ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗ ନିର୍ବାଚନ: ବିଜେପି ବୋମା ବିସ୍ଫୋରଣ କରିଥିବା ନେଇ ଟିଏମସିର ଅଭିଯୋଗ

ଦକ୍ଷିଣ 24 ପ୍ରଗଣାରେ ବିଜେପି ଗୁଣ୍ଡାମାନେ ବୋମା ବିସ୍ଫୋରଣ କରିଛି ବୋଲି ଟିଏମସି ଅଭିଯୋଗ କରିଛି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ନିର୍ବାଚନ: ବିଜେପି ବୋମା ବିସ୍ଫୋରଣ କରିଥିବା ନେଇ ଟିଏମସିର ଅଭିଯୋଗ
ପଶ୍ଚିମବଙ୍ଗ ନିର୍ବାଚନ: ବିଜେପି ବୋମା ବିସ୍ଫୋରଣ କରିଥିବା ନେଇ ଟିଏମସିର ଅଭିଯୋଗ

By

Published : Apr 18, 2021, 1:24 PM IST

କୋଲକାତା:ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ପାଣିହାଟି ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଥିବା ଟିଏମସି ଅଭିଯୋଗ କରିଛି । ତେବେ ଶନିବାର 5ମ ପର୍ଯ୍ୟାୟ ମତଦାନ ପରେ ଦୁର୍ବୃତ୍ତମାନେ ବିସ୍ଫୋରଣ କରିଥିଲେ । ଏହି ବିସ୍ଫୋରଣ ପଛରେ ବିଜେପିର ହାତ ରହିଛି ବୋଲି ଟିଏମସି ବିଧାୟକ ନିର୍ମଳ ଘୋଷ ଅଭିଯୋଗ କରିଛନ୍ତି ।

ମତଦାନ ପରେ ଦୁର୍ବୃତ୍ତମାନେ ଚାଳିତ ଗାଡ଼ି ଓ ସେଠାରେ ଥିବା ପଡିଆ ଉପରେ ବୋମା ପକାଇଥିଲେ । ବିଜେପିର ଗୁଣ୍ଡାମାନେ ବିସ୍ଫୋରଣ କରି ଲୋକମାନଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରୁଛନ୍ତି । ରାଜ୍ୟର ଭାତପଡା, କାମରହାଟି ଓ ତିତାଗଡ ଅଞ୍ଚଳରୁ ବିଜେପି ଗୁଣ୍ଡାମାନେ ଆସି ଏହି ବୋମା ପକାଇଛନ୍ତି । ତେବେ ଲୋକମାନେ ବିଜେପି ଦ୍ବାରା ସୃଷ୍ଟି କରାଯାଉଥିବା ଏହି ହିଂସାକୁ ଆଉ ସହ୍ୟ କରିବେ ନାହିଁ ବୋଲି ପାଣହାଟି ନିର୍ବାଚନମଣ୍ଡଳୀର ବିଧାୟକ ଘୋଷ କହିଛନ୍ତି ।

ସେପଟେ ଏହି ଅଭିଯୋଗକୁ ସ୍ଥାନୀୟ ବିଜେପି ନେତାମାନେ ଖଣ୍ଡନ କରିଛନ୍ତି । ବିସ୍ଫୋରଣ ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ମାଧ୍ୟମଗ୍ରାମ ଅଞ୍ଚଳରେ ଟିଏମସି କର୍ମୀମାନେ ବିଜେପି କର୍ମୀଙ୍କ ଉପରକୁ ଆକ୍ରମଣ କରିଛି ବୋଲି ବିଜେପି ଅଭିଯୋଗ କରିଛି । ଏହି ଘଟଣାରେ 4 ଜଣ ବିଜେପି କର୍ମୀମାନେ ଗୁରୁତର ଆହତ ହୋଇଛନ୍ତି । ତେବେ ରାଜ୍ୟରେ ନିର୍ବାଚନ ସମୟରେ ଏହିପରି ଅନେକ ହିଂସାକାଣ୍ଡ ଦେଖାଦେଇଥାଏ । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ରାଜ୍ୟରେ ବିଧାନସଭା ନିର୍ବାଚନକୁ 8ଟି ପର୍ଯ୍ୟାୟରେ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

@ANI

ABOUT THE AUTHOR

...view details