ଓଡିଶା

odisha

ETV Bharat / bharat

2024 Lok Sabha polls: ଉତ୍ତର ପ୍ରଦେଶରେ ଏଣ୍ଟ୍ରି ମାରିବ TMC, ସୂଚନା ଦେଲେ ମମତା - ଆଗମୀ ଲୋକସଭା ନିର୍ବାଚନ ନେଇ ମମତାଙ୍କ ଇସାରା

2024 ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରୁ ନିର୍ବାଚନ ଲଢିବ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ । ବଜେପିର ପତନ ପାଇଁ ସମସ୍ତ ଆଞ୍ଚଳିକ ଦଳମାନଙ୍କୁ ଏକତ୍ରୀକରଣ ଆହ୍ବାନ ଦେଲେ ମମତା । ଅଧିକ ପଢନ୍ତୁ

2024 Lok Sabha polls: ଉତ୍ତର ପ୍ରଦେଶରେ ଏଣ୍ଟ୍ରି ମାରିବ TMC, ସୂଚନା ଦେଲେ ମମତା
2024 Lok Sabha polls: ଉତ୍ତର ପ୍ରଦେଶରେ ଏଣ୍ଟ୍ରି ମାରିବ TMC, ସୂଚନା ଦେଲେ ମମତା

By

Published : Feb 2, 2022, 7:27 PM IST

କୋଲକାତା:2024 ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶରୁ ନିର୍ବାଚନ ଲଢିବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ । ଉତ୍ତର ପ୍ରଦେଶରେ ନିଜ ଦଳର ଏଣ୍ଟ୍ରି ନେଇ ଆଜି ଘୋଷଣା କରିଛନ୍ତି ଦଳମୁଖ୍ୟ ମମତା ବାନାର୍ଜୀ । କେବଳ ତାଙ୍କ ଦଳ ନିର୍ବାଚନ ଲଢିବ ନାହିଁ ବରଂ ବିଜେପିର ପତନ ପାଇଁ ସମସ୍ତ ଆଞ୍ଚଳିକ ଦଳର ଏକତ୍ରୀକରଣ ପାଇଁ ଆହ୍ବାନ ମଧ୍ୟ ଦେଇଛନ୍ତି ।

ଆଜି (ବୁଧବାର) କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବା ଅବସରରେ ମମତା କହିଛନ୍ତି, ୨୦୨୪ ରେ ହେବାକୁ ଥିବା ଆସନ୍ତା ନିର୍ବାଚନରେ ଉତ୍ତର ପ୍ରଦେଶରେ ମଧ୍ୟ ତାଙ୍କ ଦଳ ପ୍ରାର୍ଥୀ ଦେବ । ତେବେ ବିଜେପିକୁ କେନ୍ଦ୍ରରୁ ହଟାଇବାକୁ ହେଲେ ସମସ୍ତ ଆଞ୍ଚଳିକ ଦଳମାନେ ଏକାଠି ହେବାକୁ ପଡିବ ବୋଲି ମଧ୍ୟ ସେ ଇସାରା ଦେଇଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ବିଜେପି ପାଖରେ ୩ଟି ଅସ୍ତ୍ର ରହିଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ (CBI), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏବଂ ବିପୁଳ ଅର୍ଥ । ଯାହାକୁ ବିଜେପି ବ୍ୟବହାର କରି ଦେଶରେ ପୁଣିଥରେ ନିର୍ବାଚନ ଜିତି କ୍ଷମତାକୁ ଫେରିବାକୁ ପ୍ରୟାସ କରିବ ।

ସେହିପରି ସେ ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ମଧ୍ୟ ସମାଲୋଚନା କରିବାକୁ ଭୁଲି ନାହାନ୍ତି । ରାଜ୍ୟପାଳ ଜଗଦ୍ବୀପ ଧନକରଙ୍କୁ ବିଜେପିର ଦଲାଲ ବୋଲି କହିବା ସହ ସେ ପେଗାସସ ସଫ୍ଟଓ୍ବେର ଠାରୁ ମଧ୍ୟ ଅଧିକ ବିପଦପୂର୍ଣ୍ଣ ବୋଲ କହିଛନ୍ତି ମମତା । ଗତ କିଛି ବର୍ଷ ଧରି ରାଜ୍ୟପାଳ ଧନକର ଓ ମମତାଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଇଥିଲେ ମମତା । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟ କିଛି ତୁଙ୍ଗ ନେତାଙ୍କ ପ୍ରଚାର ସତ୍ତ୍ବେ ମଧ୍ୟ ମମତାଙ୍କ ରଣନୀତି ଆଗରେ ବିଜେପି ପଶ୍ଚିମବଙ୍ଗରେ କ୍ଷମତା ହାତେଇବାରେ ବିଫଳ ହୋଇଥିଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details