କୋଲକାତା: ବିଧାନସଭା ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ତାତି ବଢ଼ିବାରେ ଲାଗିଛି। ଶାସକ ଟିଏମସି ଏବଂ ବିରୋଧୀ ବିଜେପି ମଧ୍ୟରେ ପ୍ରଚାର ଲଢ଼େଇ ଜୋରଦାର ହେଉଛି। ଉଭୟ ଦଳର ନେତାମାନେ ପରସ୍ପରଙ୍କ ପ୍ରତି ଆରୋପ ପ୍ରତ୍ୟାରୋପ କରୁଥିବାବେଳେ ମଙ୍ଗଳବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଯୋଗୀ ଆଦିତ୍ୟନାଥ ମାଲଦାରେ ପ୍ରଚାର କରିଛନ୍ତି। ଯୋଗୀ କହିଛନ୍ତି, ମେ ୨ ପରେ ଟିଏମସି ଗୁଣ୍ଡାମାନେ ଜୀବନ ଭିକ୍ଷା ମାଗିବେ ଏବଂ ଗଳିକନ୍ଦିରେ ନିଜର ପୋଷ୍ଟର ଲଗାଇ କ୍ଷମା ପ୍ରାର୍ଥନା କରିବେ।
ମେ ୨ ପରେ ଜୀବନ ଭିକ୍ଷା କରିବେ ଟିଏମସି ଗୁଣ୍ଡା: ଯୋଗୀ ସରକାର - ଟିଏମସି ଗୁଣ୍ଡା
ବିଧାନସଭା ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ତାତି ବଢ଼ିବାରେ ଲାଗିଛି। ମଙ୍ଗଳବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଯୋଗୀ ଆଦିତ୍ୟନାଥ ମାଲଦାରେ ପ୍ରଚାର କରିବା ସମୟରେ କହିଛନ୍ତି ଯେ, ମେ ୨ ପରେ ଟିଏମସି ଗୁଣ୍ଡାମାନେ ଜୀବନ ଭିକ୍ଷା କରିବେ ଏବଂ ଗଳିକନ୍ଦିରେ ନିଜର ପୋଷ୍ଟର ଲଗାଇ କ୍ଷମା ପ୍ରାର୍ଥନା କରିବେ। ଅଧିକ ପଢନ୍ତୁ...
ବଙ୍ଗଳାରେ ବିଜେପି ସରକାର ଗଠନର 24 ଘଣ୍ଟା ମଧ୍ୟରେ ଗୋ ଚୋରା ଚାଲାଣ ବନ୍ଦ ହେବ। ଟିଏମସି ଦୁର୍ଗା ପୂଜା ଓ ଜୟ ଶ୍ରୀ ରାମ ସ୍ଲୋଗାନ ଉପରେ ପ୍ରତିବନ୍ଧକ ଲଗାଇଛି। ଯିଏ ରାମଙ୍କ ବିରୋଧୀ, ତାର ଭାରତ ଏବଂ ବଙ୍ଗଳାରେ କୌଣସି ସ୍ଥାନ ନାହିଁ ବୋଲି ଯୋଗୀ କହିଛନ୍ତି । ସେ କହିଛନ୍ତି, ଏକ ମାସ ମଧ୍ୟରେ ପଶ୍ଚିମବଙ୍ଗ ମାଟିରେ ପରିବର୍ତ୍ତନ ଦେଖିବାକୁ ମିଳିବ। ରାଜ୍ୟରେ ଜଣେ ବୃଦ୍ଧା ମାତାଙ୍କୁ ଟିଏମସି ଗୁଣ୍ଡାମାନେ ମାଡ଼ ମାରିଲେ, କିନ୍ତୁ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ଯୋଗୀ ପ୍ରଚାର ସମୟରେ କହିଥିଲେ, ଏକଦା ଭାରତର ନେତୃତ୍ଵ ନେଉଥିବା ବଙ୍ଗଳା ଆଜି ଖରାପ ସ୍ଥିତିରେ ରହିଛି। ଏଠାକାର କ୍ଷମତା ପ୍ରାୟୋଜିତ ଅପରାଧ ଆତଙ୍କବାଦ ଦେଶର ସୁରକ୍ଷାକୁ କଡ଼ା ଚ୍ୟାଲେଞ୍ଜ ଦେଉଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟିଏମସି ସରକାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସହଯୋଗ କରୁଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ମମତା ବାନାର୍ଜୀ କାର୍ଯ୍ୟକାରୀ କରିବାକୁ ଦେଉନାହାନ୍ତି । ପଶ୍ଚିମବଙ୍ଗ ହେଉଛି ନୋବେଲ ପୁରସ୍କାରର ମାଟି । 25-30 ବର୍ଷ ପୂର୍ବେ, ଭାରତର ଯୁବକମାନେ ରୋଜଗାର ଏବଂ ବ୍ୟବସାୟ ପାଇଁ ଏଠାକୁ ଆସୁଥିଲେ | କିନ୍ତୁ ଏଠାକାର ସରକାର ଏବେ ବଙ୍ଗଳାକୁ ବର୍ବାଦ କରିଦେଇଛନ୍ତି ।