ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଯାଇଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ । ଉଭୟ ପ୍ରଥମ ଦ୍ବିତୀୟ ପର୍ଯ୍ୟାୟରେ ବର୍ତ୍ତମାନସୁଦ୍ଧା ଦେଢ କୋଟିରୁ ଉର୍ଦ୍ଧ୍ବ ଟିକା ନେଇସାରିଛନ୍ତି । ଏମାନଙ୍କ ମଧ୍ୟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ସାମିଲ ଅଛନ୍ତି । ତେବେ ଟିକା ନେବାର ସମୟ ସୀମାକୁ ବନ୍ଦ କରିଦେଇଛନ୍ତି ସରକାର । ଅର୍ଥାତ ଏବେଠୁ 24 ଘଣ୍ଟିଆ ଟୀକାକରଣ ଜାରି ରହିବ ।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଟ୍ବିଟ କରି କହିଛନ୍ତି, ଦିନ ହେଉ କି ରାତି କୌଣସି ବି ସମୟରେ ଘରୋଇ ହସ୍ପିଟାଲ ଯାଇ ଜନସାଧାରଣ କୋରୋନା ଟିକା ନେଇପାରିବେ । ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ସରକାର ଟୀକାକରଣର ଗତି ବଢାଇବା ପାଇଁ ସମୟର ବ୍ୟବସ୍ଥା ଶେଷ କରିଦେଇଛନ୍ତି । ଦେଶର ଜନସାଧାରଣ ଏବେ 24 ଘଣ୍ଟା ନିଜ ସୁବିଧାରେ ଟିକା ନେଇପାରିବେ । ପ୍ରଧାନମନ୍ତ୍ରୀ ମୋଦି ଦେଶର ନାଗରିକଙ୍କ ସ୍ବାସ୍ଥ୍ୟ ସହିତ ସମୟର ମୂଲ୍ୟକୁ ମଧ୍ୟ ବୁଝନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।