ନୂଆଦିଲ୍ଲୀ:ନୂଆବର୍ଷରେ ପ୍ରଥମ ଦିନରେ ପ୍ରସିଦ୍ଧ ତିରୁପତି ବାଲାଜୀ ଓ ଶ୍ରୀଶୈଳମ ମନ୍ଦିରର ପୁରୋହିତଙ୍କୁ ଭେଟି ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ ମୋଦି। ପିଏମ ମୋଦିଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ମନ୍ଦିରରୁ ନେଇଥିବା ପ୍ରସାଦ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଏହା ସହ ଏକ ଧାର୍ମିକ ଗ୍ରନ୍ଥ ମଧ୍ୟ ପ୍ରଦାନ କିରଥିଲେ।
ଆନ୍ଧ୍ରପ୍ରଦେଶର ଦୁଇ ପ୍ରସିଦ୍ଧ ମନ୍ଦିରର ତିରୁମାଲା ତିରୁପତି ଏବଂ ଶ୍ରୀଶୈଳମ ମନ୍ଦିରର ପୁରୋହିତ ପିଏମ ମୋଦିଙ୍କୁ ଭେଟିଛନ୍ତି । ପୁରୋହିତମାନେ ପ୍ରଧାନମନ୍ତ୍ରୀଙ୍କ ହାତରେ ଏକ ପବିତ୍ର ସୂତା ବାନ୍ଧି ଏକ ଧାର୍ମିକ ପୁସ୍ତକ ଉପହାର ଦେଇଥିଲେ। ଆନ୍ଧ୍ରପ୍ରଦେଶର ତିରୁମାଲା ପର୍ବତ ପାଦଦେଶରେ ଅବସ୍ଥିତ ତିରୁପତି ଦୁନିଆର ଅନ୍ୟତମ ଲୋକପ୍ରିୟ ତୀର୍ଥସ୍ଥାନ ଅଟେ। ତିରୁମାଲା ବାଲାଜୀ ମନ୍ଦିର ପ୍ରଭୁ ଭେଙ୍କଟେଶ୍ୱର ମନ୍ଦିର ଭାବେ ପ୍ରସିଦ୍ଧ।