ଓଡିଶା

odisha

ETV Bharat / bharat

ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ; ମୁଲତବୀ ରଖିବାକୁ ଟିଏମସି ସାଂସଦଙ୍କ ଦାବି - ଟିଏମସି ସାଂସଦ

4 ରାଜ୍ୟ ସମେତ ପୁଡୁଚେରୀରେ ନିର୍ବାଚନ ହେବାକୁ ଥିବାରୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନକୁ ମୁଲତବୀ ଘୋଷଣା କରିବାକୁ ଦାବି କଲା ଟିଏମସି । ଅଧିକ ପଢନ୍ତୁ...

ବଜେଟ ଅଧିବେଶନ
ବଜେଟ ଅଧିବେଶନ

By

Published : Mar 8, 2021, 11:03 AM IST

ନୂଆଦିଲ୍ଲୀ: ଆଜିଠୁ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ତେବେ ଏହାକୁ ମୁଲତବୀ ରଖିବାକୁ ତୃଣମୂଳ କଂଗ୍ରେସ(ଟିଏମସି) ପକ୍ଷରୁ ଦାବି କରାଯାଇଛି । 4 ରାଜ୍ୟ ସମେତ ପୁଡୁଚେରୀରେ ନିର୍ବାଚନ ହେବାକୁ ଥିବାରୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନକୁ ମୁଲତବୀ ଘୋଷଣା କରିବାକୁ ଦଳ ଦାବି କରିଛି ।

ଏନେଇ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତିଙ୍କୁ ଟିଏମସି ମୁଖପାତ୍ର ଓ ରାଜ୍ୟସଭାରେ ଟିଏମସି ନେତା ଡେରେକ ଓବ୍ରିଏନ ଚିଠି ଲେଖିଛନ୍ତି । ନିର୍ବାଚନ ଥିବାରୁ ତାଙ୍କ ଦଳର ସମସ୍ତ ସାଂସଦ ଅଧିବେଶନରେ ଯୋଗ ଦେଇପାରିବେ ନାହିଁ ବୋଲି ସେ ଜଣାଇ ଏହାକୁ ମୁଲତବୀ କରିବାକୁ ଦାବି କରିଛନ୍ତି ।

ପଶ୍ଚିମବଙ୍ଗ ସମେତ ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଯେଉଁଥିଲାଗି ଏହି ଅଧିବେଶନରେ ଟିଏମସି ସାଂସଦ ମାନେ ଉପସ୍ଥିତ ହେବା ସମ୍ଭବ ହେବନାହିଁ ବୋଲି ସେ ଦର୍ଶାଇଛନ୍ତି । ସେହିପରି ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ମଧ୍ୟ ଲୋକସଭା ବାଚସ୍ପତିଙ୍କୁ ସମାନ ପ୍ରସଙ୍ଗରେ ଚିଠି ଲେଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details