କୋଲକାତା: ବହୁ ଟଣାଓଟରା ଓ ବିବାଦ ପରେ ଶପଥ ନେଇଛନ୍ତି ବାବୁଲ ସୁପ୍ରିୟୋ । ବାଲିଗଞ୍ଜ ବିଧାୟକ ଭାବେ ବୁଧବାର ଶପଥ ଗ୍ରହଣ କରିଛନ୍ତି ଟିଏମସି(TMC) ନେତା ବାବୁଲ ସୁପ୍ରିୟୋ । ରାଜ୍ୟ ବିଧାନସଭା ଉପ ବାଚସ୍ପତି ଆଶିଷ ବାନାର୍ଜୀ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏପ୍ରିଲ 12ରେ ବାଲିଗଞ୍ଜ କେନ୍ଦ୍ରରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏପ୍ରିଲ 16ରେ ଫଳାଫଳ ବାହାରିଥିଲା ।
ସେବେଠୁ ରାଜ୍ୟପାଳ ଜଗଦୀପ ଧନଖରଙ୍କ ପାଇଁ ବାବୁଲ ସୁପ୍ରୟୋ ଶପଥ ନେଇ ପାରୁନଥିବା ଅଭିଯୋଗ ହୋଇଥିଲା । କାରଣ ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳ ଶପଥ ଗ୍ରହଣକୁ ସ୍ଥଗିତ ରଖିଥିଲେ । ବିଧାନସଭା ବାଚସ୍ପତି ବିମାନ ବନ୍ଦୋପାଧ୍ୟାୟ ରାଜ୍ୟପାଳଙ୍କ ଭୂମିକାକୁ ନିନ୍ଦା କରିଥିଲେ । ରାଜ୍ୟ ସରକାରଙ୍କ ସଂସଦୀୟ ବିଭାଗ ଏହି ପ୍ରସଙ୍ଗରେ ଆପତ୍ତି ଉଠାଇବା ପରେ ଉପ ବାଚସ୍ପତି ଆଶିଷ ବାନାର୍ଜୀଙ୍କୁ ଶପଥ ଗ୍ରହଣ କରିବାର ଦାୟିତ୍ବ ଦେଇଥିଲେ ।