ଓଡିଶା

odisha

ବିଜେପି କର୍ମୀଙ୍କ ମା’ଙ୍କୁ ଟିଏମସିର ଆକ୍ରମଣ: କଷ୍ଟ ବଖାଣିଲେ ବୃଦ୍ଧା

ପଶ୍ଚିମବଙ୍ଗରେ ଟିଏମସିର ଦାଦାଗିରି । ଜଣେ ବିଜେପି କର୍ମୀଙ୍କ ଘରେ ପଶି ଅତି ନିଷ୍ଠୁର ଭାବେ ଆକ୍ରମଣ କରିଛନ୍ତି । ଡରରେ ଥରି ଥରି ବୃଦ୍ଧା ଜଣକ ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି କଷ୍ଟର ଶବ୍ଦ । ଅଧିକ ପଢନ୍ତୁ...

By

Published : Feb 28, 2021, 5:50 PM IST

Published : Feb 28, 2021, 5:50 PM IST

ବିଜେପି କର୍ମୀଙ୍କ ମାଆଙ୍କୁ ଟିଏମସିର ଆକ୍ରମଣ: କଷ୍ଟର ଶବ୍ଦ ବଖାଣିଲେ ବୃଦ୍ଧା
ବିଜେପି କର୍ମୀଙ୍କ ମାଆଙ୍କୁ ଟିଏମସିର ଆକ୍ରମଣ: କଷ୍ଟର ଶବ୍ଦ ବଖାଣିଲେ ବୃଦ୍ଧା

କୋଲକାତା: ବଙ୍ଗଳାରେ ତୃଣ ମୂଳ କଂଗ୍ରେସର ଦାଦାଗିରି । ଦାଦାଗିରି ତ ଦାଦାଗିରି ତା ସହ ଅମାନବିକତାର ପରିଚୟ ମଧ୍ୟ ଦେଇଛନ୍ତି ଟିଏମସିର କିଛି କର୍ମୀ । ଅତି ନିଷ୍ଠୁର ଆଉ ନିର୍ମମ ଭାବେ ଜଣେ ବିଜେପି କର୍ମୀଙ୍କ ମାଆଙ୍କୁ ଆକ୍ରମଣ କରିଛନ୍ତି । ଭୋ ଭୋ ହୋଇ କାନ୍ଦି କଷ୍ଟର ଶବ୍ଦ ବଖାଣିଛନ୍ତି କର୍ମୀଙ୍କ ମାଆ ।

ବିଜେପି କର୍ମୀଙ୍କ ମାଆଙ୍କୁ ଟିଏମସିର ଆକ୍ରମଣ: କଷ୍ଟର ଶବ୍ଦ ବଖାଣିଲେ ବୃଦ୍ଧା

କୁହନ୍ତି ବୃଦ୍ଧ ବାଳୁତ ସମାନ । ମାତ୍ର ଏସବୁ ଟିଏମସି କର୍ମୀଙ୍କ କ୍ରୋଧ ଆଉ ପ୍ରତିହିଂସା ଆଗରେ ତୁଚ୍ଛ । ବଙ୍ଗଳାରେ ଅତି ନିଷ୍ଠୁରତାର ପରିଚୟ ଦେଇଛି ଟିଏମସି । ସୂଚନା ଅନୁଯାୟୀ ବିଜେପି କର୍ମୀ ଗୋପାଳ ମଜୁମଦାରଙ୍କ ମାଆ ଶୁଭା ମଜୁମଦାରଙ୍କୁ ଅତି ନିଷ୍ଠୁର ଭାବେ ମାଡ ମାରିଛନ୍ତି । ମଜୁମଦାରଙ୍କ ମାଆ କହିଛନ୍ତି ଯେ, 'ଦୁର୍ବୃତ୍ତ ମୋ ମୁଣ୍ଡ ଏବଂ ବେକକୁ ମାରିବା ସହ ମୋ ମୁହଁକୁ ମଧ୍ୟ ମାରିଛନ୍ତି । ମୋତେ ଡର ଲାଗୁଛି, ସେମାନେ ଏ ବିଷୟରେ କାହାକୁ ନ କହିବା ପାଇଁ ଧମକ ଦେଇଥିଲେ । ମୋର ସମ୍ପୂର୍ଣ୍ଣ ଶରୀରରେ ଯନ୍ତ୍ରଣା ଅନୁଭୂତ ହେଉଛି ।'

@ANI

ABOUT THE AUTHOR

...view details