ଓଡିଶା

odisha

ଆଦାନୀ ନିର୍ଦ୍ଦେଶିତ ମିଡିଆ ଟ୍ରାଏଲ ଓ ବିଜେପି ଟ୍ରୋଲ ପାଇଁ ମୋ ପାଖରେ ସମୟ ନାହିଁ: ମହୁଆ ମୋଇତ୍ରା

ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଅର୍ଥ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲା । ଆଜି ଏକ୍ସ ସାଇଟରେ ପୋଷ୍ଟ କରି ପ୍ରତିକ୍ରିୟା ରଖିଲେ ସାଂସଦ । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 20, 2023, 3:49 PM IST

Published : Oct 20, 2023, 3:49 PM IST

Updated : Oct 20, 2023, 5:36 PM IST

TMC MP MAHUA MOITRA
TMC MP MAHUA MOITRA

ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଅର୍ଥ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲା । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ । ଆଦାନୀ ନିର୍ଦ୍ଦେଶିତ ମିଡିଆ ଟ୍ରାଏଲ ଓ ବିଜେପି ଟ୍ରୋଲ ପାଇଁ ତାଙ୍କ ପାଖରେ ସମୟ ନାହିଁ । ସେ ନାଦିଆରେ ଦୁର୍ଗା ପୂଜା ଉପଭୋଗ କରୁଥିବା ଏକ୍ସ ସାଇଟରେ ଏକ ପୋଷ୍ଟ ଜରିଆରେ କହିଛନ୍ତି । ଏହା ସହିତ ତାଙ୍କ ବିରୋଧରେ ହୋଇଥିବା ମାମଲାରେ ସିବିଆଇ ଓ ଏଥିକ୍ସ କମିଟିକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

ଲୋକସଭାର ଏଥିକ୍ସ କମିଟି ଓ ସିବିଆଇ ଯାଞ୍ଚକୁ ସ୍ବାଗତ କରି ସେ କହିଛନ୍ତି, "ଯାଞ୍ଚ ପାଇଁ ଯେବେ ଓ ଯେଉଁ ସମୟରେ ସିବିଆଇ ଓ ଏଥିକ୍ସ କମିଟି ମୋତେ ଡାକିବେ ମୁଁ ହାଜର ହେବାକୁ ପ୍ରସ୍ତୁତ । ଆଦାନି ନିର୍ଦ୍ଦେଶିତ ମିଡିଆ ସର୍କସ ଟ୍ରାଏଲ ବା ବିଜେପି ଟ୍ରୋଲ୍ସ ଲାଗି ନା ମୋ ନିକଟରେ ସମୟ ଅଛି ନା ଆଗ୍ରହ । ମୁଁ ଏବେ ନାଦିଆରେ ଦୁର୍ଗା ପୂଜା ଉପଭୋଗ କରୁଛି । ଶୁଭ ଷଷ୍ଠୀ । " ମହୁଆଙ୍କ ଏହି ପ୍ରତିକ୍ରିୟା ଆସିବା ପୂର୍ବରୁ ଶୁକ୍ରବାର ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇ 'X' ସାଇଟରେ ମହୁଆଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସିବିଆଇରେ ସେ କରିଥିବା ଆବେଦନକୁ ପ୍ରତ୍ୟାହାର କରିବା ଲାଗି ମହୁଆ ତାଙ୍କ ଉପରେ ଚାପ ପକାଉଥିବା ସେ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- Cash for questions: ସତ ହେଇଥିଲେ ଲଜ୍ଜାଜନକ କହିଲେ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର, ଜବାବ ରଖିଲେ ମୋଇତ୍ରା

ସୂଚନା ଥାଉ କି ଅଧିବେଶନ ସମୟରେ ସଂସଦରେ ଜଣେ ନିର୍ଦ୍ଦିଷ୍ଟ ଶିଳ୍ପପତିଙ୍କ ବିରୋଧରେ ପ୍ରଶ୍ନ କରିବା ପାଇଁ ତୃଣମୂଳ କଂଗ୍ରେସର ସାଂସଦ ଜଣେ ପ୍ରତିଷ୍ଠିତ ଶିଳ୍ପପତିଙ୍କ ଠାରୁ ଅର୍ଥରାଶି ଗ୍ରହଣ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ମହୁଆ ଟଙ୍କା ଗ୍ରହଣ କରି ଗୃହରେ ଆଦାନୀ ସମୂହ ସମ୍ପର୍କରେ ପ୍ରଶ୍ନ କରୁଥିବା ସେ ଅଭିଯୋଗ କରିଥିଲେ । ତାଙ୍କ ବିରୋଧରେ ଏକ କମିଟି ଗଠନ କରି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ମଧ୍ୟ ଲେଖିଥିଲେ ।

ଏହା ବି ପଢନ୍ତୁ- ସଂସଦରେ ପ୍ରଶ୍ନ ଉଠାଇବା ପାଇଁ ଟଙ୍କା ନେଇଛନ୍ତି ମହୁଆ ମୋଇତ୍ର ! ଅଭିଯୋଗ ସହ ତଦନ୍ତ ଦାବି କଲେ BJP ସାଂସଦ

ବିଜେପି ସାଂସଦ ନିଶିକାନ୍ତଙ୍କ ଅଭିଯୋଗ ଅନୁସାରେ ଟିଏମସି ନେତ୍ରୀ ମହୁଆ ଟଙ୍କା ନେଇଥିବା ସେହି ଶିଳ୍ପପତି ଜଣକ ହେଉଛନ୍ତି ଦର୍ଶନ ହୀରନନ୍ଦାନୀ । ଦର୍ଶନ ଓ ଗୌତମ ଆଦାନୀଙ୍କ କମ୍ପାନୀ ପରସ୍ପର ବ୍ୟବସାୟୀକି ପ୍ରତିଦ୍ବନ୍ଦୀ ହୋଇଥିବାରୁ ଦର୍ଶନ ତାଙ୍କୁ ଟାର୍ଗେଟ କରିଥିଲେ । ବର୍ଷ ୨୦୧୯ ରୁ୨୦୨୧ ମଧ୍ୟରେ ସଂସଦରେ ମୋଇତ୍ରା ପ୍ରାୟ ୬୦ ଗୋଟି ପ୍ରଶ୍ନ ଉଠାଇଥିବା ବେଳେ ସେଥିରୁ ୫୦ଟି ପ୍ରଶ୍ନ ଦର୍ଶନ ହୀରାନନ୍ଦାନୀଙ୍କ କହିବା ଅନୁସାରେ ସେ ପଚାରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆସିବା ପରେ ଏବେ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ମହୁଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 20, 2023, 5:36 PM IST

ABOUT THE AUTHOR

...view details