ଓଡିଶା

odisha

ETV Bharat / bharat

13 ବର୍ଷ ବଡ ପ୍ରଦୀପଙ୍କୁ କାହିଁକି ବିବାହ କରିବେ IAS ଟିନା ଡାବି, କହିଲେ ମନକଥା - ଟିନା ଡାବି-ପ୍ରଦୀପ ଗୱାଣ୍ଡେ

ନିଜଠାରୁ 13ବର୍ଷ ବଡ ଡକ୍ଟର ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିବେ 28 ବର୍ଷୀୟା ଟିନା ଡାବି। ଏନେଇ ଟିନା ଡାବି କହିଛନ୍ତି ଯେ, ଜୀବନରେ ସମସ୍ତେ ଦ୍ୱିତୀୟ ସୁଯୋଗ ପାଆନ୍ତି । ଯଦି କୌଣସି ସମ୍ପର୍କ ଆଗକୁ ବଢିବାକୁ ସକ୍ଷମ ନୁହେଁ, ତେବେ ଏହାକୁ ବୋଝ ଭାବରେ ଗ୍ରହଣ କରିବା ପରିବର୍ତ୍ତେ ଏହାକୁ ପରିତ୍ୟାଗ କରି ଆଗକୁ ବଢିବା ଉଚିତ । ଅଧିକ ପଢନ୍ତୁ

ନିଜଠୁ 13ବର୍ଷ ବଡ ବ୍ୟକ୍ତିଙ୍କୁ କାହିଁକି ବିବାହ କରିବେ 28 ବର୍ଷୀୟା ଟିନା ଡାବି, କହିଲେ ମନକଥା
ନିଜଠୁ 13ବର୍ଷ ବଡ ବ୍ୟକ୍ତିଙ୍କୁ କାହିଁକି ବିବାହ କରିବେ 28 ବର୍ଷୀୟା ଟିନା ଡାବି, କହିଲେ ମନକଥା

By

Published : Mar 31, 2022, 3:52 PM IST

ହାଇଦ୍ରାବାଦ: 2015 ବ୍ୟାଚ୍‌ର ଆଇଏଏସ ଟପର୍ ଟିନା ଡାବି ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଆଜ୍ଞା ହଁ, ଦ୍ୱିତୀୟ ବିବାହ କରିବେ ଆଇଏଏସ ଟପର୍ ଟିନା ଡାବି । ତାଙ୍କ ଠାରୁ 13 ବର୍ଷ ବଡ ଆଇଏଏସ ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିବାକୁ ଯାଉଛନ୍ତି ଟୀନା । ନିର୍ବନ୍ଧ ମଧ୍ୟ ସରିଛି । ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଖୋଦ୍‌ ଟୀନା ଏବଂ ପ୍ରଦୀପ ଏହି ସୂଚନା ଦେଇଛନ୍ତି । ଟିନାଙ୍କର ପ୍ରଥମ ସ୍ୱାମୀ ଅତହର ଖାନଙ୍କ ସହ ପାରସ୍ପରିକ ସହମତିରେ ଛାଡପତ୍ର ହୋଇଛି । ବର୍ତ୍ତମାନ ଟିନା ଡକ୍ଟର ପ୍ରଦୀପ ଗୱାଣ୍ଡେଙ୍କୁ ନିଜ ଜୀବନ ସାଥୀ କରିବେ।

