ଓଡିଶା

odisha

By

Published : Mar 7, 2021, 5:41 PM IST

ETV Bharat / bharat

ଦିଦିଙ୍କୁ ମୋଦିଙ୍କ ଟାର୍ଗେଟ: କହିଲେ ଏଥର ଖେଳ ଶେଷ...

ବିଶାଳ ଜନସଭାକୁ ସମ୍ବୋଧିତ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତୃଣମୂଳ କଂଗ୍ରେସ ସରକାରକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଦିଦି ଏଥର ଖେଳ ଶେଷ । ଅଧିକ ପଢନ୍ତୁ...

ଦିଦିଙ୍କୁ ମୋଦିଙ୍କ ଟାର୍ଗେଟ; କହିଲେ ଏଥର ଖେଳ ଶେଷ...
ଦିଦିଙ୍କୁ ମୋଦିଙ୍କ ଟାର୍ଗେଟ; କହିଲେ ଏଥର ଖେଳ ଶେଷ...

କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ବିଜେପିର ନିର୍ବାଚନୀ ପ୍ରଚାରକୁ ବଳ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶାଳ ଜନସଭାକୁ ସମ୍ବୋଧିତ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତୃଣମୂଳ କଂଗ୍ରେସ ସରକାରକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଦିଦିଙ୍କୁ ମୋଦିଙ୍କ ଟାର୍ଗେଟ; କହିଲେ ଏଥର ଖେଳ ଶେଷ...

ପରିବାରବାଦ ବିଷୟ ଉପରେ ମମତାଙ୍କୁ ଘେରି ମୋଦି ପ୍ରଶ୍ନ କରିଛନ୍ତି, ପୁତୁରାର ପିଉସୀ ହେବାର ମୋହକୁ କଣ ପାଇଁ ଆପଣ ଚୟନ କଲେ ? ପଶ୍ଚିମବଙ୍ଗର ଲକ୍ଷ ଲକ୍ଷ ପୁତୁରା ଝିଆରୀଙ୍କ ଆଶା ବଦଳରେ ଆପଣ ନିଜ ପୁତୁରାରର ଲାଳସା ପୁରା କରିବାରେ କାହିଁକି ଲାଗିଛନ୍ତି ବୋଲି ଦିଦିଙ୍କୁ ପ୍ରଶ୍ନ କରିଛନ୍ତି ମୋଦି ।

ମମତାଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣ ବି ଭାଇ-ପୁତୁରାବାଦର ସେହି କଂଗ୍ରେସ ସରକାରକୁ ଛାଡି ପାରିନାହାନ୍ତି , ଯାହାଙ୍କ ବିରୋଧରେ ଆପଣ ବିଦ୍ରୋହ କରିଥିଲେ । ମୋଦି କହିଛନ୍ତି, ଦିଦି ଆପଣ କେବଳ ବଙ୍ଗର ନୁହେଁ, ସମଗ୍ର ଭାରତର ଝିଅ । ସେହିପରି କିଛି ଦିନ ତଳେ ସ୍କୁଟିରୁ ଦିଦିଙ୍କ ବାଲାନ୍ସ ଫେଲକୁ ନେଇ ମଧ୍ୟ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ।

ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି, ମମତା ବାନାର୍ଜୀ ଆପଣଙ୍କ ଭରସା ଭାଙ୍ଗିଛନ୍ତି । ହେଲେ ଆମେ ବିଶ୍ବାସ ଜିତିବାକୁ ଆସିଛୁ । ସେ କହିଛନ୍ତି ପଶ୍ଚିମବଙ୍ଗର ଜନସାଧାରଣ ମମତା ବାନାର୍ଜୀଙ୍କ ଉପରେ ଭରସା କଲେ, ହେଲେ ଦିଦି ଓ ତାଙ୍କ କ୍ୟାଡର ଏହି ଭରସା ଭାଙ୍ଗିଦେଇଛନ୍ତି । ଏମାନେ ବଙ୍ଗର ବିଶ୍ବାସ ଭାଙ୍ଗିଛନ୍ତି । ବଙ୍ଗକୁ ଅପମାନିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଆପଣମାନଙ୍କର ମନେ ଥିବ ଯେ ମୋତେ କଣ ସବୁ ନ କୁହାଯାଇଛି । କେବେ ରାବଣ ତ କେବେ ଦାନବ । କେବେ ଦୈତ୍ୟ ତ ଏପରିକି କେବେ ଗୁଣ୍ଡା ବୋଲି ମଧ୍ୟ କୁହାଯାଇଛି । ଏତେ ରାଗ କଣ ପାଇଁ ବୋଲି ଦିଦିଙ୍କୁ ପ୍ରଶ୍ନ କରିଛନ୍ତି ମୋଦି ।

ମୋଦି ନିଜ ସମ୍ବୋଧନରେ କହିଛନ୍ତି, ତୃଣମୂଳ ସରକାର ଲୋକଙ୍କ ଜୀବନ ସହିତ ଖେଳ ଖେଳିଛି । ଚା' ବଗିଚାରେ ତାଲା ଝୁଲାଇଦେଇଛି । ରାଜ୍ୟକୁ ଋଣ ଭାରରେ ବୁଡାଇଦେଇଛି । ଯୁବବର୍ଗଙ୍କ ଅଧିକାର, ଚାକିରୀ, ଦରମା ଛଡାଇନେଇଛି । ଆଉ ଏହା ଚାଲିବ ନାହିଁ । ଶେଷରେ ଦିଦି ଖେଲା ଶେଷୋ ଅର୍ଥା ଖେଲ ସରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ABOUT THE AUTHOR

...view details