷ୍ଟାଲିନ କହିଥିଲେ ।

PTI

ABOUT THE AUTHOR

...view details