ହାଇଦ୍ରାବାଦ:କଟକଣା ସତ୍ତ୍ବେ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ଦ୍ବାରା ପ୍ରଧାନମନ୍ତ୍ରୀ ମୋଦି ଓ 2002 ଗୁଜୁରାଟ ଦଙ୍ଗାକୁ ନେଇ ପ୍ରସ୍ତୁତ ଡକ୍ୟୁମେଣ୍ଟାରୀର ଲିଙ୍କ ସେୟାର କିରଛନ୍ତି ଦୁଇ ତୃଣମୂଳ କଂଗ୍ରେସ ସାଂସଦ । ସାଂସଦ ମୋହୁଆ ମୈତ୍ର ଓ ଡାରେକ ଓ ବ୍ରାଏନ ଏହି ବିବଦୀୟ ଡକ୍ୟୁମେଣ୍ଟାରୀର ଲିଙ୍କ ସେୟାର କରିଛନ୍ତି । ସେହିପରି ଏହା ଉପରେ କଟକଣା ଲଗାଯିବା ନିଷ୍ପତ୍ତିରେ ମଧ୍ୟ ସାଂସଦ ମହୁଆ ମୌତ୍ର ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ।
ସରକାର ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଏବଂ ୟୁଟ୍ୟୁବକୁ "ଭାରତ: ମୋଦି ପ୍ରଶ୍ନ" ଶୀର୍ଷକ ଡକ୍ୟୁମେଣ୍ଟାରୀ ସମ୍ପର୍କିତ ଲିଙ୍କକୁ ପ୍ରସାରିତ ନିକରିବାକୁ ନିର୍ଦ୍ଦେଶ ଦେଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟଏହି ଡକ୍ୟୁମେଣ୍ଟାରୀକୁ ଏକ ପ୍ରୋପାଗାଣ୍ଡା ବୋଲି ଦର୍ଶାଇବା ସହ ଏହାକୁ ଭାରତରେ ପ୍ରଦର୍ଶିତ କରାଯିବା ଉପରେ ରୋକ ଲଗାଇଛି ।
କିଛି ୟୁଟ୍ୟୁବ ଚାନେଲ ଓ 50ରୁ ଅଧିକ ଟ୍ବିଟର ଆକାଉଣ୍ଟ ଏହି ବିବାଦୀୟ ଡକ୍ୟୁମେଣ୍ଟାରୀର ଲିଙ୍କ ସେୟାର କରିବା କାରଣରୁ ବ୍ୟାନ ମଧ୍ୟ ହୋଇସାରିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହି ସବୁ ସୋସିଆଲ ମଡିଆ ପ୍ଲାଟଫର୍ମ ସହ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିବା ନେଇ ଉଭୟ ସଂସ୍ଥାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲା ।