ନୂଆଦିଲ୍ଲୀ: ତ୍ରିପୁରାରେ ସଂଗଠିତ ହୋଇଥିବା ହିଂସା ସମୟରେ ପୋଲିସର ବର୍ବରତା ଅଭିଯୋଗ ଆଣି ଗୃହମନ୍ତ୍ରୀ (Union home minister) ଅମିତ ଶାହାଙ୍କୁ ଭେଟିବ ଟିଏମସି (TMC) ସାଂସଦଙ୍କ ଏକ ପ୍ରତିନିଧି ଦଳ । ରବିବାର ରାତିରେ ଏହି ସାଂସଦ ପ୍ରତିନିଧି ଦଳ(TMC delegation)ଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏନେଇ ତୃଣମୂଳ କଂଗ୍ରସ (TMC) ପକ୍ଷରୁ ସୂଚନା ମିଳିଛି ।
Tripura violenceରେ ଖାକିର ବର୍ବରତା, ଅମିତ ଶାହଙ୍କୁ ଭେଟିବ TMC ପ୍ରତିନିଧି ଦଳ - ଅମିତ ଶାହ
ତ୍ରିପୁରାରେ ହିଂସା ସମୟରେ ପୋଲିସର ବର୍ବରତା ଅଭିଯୋଗ । କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଅଭିମୁଖେ TMC ପ୍ରତିନିଧି ଦଳ (TMC delegation)। ଅଧିକ ପଢନ୍ତୁ
ତ୍ରିପୁରାରେ ହିଂସାରେ ପୋଲିସର ବର୍ବରାତ ଅଭିଯୋଗ , କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିବ TMC ପ୍ରତିନିଧି ଦଳ
ଏହି ପ୍ରତିନିଧି ଦଳ ସାକ୍ଷାତ ଓ ଆଲୋଚନା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଠାରୁ ସମୟ ମାଗିଛି । ସେହିପରି ପ୍ରତିନିଧି ଦଳରେ ନେତାମାନେ ସୋମବାର ସକାଳୁ ଘଟଣାର ପ୍ରତିବାଦ ସ୍ବରୂପ ଧାରଣାରେ ମଧ୍ୟ ବସିବା କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ତ୍ରିପୁରାରେ ଏପରି ଫାସିବାଦୀ ଶାସନକୁ TMC କେବେ ଗ୍ରହଣ କରିପାରିବ ନାହିଁ ବୋଲି କହିଛି ଦଳ । ଏହି ପ୍ରତିନିଧି ଦଳରେ ପ୍ରାୟ ୧୫ ସାଂସଦ ଦିଲ୍ଲୀ ଆସୁଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