ଅଗଷ୍ଟ 2020ରେ ଟିନା ଏବଂ ଅତହର ଉଭୟ ପରସ୍ପର ଠାରୁ ଅଲଗା ହୋଇଥିଲେ । ଉଭୟ ଟ୍ରେନିଂବେଳେ ପରସ୍ପରକୁ ଭଲ ପାଇ ସାତ ଜନ୍ମର ସାଥୀ ହେବାକୁ ନିଷ୍ପତ୍ତି ନେଇଥିଲେ । ଦୁହେଁ ଅଲଗା ଧର୍ମର ହୋଇଥିଲେ ସୁଦ୍ଧା 2018ରେ ବିବାହ କରିଥିଲେ । ହେଲେ ବେଶି ଦିନ ତିଷ୍ଠି ନଥିଲା ତାଙ୍କ ବୈବାହିକ ଜୀବନ । 2020ରେ ଉଭୟ ପରସ୍ପର ଠାରୁ ଅଲଗା ହୋଇଥିଲେ । ଅଗଷ୍ଟ 2021ରେ ଟିନା ଏବଂ ଅତହରଙ୍କ ଛାଡପତ୍ର ଆନୁଷ୍ଠାନିକ ଭାବରେ ଅନୁମୋଦିତ ହୋଇଥିଲା, ଏପଟେ ଟିନା ଏବଂ ପ୍ରଦୀପଙ୍କ ମଧ୍ୟରେ ଘନିଷ୍ଠତା 2021 ମଇରେ ଧୀରେ ଧିରେ ବଢିବାକୁ ଲାଗିଲା ।

କରୋନାର ଦ୍ୱିତୀୟ ଲହର ସମୟରେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରିବା ସମୟରେ ଉଭୟ ନିକଟତର ହୋଇଥିଲେ । ଏହି ସମୟରେ, ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ଯେତେବେଳେ ପ୍ରଦୀପ ପ୍ରତ୍ନତତ୍ତ୍ୱ ବିଭାଗର ନିର୍ଦ୍ଦେଶକ ହେଲେ, ସେତେବେଳେ ଦୁହେଁ ଜୟପୁର ସଂଗ୍ରହାଳୟରେ ଏକାଠି ମଧ୍ୟାହ୍ନ ଭୋଜନ କରିବାକୁ ଯାଉଥିଲେ । ଜୟପୁର ସଂଗ୍ରହାଳୟରେ ଚାରିମାସ ରହିବା ସମୟରେ ଦୁହେଁ ପରସ୍ପରକୁ ଜାଣିବାକୁ ପାଇଲେ ଏବଂ ଶେଷରେ ବିବାହ କରିବାକୁ ସ୍ଥିର କଲେ ।

ଏହା ବି ପଢନ୍ତୁ: ବିବାହ ପୂର୍ବରୁ IAS ପ୍ରଦୀପ-ଟିନାଙ୍କ ରୋମାଣ୍ଟିକ ଫଟୋ ଭାଇରାଲ

ଜୀବନରେ ଦ୍ୱିତୀୟ ସୁଯୋଗ ପାଇଛି: ଟିନା ଡାବି

28 ବର୍ଷୀୟା ଟିନା ଡାବିଙ୍କର ଏହା ଦ୍ୱିତୀୟ ବିବାହ ହୋଇଥିବାବେଳେ 41 ବର୍ଷୀୟ ପ୍ରଦୀପ ଗୱାଣ୍ଡେଙ୍କ ପ୍ରଥମ ବିବାହ । ଆଇଏଏସ୍ ଟିନା ଡାବି କହିଛନ୍ତି ଯେ, ଜୀବନରେ ସମସ୍ତେ ଦ୍ୱିତୀୟ ସୁଯୋଗ ପାଆନ୍ତି । ଯଦି କୌଣସି ସମ୍ପର୍କ ଆଗକୁ ବଢିବାକୁ ସକ୍ଷମ ନୁହେଁ, ତେବେ ଏହାକୁ ବୋଝ ଭାବରେ ଗ୍ରହଣ କରିବା ପରିବର୍ତ୍ତେ ଏହାକୁ ପରିତ୍ୟାଗ କରି ଆଗକୁ ବଢିବା ଉଚିତ । ଟିନା ଆହୁରି କହିଛନ୍ତି ଯେ, ପ୍ରଦୀପ ବହୁତ ଭଲ ବ୍ୟକ୍ତି। ପ୍ରଦୀପ ମହାରାଷ୍ଟ୍ରର ଲାତୁରରୁ ଆସିଛନ୍ତି। ଔରଙ୍ଗାବାଦ ମେଡିକାଲ କଲେଜରେ ପଢିବା ପରେ ସେ ଅନେକ ବଡ ଡାକ୍ତରଖାନାରେ ଡାକ୍ତର ଭାବରେ କାର୍ଯ୍ୟ କରିଛନ୍ତି। ପରେ ମହାରାଷ୍ଟ୍ରର ପ୍ରଦୀପ ଗୱାଣ୍ଡେ ୨୦୧୩ ବ୍ୟାଚର ଆଇଏଏସ୍ ଅଫିସର ଚୁରୁରେ ଜିଲ୍ଲାପାଳ ଥିଲେ। ପ୍ରଦୀପ ଗୱାଣ୍ଡେ ବର୍ତ୍ତମାନ ରାଜସ୍ଥାନର ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି ।

