ଓଡିଶା

odisha

ହତ୍ୟା ମାମଲାରେ ଟିଏମସି ନେତାଙ୍କୁ ଗିରଫ କଲା ଏନଆଇଏ

ସିପିଆଇଏମର ପୂର୍ବତନ ବିଧାୟକଙ୍କୁ ହତ୍ୟା ମାମଲାରେ ଟିଏମସି ନେତାଙ୍କୁ ଗିରଫ କଲା ଏନଆଇଏ । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିବ ଏନଆଇଏ । ଅଧିକ ପଢନ୍ତୁ...

By

Published : Mar 28, 2021, 9:34 AM IST

Published : Mar 28, 2021, 9:34 AM IST

TMC leader arrested by NIA in the connection of CPI(M) mla murdercase
ହତ୍ୟା ମାମଲାରେ ଟିଏମସି ନେତାଙ୍କୁ ଗିରଫ କଲା ଏନଆଇଏ

କୋଲକାତା: ହତ୍ୟା ମାମଲାରେ ଟିଏମସି ନେତାଙ୍କୁ ଗିରଫ କଲା ଏନଆଇଏ । ସିପିଆଇଏମର ପୂର୍ବତନ ବିଧାୟକଙ୍କୁ ହତ୍ୟା ମାମଲାରେ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରିବ ଏନଆଇଏ ।

ପଶ୍ଚିମବଙ୍ଗରେ ଏକ ମାମଲାରେ ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଜି ତୃଣମୂଳ କଂଗ୍ରେସ ନେତା ଛତ୍ରଧର ମାହୋତଙ୍କୁ ଗିରଫ କରିଛି । ସେ 2009 ମସିହାରେ ସିପିଆଇଏମ ନେତା ପ୍ରବୀର ମାହୋତଙ୍କୁ ହତ୍ୟା କରିବା ଘଟଣାରେ ସଂପୃକ୍ତ ରହିଛି । ଏହି ଘଟଣାକୁ ନେଇ ଏନଆଇଏ ତଦନ୍ତ କରୁଥିବାବେଳେ ତଦନ୍ତ ଅଧିକାରୀଙ୍କୁ ଟିଏମସି ନେତା ଛତ୍ରଧର ମାହୋତ ସହଯୋଗ କରୁନଥିଲେ। ଏହା ପରେ ଏନଆଇଏର ଏକ ଟିମ ତାଙ୍କ ଝାରଗ୍ରାମ ସ୍ଥିତ ଘରେ ଚଢାଉ କରି ଗିରଫ କରିଛି । ଗିରଫ ପରେ ତାଙ୍କୁ କୋଲକାତା ସ୍ଥିତ ଏନଆଇଏ ଅଫିସରେ ନିଆଯାଇଛି ଏହା ପରେ ତାଙ୍କୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଜଣାପଡିଛି ।

ସୂଚନାଥାଉକି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଚାଲିଛି । ଆଠଟି ପର୍ଯ୍ୟାୟରେ 294 ବିଶିଷ୍ଟ ଆସନରେ ନିର୍ବାଚନ ହେଉଛି । ଶନିବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଅପ୍ରେଲ 29 ରେ ଶେଷ ହେବ ନିର୍ବାଚନ ମେ 2ରେ ବାହାରିବ ଫଳାଫଳ ।

@ANI

ABOUT THE AUTHOR

...view details