ଓଡିଶା

odisha

ETV Bharat / bharat

ନିର୍ବାଚନ ପୂର୍ବରୁ ଦିଦିଙ୍କୁ ଝଟକା, ବିଜେପିରେ ସାମିଲ ହେଲେ TMC ବିଧାୟକ ଜିତେନ୍ଦ୍ର ତିୱାରୀ - ବିଧାୟକ ଜିତେନ୍ଦ୍ର ତିୱାରୀ

ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଟିଏମସିରୁ ଇସ୍ତଫା ଦେଇଛନ୍ତି ଆଉ ଜଣେ ବିଧାୟକ । ଅଧିକ ପଢନ୍ତୁ...

ନିର୍ବାଚନ ପୂର୍ବରୁ ଦିଦିଙ୍କୁ ଝଟକା, ବିଜେପିରେ ସାମିଲ ହେଲେ TMC ବିଧାୟକ ଜିତେନ୍ଦ୍ର ତିୱାରୀ
ନିର୍ବାଚନ ପୂର୍ବରୁ ଦିଦିଙ୍କୁ ଝଟକା, ବିଜେପିରେ ସାମିଲ ହେଲେ TMC ବିଧାୟକ ଜିତେନ୍ଦ୍ର ତିୱାରୀ

By

Published : Mar 2, 2021, 10:38 PM IST

କୋଲକାତା: ବାଜି ସାରିଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନୀ ବିଗୁଲ । ହେଲେ କମୁନାହିଁ ତୃଣମୂଳ କଂଗ୍ରେସର ଟେନସନ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଝଟକା ପରେ ଝଟକା ଲାଗିଚାଲିଛି । ଏହାରି ମଧ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଟିଏମସିରୁ ଇସ୍ତଫା ଦେଇଛନ୍ତି ଆଉ ଜଣେ ବିଧାୟକ ।

ମଙ୍ଗଳବାର ଆସାନସୋଲର ପୂର୍ବତନ ମେୟର ଓ ପଣ୍ଡେଶ୍ବରର ଟିଏମସି ବିଧାୟକ ଜିତେନ୍ଦ୍ର ତିୱାରୀ ମମତାଙ୍କ ହାତ ଛାଡି ବିଜେପିରେ ହୋଇଛନ୍ତି ସାମିଲ । ପଶ୍ଚିମବଙ୍ଗ ରାଜ୍ୟ ସଭାପତି ଦିଲୀପ ଘୋଷଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଜିତେନ୍ଦ୍ର ।

ଜିତେନ୍ଦ୍ର ତିୱାରୀ ପୂର୍ବରୁ ଶୁଭେନ୍ଦୁ ଅଧିକାରୀଙ୍କ ସହିତ ବିଜେପିରେ ସାମିଲ ହୋଇଥାନ୍ତେ । ହେଲେ ସେବେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ତିୱାରୀଙ୍କ ବିଜେପିରେ ସାମିଲ ହେବାକୁ ନେଇ ବିରୋଧ କରିଥିଲେ । ଏହାପରେ ନିଜ ନିଷ୍ପତ୍ତିରେ ୟୁଟର୍ଣ୍ଣ ନେଇଥିଲେ ତିୱାରୀ ।

ABOUT THE AUTHOR

...view details