ଇନଷ୍ଟାଗ୍ରାମରେ ଅନେକ ପୋଷ୍ଟରେ ଟିନା ପ୍ରଦୀପଙ୍କୁ ଡାକ୍ତର ସାହେବ ବୋଲି ସମ୍ବୋଧିତ କରିଛନ୍ତି। ଏକ ସାକ୍ଷାତକାରରେ ଟିନା ଡାବି ଏହା ମଧ୍ୟ କହିଛନ୍ତି ଯେ ପ୍ରଦୀପ ହିଁ ତାଙ୍କୁ ପ୍ରଥମେ ପ୍ରସ୍ତାବ ଦେଇଥିଲେ। ପ୍ରଦୀପ ଟିନାଙ୍କଠାରୁ 13 ବର୍ଷ ବଡ । ଲୋକମାନେ ସୋସିଆଲ ମିଡିଆରେ ମଧ୍ୟ ଏହା ଉପରେ ମନ୍ତବ୍ୟ ଦେଉଛନ୍ତି । ଏହା ଉପରେ ଟିନା କହିଛନ୍ତି ଯେ ଏକ ସମ୍ପର୍କ ପାଇଁ ସ୍ବଭାବ, ସୁସଙ୍ଗତତା ଏବଂ ପାରସ୍ପରିକ ବୁଝାମଣା ସମ୍ପର୍କ ପାଇଁ ଅଧିକ ଜରୁରୀ ଅଟେ। କେବଳ ବୟସ ଆଧାରରେ ସମ୍ପର୍କ ସ୍ଥିର କରାଯାଇପାରିବ ନାହିଁ ।

ଏହା ବି ପଢନ୍ତୁ: ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଚର୍ଚ୍ଚିତ IAS ଟପ୍ପର ଟିନା ଡାବି, ଇନଷ୍ଟାରେ ସେୟାର କଲେ ଫଟୋ

ଟିନାଙ୍କ ପିତାଙ୍କ ରାଜସ୍ଥାନୀ ହୋଇଥିବାବେଳେ ମାଆ ମହାରାଷ୍ଟ୍ରରର । ଟିନାଙ୍କ ଏହି ନିଷ୍ପତ୍ତିରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ବହୁତ ଖୁସି ଅଛନ୍ତି। ବର୍ତ୍ତମାନ, ଟିନା ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଆଇଏଏସ୍ ପ୍ରେମୀଯୁଗଳ ଏପ୍ରିଲ୍ ୨୨ରେ ଜୟପୁରର ଏକ ହୋଟେଲରେ ବିବାହ କରିବାକୁ ଯାଉଛନ୍ତି । 24 ଏପ୍ରିଲରେ ପୁଣେରେ ରିସେପ୍ସନ୍ ପାର୍ଟିର ଆଯୋଜନ ରହିଛି । ଏହି ପ୍ରେମୀଯୁଗଳ ବର୍ତ୍ତମାନ ରାଜସ୍ଥାନର ଜୟପୁରରେ କାର୍ଯ୍ୟରତ ଅଛନ୍ତି । ତେବେ ଟିନାଙ୍କ ବିବାହ ଖବର ଶୁଣି ତାଙ୍କ ପ୍ରଶଂସକମାନେ ଖୁବ ଉତ୍ସାହିତ ହେବା ସହ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details