ଓଡିଶା

odisha

ETV Bharat / bharat

ନିର୍ବାଚନ ନାରା ଟକ୍କର: 'ବଙ୍ଗ ନିଜ ଝିଅକୁ ଚାହୁଁଛି' ପ୍ରଚାର କରି ଲଢିବେ ଦିଦି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜକୁ ବଙ୍ଗ ଝିଅ ଭାବରେ ଚିତ୍ରଣ କରିଛନ୍ତି । ଆସନ୍ତା ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବା ପାଇଁ ତୃଣମୂଳ କଂଗ୍ରେସ ଶନିବାର ନିଜର ନର୍ବାଚନୀ ନାରା ଘୋଷଣା କରିଛି । ଅଧିକ ପଢନ୍ତୁ...

By

Published : Feb 20, 2021, 5:05 PM IST

Updated : Feb 20, 2021, 6:49 PM IST

Bengal wants its own daughter
ଟିଏମସିର ନିର୍ବାଚନ ସ୍ଲୋଗାନ 'ବଙ୍ଗ ନିଜ ଝିଅକୁ ହିଁ ଚାହୁଁଛି'

କୋଲକାତା:ତୃଣମୂଳ କଂଗ୍ରେସ ଘୋଷଣା କଲା ନିଜର ନିର୍ବାଚନୀ ନାରା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜକୁ ବଙ୍ଗଳା ଝିଅ ଭାବରେ ଚିତ୍ରଣ କରି ଆସନ୍ତା ନିର୍ବାଚନରେ ଓହ୍ଲାଇବା ପାଇଁ ପ୍ରସ୍ତୁତ କରିଛନ୍ତି । ବିଜେପିର 'ଜୟ ଶ୍ରୀରାମ' ନାରାକୁ କାଉଣ୍ଟର କରି 'ବଙ୍ଗ ନିଜ ଝିଅକୁ ଚାହୁଁଛି' ନାରା ଦେଇଛନ୍ତି ମମତା ।

ପଶ୍ଚିମବଙ୍ଗରେ ଆଉ କିଛି ଦିନ ମଧ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଆଉ ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ଆରମ୍ଭ କରିଛନ୍ତି ନିଜର ରଣନୀତି। ଜନତାଙ୍କ ପାଖରେ ପହଞ୍ଚିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ନାରା । ରାଜ୍ୟରେ ବିଜେପିର 'ଜୟ ଶ୍ରୀରାମ'ନାରା ଲୋକପ୍ରିୟତାର ଶୀର୍ଷରେ ରହିଥିବା ବେଳେ ଏହାକୁ ପ୍ରତି ଆକ୍ରମଣ କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ 'ବଙ୍ଗ ନିଜ ଝିଅକୁ ହିଁ ଚାହୁଁଛି' ନାରା ଦେଇଛନ୍ତି । ନିଜକୁ ପଶ୍ଚିମବଙ୍ଗର ଅସ୍ମତା ଭାବରେ ପ୍ରତିପାଦନ କରିବା ପାଇଁ ଚେଷ୍ଟା କରିଛନ୍ତି । ଆସନ୍ତା ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବା ପାଇଁ ତୃଣମୂଳ କଂଗ୍ରେସ ଶନିବାର ନିଜର ନର୍ବାଚନୀ ନାରା ଘୋଷଣା କରିଛି । 'ବଙ୍ଗଳା ନିଜର ମାଇକେ ଚାଇ' ତଥା 'ବଙ୍ଗ ନିଜ ଝିଅକୁ ହିଁ ଚାହୁଁଛି' ସ୍ଲୋଗାନ ଦେଇଛନ୍ତି।

ସୂଚନାଥାଉକି ଚଳିତ ବର୍ଷ ଏପ୍ରିଲ-ମେ ମାସରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ରାଜ୍ୟରେ ରାଜନୈତିକ ସମୀକରଣର ଦିନକୁ ଦିନ ବଦଳିବାରେ ଲାଗିଛି । ଟିଏମସିରୁ ବିଭିନ୍ନ ନେତା ମନ୍ତ୍ରୀ ଦଳ ବଦଳାଇବାରେ ଲାଗିଛନ୍ତି । ଏହା ସହ ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସ ଓ ବଜେପି କଂଗ୍ରେସ ବାମପନ୍ଥୀ ଦଳ ମଧ୍ୟରେ ଜୋରଦାର ଲଢେଇ ହେବାର ସମ୍ଭାବନା ରହିଛି । ବିଶେଷ କରି ଟିଏମସି ଓ ବିଜେପି ମଧ୍ୟରେ ଲଢେଇ ଆରପାରରେ ପହଞ୍ଚିଛି । ପଶ୍ଚିମବଙ୍ଗରେ 294 ବିଧାନସଭା ଆସନ ରହିଥିବା ବେଳେ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍କରେ 200ରୁ ଅଧିକ ଆସନ ହାସଲ କରିବା ନେଇ ପୂର୍ବାନୁମାନ କରିବା ପରେ ଟିମସିରେ କୋକୁଆଭୟ ଖେଳିଯାଇଛି ।

Last Updated : Feb 20, 2021, 6:49 PM IST

ABOUT THE AUTHOR

...view details