ନୂଆଦିଲ୍ଲୀ:ସଂସଦର ମୌସୁମୀ ଅଧିବେଶନ ବେଳେ ଗତକାଲି(ଗୁରୁବାର) ତୃଣମୂଳ ରାଜ୍ୟସଭା ସାଂସଦ ଶାନ୍ତନୁ ସେନଙ୍କ ଆଚରଣରେ କ୍ଷୁବ୍ଧ କେନ୍ଦ୍ର ସରକାର । ଆଜି ଶାନ୍ତନୁଙ୍କ ବିରୋଧରେ କେନ୍ଦ୍ର ସରକାର ଆଣିବେ ବିଶେଷ ଅଧିକାର ଭଙ୍ଗ ପ୍ରସ୍ତାବ।
ଗୁରୁବାର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପେଗାସସ ସ୍ପାଇୱେୟାର ପ୍ରସଙ୍ଗରେ ଉଚ୍ଚ ସଦନ ରାଜ୍ୟସଭାରେ ବିବୃତ୍ତି ରଖୁଥିଲେ । ଠିକ ଏତିକି ବେଳେ ଟିଏମସି ସାଂସଦ ଶାନ୍ତନୁ ସେନ ଅଶ୍ବିନୀ ବୈଷ୍ଣବଙ୍କ ପାଖକୁ ଆସି ଲିଖିତ ତଥ୍ୟ(ଲିଖିତ କାଗଜ)କୁ ଛଡାଇ ନେଇ ଚିରି ଦେଇଥିଲେ । ଯାହାକୁ ନେଇ ଶାସକ-ବିରୋଧୀ ସଂସଦ ପରିସରରେ ମୁହାଁମୁହିଁ ହୋଇଥିଲେ । ସରକାରୀ ଦଳ ପକ୍ଷରୁ ମନ୍ତ୍ରୀ ହରିଦୀପ ସିଂ ପୁରୀ ବିରୋଧୀଙ୍କ ଉପରେ ଭାରି ପଡିଥିଲେ । ଫଳରେ ଗୃହ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ରାଜ୍ୟସଭାକୁ ମୁଲତବୀ ରଖିଥିଲେ ଅଧ୍ୟକ୍ଷ ।
ସଂସଦ ପରିସରରେ ବିରୋଧୀ-ଶାସକ ମୁହାଁମୁହିଁ...
ଟିଏମସି ସାଂସଦଙ୍କ ଏଭଳି ଆଚରଣକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ସରକାର । ମନ୍ତ୍ରୀଙ୍କ ପାଖକୁ ଆସି ପେପର ଛଡାଇ ନେବା ଓ ଚିରି ଉପାଧ୍ୟକ୍ଷଙ୍କ ପାଖକୁ ଫୋପାଡିବା ଘଟଣାକୁ ବେଶ ଗମ୍ଭୀରତାର ସହ ନେଇଛି ବିଜେପି । ସଂସଦରେ ଦଳୀୟ ସାଂସଦ ବିରୋଧୀଙ୍କ ଉପରେ ଭାରି ପଡିଥିଲେ । ଯାହାର ନେତୃତ୍ବ ନେଇଥିଲେ ଖୋଦ ମନ୍ତ୍ରୀ ହରଦୀପ ସିଂ ପୁରୀ । ଘଟଣା ଭିନ୍ନ ମୋଡକୁ ନେବା ପୂର୍ବରୁ ରାଜ୍ୟସଭାର ମୁତୟନ ମାର୍ଶାଲ ହସ୍ତକ୍ଷେପ କରିଥିଲେ ।