ଓଡିଶା

odisha

ETV Bharat / bharat

କେନ୍ଦ୍ରୀୟ ସୁରକ୍ଷାବଳ ହଟାଇବାକୁ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ମୁକୁଲ ରାୟ

ଆଜି କେନ୍ଦ୍ରୀୟ ସୁରକ୍ଷାବଳ ହଟାଇବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ଟିଏମସି ଫେରିଥିବା ବିଜେପି ନେତା ମୁକୁଲ ରାୟ । ଅଧିକ ପଢନ୍ତୁ...

By

Published : Jun 12, 2021, 4:24 PM IST

TMC leader Mukul Roy
କେନ୍ଦ୍ରୀୟ ସୁରକ୍ଷାବଳ ହଟାଇବାକୁ ଗୃହମନ୍ତ୍ରଣାଳୟକୁ ଚିଠି ଲେଖିଲେ ମୁକୁଲ ରାୟ

କୋଲକାତା:କେନ୍ଦ୍ରୀୟ ସୁରକ୍ଷାବଳ ହଟାଇବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ଟିଏମସି ଫେରିଥିବା ବିଜେପି ନେତା ମୁକୁଲ ରାୟ । ଏନେଇ ମୁକୁଲ ରାୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି କେନ୍ଦ୍ରୀୟ ସୁରକ୍ଷା ହଟାଇବା ପାଇଁ ଅନୁରୋଧ କରିଛନ୍ତି । ସୂଚନାଥାଉକି ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହଣନ୍ତ୍ରଣାଳୟ ବିଜେପି ନେତାଙ୍କ ସୁରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷା ଯୋଗାଇ ଦେଇଥିଲା ।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଜେପି ନେତା ମୁକୁଲ ରାୟ ଗତକାଲି ବିଜେପିରୁ ଇସ୍ତଫା ଦେଇ ତୃଣମୂଳ କଂଗ୍ରେସକୁ ଫେରିଥିଲେ । ଗତକାଲି ତୃଣମୂଳ ଭବନକୁ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମସି ଜାତୀୟ ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ବିଜେପି ନେତା ମୁକୁଲ ରାୟ ଓ ପୁଅ ଶୁଭାଂଶୁ ରାୟ ଟିଏମସିରେ ସାମିଲ ହୋଇଛନ୍ତି । ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକୁ ନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ବିଜେପି ନେତାଙ୍କୁ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ କରାଯାଇଥିଲା । ବର୍ତ୍ତମାନ ସେ ବିଜେପିରୁ ଇସ୍ତଫା ଦେଇଥିବାରୁ ସେ କେନ୍ଦ୍ରୀୟ ସୁରକ୍ଷାବଳ ହଟାଇବାକୁ ଚିଠି ଲେଖିଛନ୍ତି । ମୁକୁଲ ରାୟ ବିଜେପି ଟିକଟରେ କୃଷ୍ଣାନଗର ଆସନରୁ ବିଧାୟକ ଭାବରେ ବିଜୟ ହାସଲ କରିଥିଲେ ।

ସୂଚନାଥାଉକି 2017 ମସିହାରେ ବିଜେପିରେ ସାମିଲ ହୋଇଥିଲେ ଟିଏମସି ନେତା ମୁକୁଲ ରାୟ । ପଶ୍ଚିମବଙ୍ଗରେ ବିଜେପିର ଏକ ଦୃଢ ମୂଳଦୂଆ ପକାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ମୁକୁଲ ରାୟ । 2019 ଲୋକସଭା ନିର୍ବାଚନରେ 18 ଲୋକସଭା ଆସନରେ ବିଜେପି ବିଜୟ ହାସଲ କରିବା ପରେ ମୁକୁଲଙ୍କ ଭୂମିକା ପ୍ରମାଣିତ ହୋଇଥିଲା ।

@ANI

ABOUT THE AUTHOR

...view details