ଅଗରତାଲା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଦଳର ଦ୍ବିତୀୟ ପ୍ରଭାବଶାଳୀ ନେତା କୁହାଯାଉଥିବା ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ତ୍ରିପୁରାର ଉଦୟପୁର ଠାରେ ଥିବା ତ୍ରିପୁରେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ତ୍ରିପୁରାରେ ତାଙ୍କ ଗାଡି ଉପରେ ହୋଇଥିବା ଆକ୍ରମଣର ଭିଡିଓ ମଧ୍ୟ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।
ବିଜେପି ଶାସିତ ତ୍ରିପୁରାରେ ‘ସମ୍ପର୍କ ଅଭିଯାନ’ କାର୍ଯ୍ୟକ୍ରମରେ ପହଞ୍ଚିଛନ୍ତି ଅଭିଷେକ । ଅଭିଷେକଙ୍କ ଉପରେ ଏପରି ଆକ୍ରମଣ ପରେ ଏହି ପ୍ରସଙ୍ଗ ସଂସଦରେ ଉଠାଇବା ନେଇ ସୂଚନା ଦେଇଛନ୍ତି ଦଳର ରାଜ୍ୟସଭା ସାଂସଦ ଦାରେକ ଓବିରେନ ।