ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ, ଶପଥ ନେଲେ ତିରଥ ସିଂହ ରାୱତ - ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଦେବଭୂମିର କ୍ଷମତାରେ ହଲଚଲ ସୃଷ୍ଟି ହେବା ସହିତ ପଦଳିଛି ରାଜ୍ୟର ମୁଖ୍ୟମନ୍ତ୍ରୀ । ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତିରଥ ସିଂହ ରାୱତ । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ, ଶପଥ ନେଲେ ତିରଥ ସିଂହ ରାୱତ
ଉତ୍ତରାଖଣ୍ଡକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ, ଶପଥ ନେଲେ ତିରଥ ସିଂହ ରାୱତ

By

Published : Mar 10, 2021, 4:25 PM IST

ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତିରଥ ସିଂହ ରାୱତ । ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂହଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ବେବି ରାଣୀ ମୋର୍ଯ୍ୟ । ଦେବଭୂମିର କ୍ଷମତାରେ ହଲଚଲ ସୃଷ୍ଟି ହେବା ସହିତ ବଦଳିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ । ଦଳରେ ବିରୋଧ ପରେ ତ୍ରିଭେନ୍ଦ୍ର ସିଂହ ରାୱତ ଇସ୍ତଫା ଦେବାରୁ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତିରଥ ସିଂହ ।

ମଙ୍ଗଳବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ ତ୍ରିଭେନ୍ଦ୍ର ସିଂ ରାୱତ । ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ ଭେଟି ନିଜ ଇସ୍ତଫା ପତ୍ର ହସ୍ତାନ୍ତର କରିଥିଲେ । ଏହି ସମୟରେ ବିଜେପି ରାଜ୍ୟ ସଭାପତି ବଂଶୀଧର ଭଗତ ମଧ୍ୟ ଉପସ୍ଥିତ ଥିଲେ ।

ଉତ୍ତରାଖଣ୍ଡ ବିଜେପିର ଅନେକ ବିଧାୟକ ତ୍ରିଭେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରିଆସୁଥିଲେ । ଏହାକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିଲା ଝଡ । ଏନେଇ କେନ୍ଦ୍ରୀୟ ନେତୃତ୍ବ ମଧ୍ୟ ଆଲୋଚନା କରିଆସୁଥିଲେ । ଶେଷରେ ବୁଧବାର ଇସ୍ତଫା ଦେଇଥିଲେ ତିଭେନ୍ଦ୍ର ସିଂ ରାୱତ।

ତିରଥ ସିଂହ ରାୱତ ସଂଘ ପୃଷ୍ଠଭୂମିରୁ ରାଜନୀତିକୁ ଆସିଥିବା ନେତା । ଛାତ୍ରଜୀବନରୁ ହିଁ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସହିତ ଯୋଡିହୋଇଥିଲେ । 1997ରେ ପ୍ରଥମ ଥର ବିଧାନ ପରିଷଦର ସଦସ୍ୟ ହୋଇଥିଲେ ତିରଥ ସିଂହ । ବିଜେପି ସରକାରରେ ସେ ରାଜ୍ୟର ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । ଏହାପରେ 2012ରେ ସେ ଚୌବଟାଖାଲ ବିଧାନସଭା ଆସନରୁ ନିର୍ବାଚନ ଜିତିଥିଲେ ।

ସେହିପରି ତିରଥ ସିଂହ 2013ରୁ 2015 ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ବିଜେପିର ପ୍ରଦେଶ ଅଧ୍ୟକ୍ଷ ଥିଲେ । ଗଢୱାଲ ସାଂସଦ ତିରଥ ସିଂହ ବିଜେପି ରାଷ୍ଟ୍ରୀୟ ସଚିବ ମଧ୍ୟ ରହିସାରିଛନ୍ତି । ଦଳ 2019 ଲୋକସଭାରେ ତାଙ୍କୁ ଗଢୱାଲ ସିଟରୁ ଟିକେଟ ଦେଇଥିଲା । ଏହି ଆସନରୁ ତିରଥ ସିଂହ 2.85 ଲକ୍ଷ ଭୋଟରେ ବିଜୟଲାଭ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details