ଓଡିଶା

odisha

ETV Bharat / bharat

ଓଡ଼ିଶା ଟ୍ରେନ ଦୁର୍ଘଟଣା ପଛରେ TMC ହାତ: ଶୁଭେନ୍ଦୁ ଅଧିକାରୀ - ଓଡିଶା ଟ୍ରେନ ଦୁର୍ଘଟଣା ନେଇ ଶୁଭେନ୍ଦୁ ଅଧିକାରୀ

ଓଡିଶା ଟ୍ରେନ ଦୁର୍ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଟିଏମସି ବିଜେପି । ଦୁର୍ଘଟଣା ପଛରେ TMC ହାତ ଥିବା କହିଛନ୍ତି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ଅଧିକ ପଢନ୍ତୁ

ଶୁଭେନ୍ଦୁ ଅଧିକାରୀ
suvendu adhikari

By

Published : Jun 6, 2023, 2:05 PM IST

କୋଲକାତା: ଓଡିଶାର ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାକୁ 4 ଦିନ ବିତିଛି । ଏବେ ସୁଦ୍ଧା ଦୁର୍ଘଟଣା ପଛର କାରଣ ଜଣାପଡିନାହିଁ । ଏହି ଦୁର୍ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି । ଟିଏମସି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଟ୍ରିପଲ ଟ୍ରେନ ଦୁର୍ଘଟଣା ପଛରେ ଟିଏମସି ହାତ ରହିଛି । ସେମାନେ ହିଁ ଦୁର୍ଘଟଣା ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ।

ଟ୍ରିପଲ ଟ୍ରେନ ଦୁର୍ଘଟଣା ନେଇ ଟିଏମସିକୁ ଟାର୍ଗେଟ କରି ବିଜେପି ତଥା ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ''ଟିଏମସି ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ମମତା ରେଳମନ୍ତ୍ରୀ ଥିବା ସମୟରେ ହୋଇଥିବା ଦୁର୍ଘଟଣାରେ ପରେ ତ କାହିଁକି ଇସ୍ତଫା ଦେଇନଥିଲେ । ପୋଲିସ ସହୟତାରେ ପଶ୍ତିମବଙ୍ଗ ସରକାର 2 ରେଳ ଅଧିକାରୀଙ୍କୁ ଫୋନ୍‌ ଟ୍ୟାପ୍‌ କରିଛନ୍ତି । ଦୁଇ ରେଳ ଅଧିକାରୀଙ୍କ କଥାବାର୍ତ୍ତା ବିଷୟରେ ସେମାନେ କିପରି ଜାଣିଲେ । କିପରି ଦୁଇ ରେଳ ଅଧିକାରୀଙ୍କ କଥା ଲିକ ହେଲା ତାହା ସିବିଆଇ ତଦନ୍ତ ପରେ ଜଣାପଡିବ । ଯଦି ଏହା ନଆସେ ତେବେ ମୁଁ କୋର୍ଟଙ୍କ ଦ୍ବାରସ୍ଥ ହେବି ।

ଏହା ବି ପଢନ୍ତୁ...Balasore Train Tragedy: ବାହାନଗାରେCBI ଟିମ୍, ସବୁ ଦିଗରୁ ତଦନ୍ତ ହେବ କହିଲେ CPRO

ଶୁଭେନ୍ଦୁ ଆଧିକାରୀ ଆହୁରି କହିଛନ୍ତି, "ବାହାନଗା ରେଳ ଦୁର୍ଘଟଣା ସିବିଆଇ ତଦନ୍ତ କରାଯିବା ନେଇ ଘୋଷଣା ହେବା ପରେ ଏହାକୁ ଟିଏମସି ହଜମ କରିପାରୁନାହିଁ । ସିବିଆଇ ତଦନ୍ତ କଥା ଶୁଣି ବିଳିବିଳାଉଛନ୍ତି ମମତା ବାନାର୍ଜୀ । ଅନ୍ୟରାଜ୍ୟ ଘଟଣା ହୋଇଥିବା ବେଳେ ମମତା ଏତେ ଚିନ୍ତାରେ କାହିଁକି । ଏଥିରେ ତାଙ୍କର ଷଡ଼ଯନ୍ତ୍ର ଅଛି କି ? ସିବିଆଇ ତଦନ୍ତ ନା ଶୁଣି କାହିଁକି ମମତା ବିଳିବିଳାଉଛନ୍ତି । ଦୁର୍ଘଟଣାରେ ମୃତକଙ୍କ ପରିବାର ସହ ଛିଡା ହେବା କଥା ମାତ୍ର ଏହାକୁ ନେଇ ରାଜନୀତି କରାଯାଉଛି । ହୀନ ଆଞ୍ଚଳିକ ଟିଏମସି ଦଳ ଏହି ପରି ହୀନ ରଜନୀତି କରୁଛି । ଏହାର କୌଣସି ପଲିଟିକାଲ ଆଇଡୋଲୋଜି ନାହିଁ ।"

ଏହା ବି ପଢନ୍ତୁ...Train Accident: ଆଜି ଓଡିଶା ଆସୁଛନ୍ତି ମମତା, ବଙ୍ଗଳା ମୃତକଙ୍କ ପରିଜନକୁ ଦେବେ ନିଯୁକ୍ତିପତ୍ର

ପ୍ରକାଶଥାଉ କି, ଜୁନ 2 ତାରିଖରେ ଓଡିଶାର ବାଲେଶ୍ବର ଜିଲ୍ଲା ବାହାନଗାରେ 3ଟି ଟ୍ରେନ ଧକ୍କା ହେବା ଫଳରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । କରମଣ୍ଡଳ ଏକ୍ସପ୍ରେସ, ଯଶୋବନ୍ତପୁର-ହାୱାଡା ଏକ୍ସପ୍ରେସ ଓ ଗୋଟିଏ ମାଲଗାଡି ମଧ୍ଯରେ ଧକ୍କା ହେବା ପରେ ଦୁର୍ଘଟଣା ଘଟି 275 ଜଣଙ୍କର ମୃତ୍ୟୁ ହୋଇଥିଲା । 1000ରୁ ଅଧିକ ଆହତ ହୋଇଥିଲେ । କିଛି ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ କିଛି ଏବେ ବି ଚିକିତ୍ସିତ । ବର୍ତ୍ତମାନ ଓଡିଶାର ବିଭିନ୍ନ ହସ୍ପିଟାଲରେ ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଆଜି ବାହାନଗାରେ 10 ଜଣିଆ ସିବିଆଇ ପହଞ୍ଚି ଦୁର୍ଘଟଣାର ଛାନଭିନ କରିଛି । ଦୁର୍ଘଟଣାସ୍ଥଲରେ କାରଣର ଖୋଳତାଡ ଆରମ୍ଭ କରିଛି ସିବିଆଇ ।

ABOUT THE AUTHOR

...view details